ପ୍ରମୂଖ ଖବର
  • କ୍ରିକେଟର ସବୁ ଫର୍ମାଟକୁ ବାଏ ବାଏ କହିଲେ ପିୟୂଷ ଚାୱଲା
  • ||
  • ଭୁବନେଶ୍ୱର ରେଳ ଭବନ ଠାରେ ଆୟୋଜିତ ନିଯୁକ୍ତି ମେଳାରେ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଅଗଷ୍ଟ ୩ରେ NEET PG, ନୂଆ ତାରିଖ ନେଇ NBEକୁ ସମୟ ଦେଲେ ସୁପ୍ରିମକୋର୍ଟ
  • ||
  • ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ସବୁ ଋତୁରେ ସହଜ ହେବ ଜମ୍ମୁରୁ ଶ୍ରୀନଗର ଯାତ୍ରା
  • ||
  • RBIର ବଡ଼ ଉପହାର; ଶସ୍ତା ହେବ ଘର-ଗାଡି EMI ,୦.୫୦% କମିଲା ରେପୋ ରେଟ୍
  • ||
  • ବ୍ରହ୍ମପୁର: ବଡ଼ବଜାରର ଥାନା ହରିଡ଼ାଖଣ୍ଡି ପୋଖରୀରୁ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଅନୁଗୁଳ: ଜନ୍ତୁ ଶିକାର ବେଳେ ମାଡି ବସିଲା ବନ ବିଭାଗ, ଜଣେ ଗିରଫ, ୩ କିଲୋ ଜିଆଇ ତାର ଜବତ
  • ||
  • ବାରଙ୍ଗ ଷଣ୍ଢପୁର ନିକଟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ରାସ୍ତାରେ ଏକ ଟ୍ରକ୍ ସହ ଧକ୍କା
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ବଡ଼ ଆକ୍ସନ, ଏୟାରପୋର୍ଟରୁ RCB ମାର୍କେଟିଂ ହେଡ୍ ଗିରଫ
  • ||
  • ଅଦିନିଆ ବର୍ଷା କ୍ଷୟକ୍ଷତି ଦାବିରେ ରାସ୍ତା ଅବରୋଧ, କୃଷକ ସଂଗଠନର ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ୯ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲରେ କରିବାକୁ ପଡ଼ିବ ପଞ୍ଜୀକରଣ
  • ||
  • ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ, ଶୁଭମନଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍, ବୁମରା ଖେଳିବେ ୩ଟି ଟେଷ୍ଟ
  • ||
  • ବଡ଼ଦେଉଳରେ ରୁକ୍ମିଣୀ ହରଣ ଏକାଦଶୀ ନୀତି, ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ଟା ଦର୍ଶନ କଟକଣା
  • ||
  • ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଢିଲା ଟ୍ରମ୍ପ-ମସ୍କ କଳି ; ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାହାନ୍ତି ମସ୍କ, କହିଲେ ଜେଡି ଭାନ୍ସଙ୍କୁ ମିଳୁ ରାଷ୍ଟ୍ରପତି ପଦ
  • ||
  • ଜୁନ୍‌ ୧୨ ଆଗରୁ ଫେରିବନି ମୌସୁମୀ : ଆଗକୁ ଆହୁରି ସିଝାଇବ, ଛଟପଟ କରିବ ତାତି, ଲଘୁଚାପ ହିଁଁ ଭରସା
  • ||

ପରିବେଶ ସୁରକ୍ଷାର ମହାଯଜ୍ଞରେ ସମସ୍ତେ ନିଜର ଦାୟିତ୍ୱ ନିର୍ବାହ କରିବା : ଧର୍ମେନ୍ଦ୍ର ପ୍ରଧାନ

Published By : Gurupada Nath | June 5, 2025 7:09 PM

ନୂଆଦିଲ୍ଲୀ/ଭୁବନେଶ୍ୱର,୫/୬ : ବିଶ୍ୱ ତୁଳନାରେ ଭାରତ କେବେ ବି ପ୍ରଦୂଷଣକାରୀ ରାଷ୍ଟ୍ର ଭାବେ ପରିଗଣିତ ହୋଇନାହିଁ । ଭାରତ ସମଗ୍ର ବିଶ୍ୱକୁ ଗୋଟିଏ ପରିବାର ଭାବେ ବିବେଚନା କରୁଥିବାର ସଭ୍ୟତା ଅଟେ । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ୨୦୭୦ସୁଦ୍ଧା ନେଟ୍ - ଜିରୋ ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି, ଯେଉଁଥିରେ ୨୦୪୭ ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ । ପରିବେଶ ସୁରକ୍ଷାର ମହାଯଜ୍ଞରେ ଆମ ସମସ୍ତଙ୍କୁ ନିଜ ନିଜର ଦାୟିତ୍ୱ ନିର୍ବାହ କରିବାକୁ ପଡ଼ିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ‘ବିଶ୍ୱ ପରିବେଶ ଦିବସ’ ଅବସରରେ ଶ୍ରୀ ପ୍ରଧାନ ଗୁରୁବାର ନୂଆଦିଲ୍ଲୀ ଗୋଲମାର୍କେଟ୍ ସ୍ଥିତ ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଛାତ୍ରଛାତ୍ରୀମାନଙ୍କ ସହ “ଏକ୍ ପେଡ୍ ମା’ କେ ନାମ ୨.୦” ଅର୍ଥାତ୍ “ମା’ଙ୍କ ନାମରେ ଗୋଟିଏ ଗଛ ୨.୦” ଅଭିଯାନ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ପ୍ରକୃତିର ସୁରକ୍ଷା ସହ ଜଡିତ ମଡ୍ୟୁଲ୍, ପୋର୍ଟାଲ୍ ଏବଂ ମାଇକ୍ରୋସାଇଟ୍ ମଧ୍ୟ ଉନ୍ମୋଚନ କରିଛନ୍ତି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରିକଳ୍ପନାକୁ ଆଗକୁ ବଢାଇବା ଲକ୍ଷ୍ୟରେ ଆଜି ବିଶ୍ୱ ପରିବେଶ ଦିବସରେ ସମର୍ପିତ ସମସ୍ତ ପଦକ୍ଷେପ ଦେଶର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରିବେଶ ସୁରକ୍ଷା ବିଷୟରେ ସଚେତନତା ବୃଦ୍ଧି କରିବ । ପରିବେଶଗତ ଚ୍ୟାଲେଞ୍ଜର ମୁକାବିଲା କରିବାରେ ସେମାନଙ୍କର ଅଧିକକୁ ଅଧିକ ଅଂଶଗ୍ରହଣ ସୁନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । 

ସେ କହିଛନ୍ତି, ପ୍ଲାଷ୍ଟିକ ହେଉଛି ପରିବେଶ ପ୍ରଦୂଷଣର ମୁଖ୍ୟ କାରଣ ଏବଂ ଜଳ, ଗୋମାତାଙ୍କ ପ୍ରଥମ ଶତ୍ରୁ । ଆମର ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକ ବ୍ୟବହାର ବହୁ ପରିମାଣରେ ବୃଦ୍ଧି ହୋଇଛି । ସାରା ଭାରତରେ ୧୪୫ କୋଟି ଲୋକ ପ୍ରତିଦିନ ୨୬ କୋଟିରୁ ଉର୍ଦ୍ଧ୍ୱ ପ୍ଲାଷ୍ଟିକ ବ୍ୟବହର କରୁଛନ୍ତି । ପ୍ରତିଦିନ ବିଶ୍ୱରେ ୧୮୦ ଟନ୍ ପ୍ଲାଷ୍ଟିକ ପରିବେଶକୁ ନଷ୍ଟ କରୁଛି । ଇ-କମର୍ସ ପ୍ଲାଟଫର୍ମରେ ମଧ୍ୟ ପ୍ଲାଷ୍ଟିକ ବ୍ୟାଗ୍ ବର୍ତ୍ତମାନ ମୁଣ୍ଡବ୍ୟଥାର କାରଣ ସାଜିଛି । ବିଗତ କିଛି ବର୍ଷ ହେବ ଆଧୁନିକତା ନାମରେ ଆମର ପରିବେଶ ଧ୍ଵଂସ ହେଉଛି । ଏଥିପାଇଁ ଆମକୁ ଏହାର ବ୍ୟବହାର ସଂପୂର୍ଣ୍ଣ ଭାବେ ବନ୍ଦ କରିବାକୁ ପଡ଼ିବ । ନିଜର ଦୈନଦିନ ଜୀବନରେ ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବା ସହ ଛାତ୍ରଛାତ୍ରୀଙ୍କୁ ପରିବେଶ ସୁରକ୍ଷାରେ ଅଂଶୀଦାର ହେବା ପାଇଁ ପ୍ରୋତ୍ସାହିତ କରିବା । 

ଗତ ବର୍ଷ ବିଶ୍ୱ ପରିବେଶ ଦିବସ ଅବସରରେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା “ଏକ୍ ପେଡ୍ ମା କେ ନାମ” ଅଭିଯାନର ଶୁଭାରମ୍ଭ ହୋଇଥିଲା ଏବଂ ଲୋକମାନଙ୍କୁ ମା'ଙ୍କ ପ୍ରତି ସମ୍ମାନ ଦେବା ଉଦ୍ଦେଶ୍ୟରେ ଗଛ ଲଗାଇବା ପାଇଁ ଅନୁରୋଧ କରାଯାଇଥିଲା । ଏହି ଭାବନାକୁ ଆଗକୁ ବଢାଇବା ପାଇଁ ଜାତୀୟ ଶିକ୍ଷା ନୀତି ଅଧୀନରେ ସ୍କୁଲ ଶିକ୍ଷା ବିଭାଗ ଦ୍ୱାରା ପରିବେଶଗତ ଶିକ୍ଷାକୁ ମୁଖ୍ୟଧାରାରେ ଆଣିବା ପାଇଁ ପ୍ରଚେଷ୍ଟା କରାଯାଇଛି । ସ୍କୁଲ ଗୁଡ଼ିକରେ "ଇକୋ କ୍ଲବ ଫର୍ ମିଶନ ଲାଇଫ୍" ଛାତ୍ରଛାତ୍ରୀମାନଙ୍କୁ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ସହ ସମ୍ବନ୍ଧିତ ଚିନ୍ତାଧାରା ପ୍ରତି ସମ୍ବେଦନଶୀଳତାକୁ ସୂଚାଇବା ସହ  ସେମାନଙ୍କ ମଧ୍ୟରେ ପରିବେଶ ଉପଯୋଗୀ ବ୍ୟବହାର ଏବଂ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବ । 

ଗତ ବର୍ଷ ଆମର ଶିକ୍ଷାନୁଷ୍ଠାନଗୁଡ଼ିକ ଉଦ୍ୟମରେ ଦେଶରେ ୫ କୋଟିରୁ ଅଧିକ ଗଛ ଲଗାଯାଇଛି, ଏଥର ସ୍କୁଲ ଶିକ୍ଷା ବିଭାଗ ସାରା ଦେଶରେ ୧୦ କୋଟି ଗଛ ଲଗାଇବାର ଲକ୍ଷ୍ୟ ରଖିଛି । ଆମକୁ ମା’ ପାଇଁ ଗୋଟିଏ ଗଛ ଅଭିଯାନକୁ ଅଧିକ ଗତି ଦେବାକୁ ପଡ଼ିବ ଏବଂ ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବାକୁ ପଡ଼ିବ । ଯେତେବେଳେ ଆମେ ଆମର ନୂତନ ପିଢ଼ିକୁ ଏହି ଦିଗରେ ପ୍ରସ୍ତୁତ କରିବୁ, ସେତେବେଳେ ଆମେ ୨୦୭୦ ସୁଦ୍ଧା ନେଟ୍ ଜିରୋ ଏବଂ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିପାରିବୁ । ଅପରପକ୍ଷରେ ଦେଶର ମାତୃଶକ୍ତିଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗୁଜରାଟର କଚ୍ଛ ଠାରେ ସିନ୍ଦୂର ନାମରେ ଗଛ ଲଗାଇଛନ୍ତି ।   ଆମେ ମଧ୍ୟ ସ୍କୁଲରୁ ଘର, ଘରରୁ ରାସ୍ତା ଯାଏ ସବୁଠି ଗଛ ଲଗାଇବା ସହ ସେହି ବୃକ୍ଷକୁ ମା’ଙ୍କ ଭଳି ଯତ୍ନ ନେବା । ଆମେ ସମସ୍ତେ ପ୍ରକୃତି ପ୍ରତି ଆମର ଦାୟିତ୍ୱ ପୂରଣ କରିବା, ମା'ଙ୍କ ନାମରେ ଗୋଟିଏ ଗଛ ଲଗାଇବା ଏବଂ ତାହାପ ସେଲଫି ଉଠାଇ http://ecoclubs.education.gov.in  ରେ ଅପଲୋଡ୍ କରିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ।  

ଏହି ଅବସରରେ ଶ୍ରୀ ପ୍ରଧାନ ଦେଶରେ ବଢୁଥିବା ମେହବହୁଳତା ସମସ୍ୟା ଉପରେ ଆଲୋକପାତ କରିବା ସହ ଛାତ୍ରଛାତ୍ରୀ ଏବଂ ଯୁବପିଢିଙ୍କୁ କମ ତୈଳଯୁକ୍ତ ଖାଦ୍ୟ ଖାଇବା ସହ ଜଙ୍କ୍ ଫୁଡ ବାରଣ କରିବା ପାଇଁ ପରାମର୍ଶ ଦେଇଥିଲେ । ସୂଚନାଯୋଗ୍ୟ, ଆଜିର ଅବସରରେ ଶ୍ରୀ ପ୍ରଧାନ ନୂଆଦିଲ୍ଲୀ ସ୍ଥିତ ସରକାରୀ ବାସଭବନ ପରିସରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନରେ ବୃକ୍ଷରୋପଣ କରିଥିଲେ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.