ନୂଆଦିଲ୍ଲୀ,୩୧।୫: ମାଫିଆ ମୁଖତାର ଅନସାରୀଙ୍କ ପୁଅ ଏବଂ ମଉ ସଦର ଆସନର ବିଧାୟକ ଅବ୍ବାସ ଅନସାରୀଙ୍କ ‘ହେଟ୍ ସ୍ପିଚ୍’ ମାମଲାର ରାୟ ଆଜି ରାୟ ଆସିଛି। ମଉ ଜିଲ୍ଲା ଏବଂ ସେସନ୍ସ କୋର୍ଟରେ ରାୟ ପ୍ରକାଶ ହୋଇଛି। କୋର୍ଟ ବିଧାୟକ ଅବ୍ବାସ ଅନସାରୀଙ୍କୁ ‘ହେଟ୍ ସ୍ପିଚ୍’ ବା ‘ଘୃଣା ସୃଷ୍ଟିକାରୀ ଭାଷଣ’ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। କୋର୍ଟ ତାଙ୍କୁ ୨ ବର୍ଷ ଜେଲଦଣ୍ଡ ଦେଇଛନ୍ତି। କୋର୍ଟର ନିଷ୍ପତ୍ତିରୁ ଏହା ସ୍ପଷ୍ଟ ହୋଇଛି ଯେ ବର୍ତ୍ତମାନ ଅବ୍ବାସ ଅନସାରୀ ତାଙ୍କର ବିଧାୟକ ପଦ ହରାଇବେ। ବିଚାରପତି ଡକ୍ଟର କେପି ସିଂହ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍, ଏମ୍ପି ଏମ୍ଏଲଏ କୋର୍ଟ ଏହି ଦଣ୍ଡାଦେଶ ପ୍ରଦାନ କରିଛନ୍ତି।
୨୦୨୨ରେ ନିର୍ବାଚନ ସମୟରେ ‘ହେଟ୍ ସ୍ପିଚ୍’ ଦେବା ମାମଲାରେ ଆବାସ ଅନସାରୀ ଏବଂ ଉମର ଅନସାରୀଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ହୋଇଥିଲା। କଡ଼ା ସୁରକ୍ଷା ମଧ୍ୟରେ ଆବାସ ଏବଂ ଉମର ଏମପି ବିଧାୟକ କୋର୍ଟରେ ହାଜର ହୋଇଥିଲେ। ମାମଲାକୁ ଦୃଷ୍ଟିରେ ରଖି, କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଉଲ୍ଲେଖନୀୟ ଯେ, ମାମଲାର ପକ୍ଷମାନଙ୍କ ଯୁକ୍ତି ଶୁଣିବା ପରେ, ସିଜେଏମ୍ ଡକ୍ଟର କେପି ସିଂହ ମେ ୩୧ ତାରିଖକୁ ରାୟ ପାଇଁ ତାରିଖ ଧାର୍ଯ୍ୟ କରିଥିଲେ। ଏହା ଅନୁଯାୟୀ, ଆଜି ରାୟ ପ୍ରକାଶ କରାଯାଇଛି।
ବିଧାୟକ ଆବାସଙ୍କ ଏହି ମାମଲା ୨୦୦୨ ବିଧାନସଭା ନିର୍ବାଚନର ଥିଲା। ନିର୍ବାଚନ ବେଳେ ମଉର ପାହାଡପୁରା ଅଞ୍ଚଳରେ ଏକ ଜନସଭା ଆୟୋଜିତ କରାଯାଇଥିଲ। ଏହି ସମୟରେ ସେ କଥିତ ଭାବରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଅଭିଯୋଗ ରହିଛି ସେ, ଅଧିକାରୀଙ୍କୁ କ୍ଷମତାକୁ ଆସିବା ପରେ ହିସାବ କିତାବ କରିବାର ଧମକ ଦେଇଥିଲେ। ଯାହାକୁ ‘ହେଟ୍ ସ୍ପିଚ୍’ ବୋଲି ମନେକରାଯାଇଥିଲା। ଏହି ଭାଷଣକୁ ନେଇ ମଉ ପୋଲିସ ଷ୍ଟେସନ୍ର ସବ୍ ଇନ୍ସପେକ୍ଟର ଗଙ୍ଗାରାମ୍ ବିନ୍ଦ ଏଫଆଇଆର ରୁଜୁ କରିଥିଲେ। ପ୍ରାୟ ୩ ବର୍ଷ ଚାଲିଥିବା ଶୁଣାଣି ପରେ ଆଜି ଏହି ମାମଲାରେ ରାୟ ପ୍ରକାଶ ପାଇଛି।