ପ୍ରମୂଖ ଖବର
  • ସେପ୍ଟେମ୍ବର ୩୦ରୁ ମହିଳା ଦିନିକିଆ ବିଶ୍ୱକପ୍, ଭାରତ-ଶ୍ରୀଲଙ୍କା କରିବେ ଆୟୋଜନ
  • ||
  • କଟକ: ରାଜ୍ୟ ଖାଉଟି କମିଶନ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, ଜଳିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ, ସ୍ନାନପୂର୍ଣ୍ଣିମା ଏବଂ ରଥଯାତ୍ରୀ ନୀତି ନିର୍ଘଣ୍ଟ ନେଇ ବାଜିପାରେ ମୋହର
  • ||
  • ନବରଙ୍ଗପୁର: ପାଇଖାନା ଟାଙ୍କି ସଫା ବେଳେ ଅଘଟଣ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୪ ଶ୍ରମିକଙ୍କ ଜୀବନ
  • ||
  • ଶଙ୍ଖ ଭବନରେ ବିଜେଡିର ବଡ଼ ବୈଠକ, ସରକାର ବର୍ଷେ ପୂର୍ତ୍ତି ଉତ୍ସବ ସହ ବିଭିନ୍ନ ପ୍ରସଙ୍ଗ ନେଇ ଚାଲିଛି ଆଲୋଚନା
  • ||
  • ଖରାପ ପାଗ ଏବଂ ଚିକୁନଗୁନିଆ ସଂକ୍ରମଣ ଯୋଗୁଁ ମହିଳା ଏସିଆ କପ୍‌ ସ୍ଥଗିତ
  • ||
  • ବିଶ୍ୱ ସାଇକେଲ ଦିବସ; ପେଁ ପାଁରେ ହଜିନି କ୍ରିଂ କ୍ରିଂ କ୍ରିଂ...ଫିଟନେସ୍‌ ପାଇଁ ପାଲଟିଛି ପ୍ରଥମ ପସନ୍ଦ
  • ||
  • ଛେଣ୍ଡିପଦା: ବିପଦରେ ଗଜରାଜ, ସୋଲାର କରେଣ୍ଟରେ ହାତୀ ମୃତ
  • ||
  • ଚନ୍ଦନେଶ୍ଵର: ୧୫ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ, ୨ ଗିରଫ
  • ||
  • ବାଙ୍କୀ: ବାଲି ବୋଝେଇ ହାଇୱା ଧକ୍କାରେ ଯୁବକଙ୍କ ମୃତ୍ୟୁ, ରାସ୍ତାରୋକ କଲେ ଗ୍ରାମବାସୀ
  • ||
  • ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ବିଶ୍ୱଯୁଦ୍ଧ ଭୟ: ଦୀର୍ଘ ୮୦ ବର୍ଷ ପରେ ଘାରିଛି ଆଶଙ୍କା, ଋଷ-ଆମେରିକା, ପରମାଣୁ ଅସ୍ତ୍ର ମୁଖ୍ୟ କାରଣ
  • ||
  • IPL 2025 ମହାଲଢ଼େଇ: ଆଜି ମୁହାଁମୁହିଁ ହେବେ ପଞ୍ଜାବ -ବେଙ୍ଗାଲୁରୁ, ପ୍ରଥମ ଟାଇଟଲ ଆଶାରେ ଉଭୟ ଟିମ୍
  • ||
  • ରାଜ୍ୟରେ ପୁଣି ଉପରମୁହାଁ ତାତି : ଆଗାମୀ ୪ ଦିନ ଯାଏ ଭୀଷଣ ଗରମ ସହ ଗୁଳୁଗୁଳି, ସପ୍ତାହ ଯାଏ ବର୍ଷା ନାହିଁ
  • ||

ବାହାନଗା ଟ୍ରେନ୍‌ ଟ୍ରାଜେଡ଼ିକୁ ୨ ବର୍ଷ; କାଳ ସାଜିଥିଲା କରମଣ୍ଡଳ, ଶବର ପାହାଡ଼ରୁ ଖୋଜା ପଡ଼ିଥିଲେ ସମ୍ପର୍କୀୟ

Published By : Ankita S | June 2, 2025 8:09 AM

ଭୁବନେଶ୍ୱର,୦୨/୦୬: ୨୦୨୩ ଜୁନ୍‌ ୨ ତାରିଖ । ସେଦିନ ଥିଲା ଶୁକ୍ରବାର । ସନ୍ଧ୍ୟା ପ୍ରାୟ ୭ଟା । ସ୍ଥାନ ବାଲେଶ୍ୱର ବାହାନଗା ବଜାର ରେଳ ଷ୍ଟ୍ରେସନ । ଅନ୍ଧାରକୁ ଚିରି ଟ୍ରାକ୍‌ରେ ଗଡୁଥିଲା ଟ୍ରେନ । ସମସ୍ତେ ଅପେକ୍ଷା କରିଥିଲେ ନିଜ ନିଜ ଠିକାଣାକୁ । ଅଚାନକ ଶୁଭିଥିଲା ଭୟଙ୍କର ଶଦ୍ଦ । ଥରି ଉଠିଥିଲା ଅଞ୍ଚଳ । ଜୀବନ ବଞ୍ଚାଇବାକୁ ଆର୍ତ୍ତ ଚିତ୍କାର । ଚାରିଆଡେ ପଡିଯାଇଥିଲା ଚହଳ । ବାଲେଶ୍ୱରରୁ ଭଦ୍ରକ ଅଭିମୁଖେ ଯାଉଥିଲା କରମଣ୍ଡଳ ଏକ୍ସପ୍ରେସ୍ । ଏହି ସମୟରେ ବାହାନଗା ରେଳ ଷ୍ଟେସନର ଲୁପ୍‌ ଲାଇନ୍‌ରେ ଛିଡା ହୋଇଥିବା ଏକ ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇଥିଲା । 

କରମଣ୍ଡଳର ୧୯ ବଗି ଲାଇନ୍‌ରୁ ବାହାରି ଛିଟକି ପଡିଥିଲା । ଦୁର୍ଭାଗ୍ୟବସତଃ ସେହି ସମୟରେ ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ବିପରୀତ ରେଳ ଧାରଣାରେ ଯାଉଥିବା ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଆଉ ତା ପରର ଦୃଶ୍ୟଥିଲା ଭୟଙ୍କର । ରକ୍ତରେ ଭିଜିଥିଲା ଟ୍ରାକ୍ । ନବନିର୍ମିତ ବାହାନଗା ଉଚ୍ଚ ବିଦ୍ୟାଳୟରେ ମୃତଦେହ ରଖା ଯାଇଥିଲା । ଶବର ପାହାଡରୁ ଖୋଜା ପଡିଥିଲେ ସମ୍ପର୍କୀୟ । ଦୁର୍ଘଟଣାରେ ୨୯୬ ଜଣଙ୍କର ମୃତ୍ୟୁ ହୋଇଥିଲା । ୧୨ ଶହରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ୨୪ ଜଣଙ୍କର ପରିଚୟ ମିଳି ପାରିନଥିଲା । ଆଜି ବାହାନଗା ଟ୍ରେନ୍‌ ଦୁର୍ଘଟଣାକୁ ୨ ବର୍ଷ ପୂରିଛି । ଆଜି ବି ସେ କାଳ ରାତି ମନରୁ ଲିଭିନାହିଁ । ଲୌହ ଦାନବର ରକ୍ତ ସେ ଭୋଜି କଥା ମନେ ପଡ଼ିଲେ ଆଜି ବି ଲୋମ ଟାଙ୍କୁରି ଉଠେ ।

ଉଦାହରଣ ସୃଷ୍ଟି କରିଥିଲେ ବାଲେଶ୍ୱରବାସୀ- ଟ୍ରେନ୍‌ ଦୁର୍ଘଟଣା ଦିନ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ ସ୍ଥାନୀୟ ଲୋକ । ପରେ ଜିଲ୍ଲାର କୋଣ ଅନୁକୋଣରୁ ଛୁଟି ଆସିଲେ ସ୍ୱେଚ୍ଛାସେବୀ । ଯିଏ ଯେଉଁ ପ୍ରକାର ପାଇଥିଲେ ସାହାଯ୍ୟ କରିଥିଲେ । ଆହତଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ବ୍ୟବସ୍ଥା କରିଥିଲେ । ରକ୍ତର ଅଭାବକୁ ଦୃଷ୍ଟିରେ ରଖି ରାତି ତମାମ ଶହ ଶହ ବାଲେଶ୍ୱରବାସୀଙ୍କ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରି ଦେଶର ପ୍ରଶଂସା ସାଉଁଟିଥିଲେ । ବିପତ୍ତି ସମୟରେ ବାଲେଶ୍ୱରବାସୀଙ୍କ ଏହି କାର୍ଯ୍ୟକୁ ସମସ୍ତେ ତାରିଫ କରିଥିଲେ ।

ଛୁଟିଥିଲା ନେତାମନ୍ତ୍ରୀଙ୍କ ସୁଅ-  ଦୁର୍ଘଟଣା ପରେ ବାଲେଶ୍ୱରକୁ ନେତାମନ୍ତ୍ରୀଙ୍କ ସୁଅ ଛୁଟିଥିଲା । ଅନେର ରାଜନେତା ବାଲେଶ୍ୱର ଆସିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଟଣାସ୍ଥଳକୁ ଆସିଥିଲେ । ଡାକ୍ତରଖାନାରେ ଆହତଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ । 

ଦୁର୍ଘଟଣାର ତଦନ୍ତ- ଭାର ସିବିଆଇକୁ ଦିଆଯାଇଥିଲା । ସିଗନାଲ ଇଞ୍ଜିନିୟର, ସିନିୟର ସିଗନାଲ ଅଫିସର ଓ ଟେକ୍ନିସିଆନଙ୍କୁ ପଚରାଉଚରା କରାଯାଇଥିଲା । ବାହାନଗା ଦୁର୍ଘଟଣା ପାଇଁ ରେଳ କର୍ତ୍ତୃପକ୍ଷଙ୍କ ମିଳିତ ଅବହେଳାକୁ ଦାୟୀ କରିଥିଲେ ଓଡ଼ିଶା ହାଇକୋର୍ଟ । ସିଗନାଲ ସିଷ୍ଟମର ରକ୍ଷଣାବେକ୍ଷଣ, ସଠିକ୍ କାର୍ଯ୍ୟକାରିତାରେ ବିଫଳ ହୋଇଥିବା କହିଥିଲେ କୋର୍ଟ । ସିଗନାଲିଂ-ସର୍କିଟ୍ ପରିବର୍ତ୍ତନରେ ତ୍ରୁଟି ପାଇଁ  ଟ୍ରିପଲ୍-ଟ୍ରେନ୍ ଧକ୍କା ହୋଇଥିବା ରେଳ ସୁରକ୍ଷା କମିଶନ ପକ୍ଷରୁ ରେଳ ମନ୍ତ୍ରଣାଳକୁ ରିପୋର୍ଟ ପ୍ରଦାନ କରାଯାଇଥିଲା । 

ବାହାନଗା ଟ୍ରାକରେ ଏବେ ବି ଟ୍ରେନ୍ ଗଡିଲେ ଯାତ୍ରୀଙ୍କ ମନରେ ଛନକା ପଶିଯାଏ । ଲୌହ ଦାନବର ରକ୍ତ ଭୋଜି କଥା ମନେ ପଡ଼ିଲେ ଏବେ ବି ଲୋମ ଟାଙ୍କୁରି ଉଠେ । ଏ ଟ୍ରେନ୍ ଦୁର୍ଘଟଣା ଖାଲି ଭାରତ ନୁହେଁ ବିଶ୍ୱବାସୀଙ୍କ ଆଖିରେ ଲୁହ ଆଣି ଦେଇଥିଲା । ଏହା ବିଶ୍ୱରେ ସବୁଠୁ ବଡ଼ ଟ୍ରେନ୍ ଦୁର୍ଘାଟଣା ଥିଲା ବୋଲି କୁହାଯାଏ । ଏତିକି କାମନା କରିବା କି, ଏପରି ଦୁର୍ଘଟଣା ଆଉ କେବେ ବି ନଘଟୁ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.