ପ୍ରମୂଖ ଖବର
  • କ୍ରିକେଟର ସବୁ ଫର୍ମାଟକୁ ବାଏ ବାଏ କହିଲେ ପିୟୂଷ ଚାୱଲା
  • ||
  • ଭୁବନେଶ୍ୱର ରେଳ ଭବନ ଠାରେ ଆୟୋଜିତ ନିଯୁକ୍ତି ମେଳାରେ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଅଗଷ୍ଟ ୩ରେ NEET PG, ନୂଆ ତାରିଖ ନେଇ NBEକୁ ସମୟ ଦେଲେ ସୁପ୍ରିମକୋର୍ଟ
  • ||
  • ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ସବୁ ଋତୁରେ ସହଜ ହେବ ଜମ୍ମୁରୁ ଶ୍ରୀନଗର ଯାତ୍ରା
  • ||
  • RBIର ବଡ଼ ଉପହାର; ଶସ୍ତା ହେବ ଘର-ଗାଡି EMI ,୦.୫୦% କମିଲା ରେପୋ ରେଟ୍
  • ||
  • ବ୍ରହ୍ମପୁର: ବଡ଼ବଜାରର ଥାନା ହରିଡ଼ାଖଣ୍ଡି ପୋଖରୀରୁ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଅନୁଗୁଳ: ଜନ୍ତୁ ଶିକାର ବେଳେ ମାଡି ବସିଲା ବନ ବିଭାଗ, ଜଣେ ଗିରଫ, ୩ କିଲୋ ଜିଆଇ ତାର ଜବତ
  • ||
  • ବାରଙ୍ଗ ଷଣ୍ଢପୁର ନିକଟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ରାସ୍ତାରେ ଏକ ଟ୍ରକ୍ ସହ ଧକ୍କା
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ବଡ଼ ଆକ୍ସନ, ଏୟାରପୋର୍ଟରୁ RCB ମାର୍କେଟିଂ ହେଡ୍ ଗିରଫ
  • ||
  • ଅଦିନିଆ ବର୍ଷା କ୍ଷୟକ୍ଷତି ଦାବିରେ ରାସ୍ତା ଅବରୋଧ, କୃଷକ ସଂଗଠନର ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ୯ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲରେ କରିବାକୁ ପଡ଼ିବ ପଞ୍ଜୀକରଣ
  • ||
  • ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ, ଶୁଭମନଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍, ବୁମରା ଖେଳିବେ ୩ଟି ଟେଷ୍ଟ
  • ||
  • ବଡ଼ଦେଉଳରେ ରୁକ୍ମିଣୀ ହରଣ ଏକାଦଶୀ ନୀତି, ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ଟା ଦର୍ଶନ କଟକଣା
  • ||
  • ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଢିଲା ଟ୍ରମ୍ପ-ମସ୍କ କଳି ; ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାହାନ୍ତି ମସ୍କ, କହିଲେ ଜେଡି ଭାନ୍ସଙ୍କୁ ମିଳୁ ରାଷ୍ଟ୍ରପତି ପଦ
  • ||
  • ଜୁନ୍‌ ୧୨ ଆଗରୁ ଫେରିବନି ମୌସୁମୀ : ଆଗକୁ ଆହୁରି ସିଝାଇବ, ଛଟପଟ କରିବ ତାତି, ଲଘୁଚାପ ହିଁଁ ଭରସା
  • ||

ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ନୂଆ ବିବାଦ, ନିଯୁକ୍ତିରେ ପାତରଅନ୍ତର ଅଭିଯୋଗ

Published By : Rasmita Pradhan | June 6, 2025 1:12 PM

ଚନ୍ଦନେଶ୍ଵର, ୬/୬ : ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ନୂଆ ବିବାଦ। ନିଯୁକ୍ତିରେ ପାତରଅନ୍ତର ଅଭିଯୋଗ। ସ୍ଥାନୀୟ ଅଞ୍ଚଳର ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ଆନ୍ଦୋଳନ କରିଛନ୍ତି। ରାମନଗର ବିଧାୟକ ଅଖିଲ ଗିରି ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସମାଧାନ କରିବାକୁ ପ୍ରତିଶୃତି ଦେଇଛନ୍ତି।  

ସୂଚନାନୁଯାୟୀ, ପଶ୍ଚିମବଙ୍ଗ ସରକାର ଦୀଘା ରେଳ ଷ୍ଟେସନ ନିକଟରେ ୨୨ ଏକର ଜାଗାରେ ୨୫୦ କୋଟି ଟଙ୍କା ବ୍ୟୟରେ ଏକ ଭବ୍ୟ ଜଗନ୍ନାଥ ମନ୍ଦିର ତିଆରି କରିଛନ୍ତି। ଗତ ଏପ୍ରିଲ ୨୮ ତାରିଖରେ ଏହାର ଉଦଘାଟନ ହୋଇଥିଲା। ଏହାପରେ ଦୀଘା ଦିଅଁଙ୍କୁ ନେଇ ବିବାଦ ମୁଣ୍ଡ ଟେକିଥିଲା। ଦୀଘାକୁ ଜଗନ୍ନାଥ ଧାମ ଲେଖିବା, ପଥର ମୂର୍ତ୍ତିକୁ ପୂଜାର୍ଚ୍ଚନା କରିବା ଏବଂ ଗ୍ୟାସ ଚୁଲ୍ଲାରେ ପ୍ରସାଦ ରୋଷେଇ କରିବା ଆଦି ଘଟଣା ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ କୁଠାରାଘାତ କରିଥିଲା। ଏବେ ପୁଣି ଦୀଘା ମନ୍ଦିରକୁ ନେଇ ନୂଆ ବିବାଦ ମୁଣ୍ଡ ଟେକିଛି। ମନ୍ଦିରରେ ନିଯୁକ୍ତିକୁ ନେଇ ପାତରଅନ୍ତର କରାଯାଉଥିବା ଅଭିଯୋଗ ଆସିଛି। ସ୍ଥାନୀୟ ଲୋକଙ୍କଠୁ ଜାଗା ନେଇ ସରକାର ମନ୍ଦିର ନିର୍ମାଣ କରିଥିବା ବେଳେ ଏବେ ସେମାନଙ୍କୁ ଅଣଦେଖା କରୁଛନ୍ତି। 

ମନ୍ଦିର ଭିତରେ ଏବେ ୧୦୦ ସିକ୍ୟୁରିଟିଙ୍କ ନିଯୁକ୍ତି ପ୍ରକ୍ରିୟା ଚାଲିଛି। ପୂର୍ବ ମେଦିନୀପୁର ଜିଲ୍ଲା ପ୍ରଶାସନ ଏକ ଏନଜିଓକୁ ନିଯୁକ୍ତି ଭାର ଟେକି ଦେଇଛି। ଯାହାଫଳରେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ଚାକିରି ମିଳୁନି। ତେଣୁ ସ୍ଥାନୀୟ ଲୋକମାନେ ଆଜି ଆନ୍ଦୋଳନ କରିଛନ୍ତି। ଏନେଇ ଖବର ପାଇବା ପରେ ରାମନଗର ବିଧାୟକ ଅଖିଲ ଗିରି ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସମାଧାନ କରିବାକୁ ପ୍ରତିଶୃତି ଦେଇଛନ୍ତି। ଏନେଇ ସେ ପୂର୍ବ ମେଦିନୀପୁର ଜିଲ୍ଲାପାଳ, ଏସପି ଏବଂ ଦୀଘା ଶଙ୍କରପୁର ଉନ୍ନୟନ କର୍ତ୍ତୃପକ୍ଷଙ୍କ ସହିତ କ‌ଥାବାର୍ତ୍ତା ହୋଇଛନ୍ତି। ନିଯୁକ୍ତି ପ୍ରକ୍ରିୟାକୁ ଏବେ ସ୍ଥଗିତ ରଖାଯାଇଛି। ଆଲୋଚନା ପରେ ନିଯୁକ୍ତି ଦିଆଯିବ ବୋଲି ସୂଚନା ମିଳିଛି। 

ଅପରପକ୍ଷରେ ଦୀଘା ଶାଖର ସଭାପତି ଦେବବ୍ରତ ଦସ, ଦୀପେଶ ସାତରାଙ୍କ କହିବା ଅନୁଯାୟୀ, ଏଜେନ୍ସି କମ୍ପାନୀ ସ୍ଥାନୀୟ ଯୁବକଙ୍କୁ ଅଣଦେଖା କରି ବନ୍ଦର ଆସୁଥିବା ଲୋକଙ୍କୁ ଗୁରୁତ୍ବ ଦେଉଛି। ଏଭଳି ହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର୍ ହେବ। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.