ପ୍ରମୂଖ ଖବର
  • କଳିଙ୍ଗନଗର : ମଝିଆଁ ଭାଇର ଖଣ୍ଡା ଚୋଟରେ ବଡ଼ ଭାଇ ଗୁରୁତର
  • ||
  • ପାଟଣାଗଡ଼ : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • ହୃତଘାତରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପତ୍ନୀ ବିୟୋଗ, ଚାରୁଶୀଳା ଆଚାର୍ଯ୍ୟଙ୍କ କରାଯିବ ଚକ୍ଷୁଦାନ
  • ||
  • ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • ଭୁବନେଶ୍ୱର : ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • କଟକ : ପିଇବା ପାଣି ପାଇଁ ରାସ୍ତାରୋକ; ଗରା ଓ ବାଲଟି ଧରି ରାସ୍ତାରେ ବସିଲେ ମହିଳା
  • ||
  • ଗୁରୁବାର ସୁଦଶା ବ୍ରତ: ଜାଣନ୍ତୁ ସୁଦଶା ବ୍ରତର ମାହାତ୍ମ୍ୟ, ପୂଜା ବିଧି
  • ||
  • ଗଞ୍ଜାମ : ଅଜଣା ଗାଡି ଧକ୍କାରେ ଆଇନଜୀବୀ ମୃତ, ଥାନାରେ ମାମଲା ରୁଜୁ
  • ||
  • ବିଶିଷ୍ଟ ପରିବେଶବିତ୍ ମେଧା ପାଟେକର ଅଟକ,କାଶୀପୁର ବ୍ଲକରେ ହେବାକୁ ଥିବା ଜନ ସମାବେଶରେ ହୋଇଥାନ୍ତେ ସାମିଲ
  • ||
  • ରଥ ଖଳା ହାଲ୍‌ଚାଲ୍‌: ପଡ଼ିଲା ରଥର ପ୍ରଥମ ଫ୍ରେମ୍, ଆଗକୁ ଦଣ୍ଡା କଣ୍ଟା ଅନୁକୂଳ
  • ||
  • କଟକ : ମହୁମାଛି ଆକ୍ରମଣରେ ବୃଦ୍ଧା ମୃତ, ଜଣେ ଗୁରୁତର
  • ||
  • ଆଗକୁ ବଢ଼ିବାର ନାଁ ନେଉନି ମୌସୁମୀ: ଭୀଷଣ ଗ୍ରୀଷ୍ମପ୍ରବାହ ଆଲର୍ଟ, ୭ରେ କିଛି ସ୍ଥାନରେ ୪୨ ଡିଗ୍ରୀ ଟପିବ ତାତି
  • ||
  • କଳାହାଣ୍ଡି : ଟ୍ରକ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍‌; ଜଣେ ମୃତ, ୫ ଗୁରୁତର
  • ||

'ବୃତ୍ତିଗତ ସାମରିକ ବାହିନୀ ଉପରେ ବିଫଳତା କିମ୍ବା କ୍ଷତିର ପ୍ରଭାବ ପଡେ ନାହିଁ’: CDS ଅନିଲ ଚୌହାନ

Published By : Ladu Kishor | June 3, 2025 5:28 PM

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରକୁ ନେଇ ପ୍ରତିରକ୍ଷା ବିଭାଗ ମୁଖ୍ୟ (CDS) ଅନିଲ ଚୌହାନ ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ଭାରତର ଏହି କାର୍ଯ୍ୟାନୁଷ୍ଠାନ ପହଲଗାମ ଆକ୍ରମଣକୁ ନେଇ ଥିଲା। 'ଅପରେସନ ସିନ୍ଦୂର' ପଛରେ ଚିନ୍ତାଧାରା ଥିଲା, ପାକିସ୍ତାନ ଦ୍ୱାରା ପ୍ରାୟୋଜିତ ଆତଙ୍କବାଦକୁ ବନ୍ଦ କରିବା। ପୁଣେରେ ଏକ କାର୍ଯ୍ୟକ୍ରମରେ ଅପରେସନ ସିନ୍ଦୂର ପଛର କାରଣ ବିଷୟରେ ଆଲୋଚନା କରି CDS ଜେନେରାଲ ଚୌହାନ କହିଛନ୍ତି ଯେ, ଭାରତ ଆଉ ଆତଙ୍କବାଦ ଏବଂ ପରମାଣୁ ବ୍ଲାକମେଲର ଛାଇରେ ରହିବ ନାହିଁ।

ସେ ଭାରତୀୟ ସଶସ୍ତ୍ର ବାହିନୀର ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି କି, 'ବୃତ୍ତିଗତ ସାମରିକ ବାହିନୀ ଉପରେ ବିଫଳତା କିମ୍ବା କ୍ଷତିର ପ୍ରଭାବ ପଡେ ନାହିଁ। କିନ୍ତୁ ଫଳାଫଳ ଗୁରୁତ୍ୱପୂର୍ଣ୍ଣ।' CDS ଅନିଲ ଚୌହାନ ଜୁଲଫିକର ଅଲି ଭୁଟ୍ଟୋଙ୍କ କଥା ଉଠାଇ କହିଛନ୍ତି ଯେ,ସେ ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ବିରୁଦ୍ଧରେ ହଜାର ବର୍ଷର ଯୁଦ୍ଧ ଘୋଷଣା କରିଥିଲେ। ସେ କହିଛନ୍ତି,'ଏହି ନିର୍ଦ୍ଦିଷ୍ଟ ଯୁଦ୍ଧର ସମ୍ପୂର୍ଣ୍ଣ ଆରମ୍ଭ ବିନ୍ଦୁ ପହଲଗାମ ଆତଙ୍କବାଦୀ ଆକ୍ରମଣ ଥିଲା। ଆତଙ୍କବାଦ କ'ଣ ଯୁଦ୍ଧର ଏକ ଯୁକ୍ତିଯୁକ୍ତ କାର୍ଯ୍ୟ ? ସେ ଭାରତକୁ ହଜାର କ୍ଷତ ଦେଇ ରକ୍ତାକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୧୯୬୫ ମସିହାରେ, ଜୁଲଫିକର ଅଲି ଭୁଟ୍ଟୋ ମିଳିତ ଜାତିସଂଘ ସୁରକ୍ଷା ପରିଷଦକୁ ସମ୍ବୋଧିତ କରି ଭାରତ ବିରୁଦ୍ଧରେ ହଜାର ବର୍ଷର ଯୁଦ୍ଧ ଘୋଷଣା କରିଥିଲେ।'

CDS ଚୌହାନ କହିଛନ୍ତି ଯେ ଭାରତର ଲକ୍ଷ୍ୟ କେବଳ ଆତଙ୍କବାଦୀଙ୍କୁ ନିପାତ କରିବା। ସେ ପାକିସ୍ତାନକୁ ଭର୍ତ୍ସନା କରି କହିଛନ୍ତି, 'ପାକିସ୍ତାନରୁ ରାଷ୍ଟ୍ର-ପ୍ରାୟଜିତ ଆତଙ୍କବାଦକୁ ବନ୍ଦ କରିବାକୁ ପଡିବ। ଭାରତ ଆତଙ୍କବାଦ ଏବଂ ପରମାଣୁ ବ୍ଲାକମେଲର ଛାୟାରେ ରହିବ ନାହିଁ।'

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.