ପ୍ରମୂଖ ଖବର
  • ବେଙ୍ଗାଲୁରୁ ଦଳାଚକଟା ଘଟଣା; KSCA ସମ୍ପାଦକ ଏ. ଶଙ୍କର ଓ କୋଷାଧ୍ୟକ୍ଷ ଏଇ ଜୟରାମଙ୍କ ଇସ୍ତଫା
  • ||
  • ମିଠି ନଦୀ ଦୁର୍ନୀତି ମାମଲା: ଅଭିନେତା ଡିନୋ ମୋରିଆଙ୍କୁ ଇଡି ସମନ୍
  • ||
  • ସରଣ୍ଡା ଜଙ୍ଗଲରୁ ୧ କୁଇଣ୍ଟାଲ ବିସ୍ଫୋରକ ଜବତ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଫୁଲବାଣୀ : ଫୁଲବାଣୀ ମେଡିକାଲ କଲେଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଚଳିତ ଶିକ୍ଷା ବର୍ଷରୁ ଆରମ୍ଭ ହେବ ପାଠପଢା
  • ||
  • French Open 2025: 'ବୋଧ ହୁଏ ଏହା ମୋର ଶେଷ ମ୍ୟାଚ ଥିଲା', ଫ୍ରେଞ୍ଚ ଓପନ୍ ହାରିବା ପରେ ଅବସର ନେଲେ କି ନୋଭାକ ?
  • ||
  • ଭଦ୍ରକ : ଜାତିଆଣ ବିବାଦରୁ କଙ୍ଗାରୁ କୋର୍ଟ, ଗାଁରୁ ନିଆଁପାଣି ବନ୍ଦ ଚିନ୍ତାରେ ଚାଲିଗଲା ଜୀବନ !
  • ||
  • ବରଗଡ଼ ପଞ୍ଚାୟତ କଲେଜ ପଛପଟୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଚାନ୍ଦବାଲି : ରୋଗୀଙ୍କ ମୁହଁରୁ ଅକ୍ସିଜେନ କାଢିନେବାରୁ ମୃତ୍ୟୁ ଅଭିଯୋଗ, ଚାନ୍ଦବାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା
  • ||
  • ଶନିବାର ମୁଖ୍ୟମନ୍ତ୍ରୀଙ୍କ ଫୁଲବାଣୀ ଗସ୍ତ : ୪୨ ପ୍ରକଳ୍ପର ଉଦ୍‌ଘାଟନ ସହ ୬୫ ନୂଆ ପ୍ରକଳ୍ପର କରିବେ ଶିଳାନ୍ୟାସ
  • ||
  • 'ଅପରେସନ୍ ସିନ୍ଦୂର ପାକ୍ ସହ ଡିଲ ଥିଲା'; ଟିଏମ୍‌ସି ବିଧାୟକଙ୍କ ବୟାନକୁ ନେଇ ବିବାଦ, ଦୂରରେ ରହିଲା ଦଳ
  • ||
  • ଯୋଗେଶ ଗୌଡ଼ା ହତ୍ୟା ମାମଲା; କଂଗ୍ରେସ ବିଧାୟକ ବିନୟ କୁଲକର୍ଣ୍ଣିଙ୍କୁ ସୁପ୍ରିମ ଝଟକା, ଜାମିନ ଆବେଦନ ଖାରଜ
  • ||
  • କଟକ : ରାସ୍ତାରେ ପଡ଼ିଛି ମାନସିକ ବିକାରଗ୍ରସ୍ତ ମହିଳାଙ୍କ ମୃତଦେହ, ଅଜଣା ଗାଡ଼ି ଧକ୍କା ଦେଇଥିବା ସନ୍ଦେହ
  • ||
  • ଇଂଲଣ୍ଡରେ କେଏଲ ରାହୁଲଙ୍କ ବିସ୍ଫୋରକ ଶତକ, ଭାରତ ଏ'- ୩୧୯/୭
  • ||
  • କଟକ : ହୋଟେଲ ଭିତରକୁ ମାଡିଗଲା ଟ୍ରେଲର, ଜଣେ ମୃତ
  • ||
  • ଦେବଗଡ଼ : ଅଜଣା ଗାଡ଼ି ଧକ୍କାରେ ଚାଷୀ ସହ ବଳଦ ମୃତ
  • ||
  • ଆହୁରି ୫ ଦିନ ଅସହ୍ୟ ଗୁଳୁଗୁଳି, ଉପକୂଳବର୍ତ୍ତୀ ୧୧ ଜିଲ୍ଲାରେ କଲବଲ କରିବ ତାତି, ୧୦ ଯାଏ ନିସ୍ତାର ନାହିଁ
  • ||

ଦିଲ୍ଲୀ ହାଇକୋର୍ଟଙ୍କ ଟିପ୍ପଣୀ: ଫି’ ଦେଇ ନପାରିଲେ ଧମକ ଦେଇପାରିବେନି ସ୍କୁଲ

Published By : Prameya | June 6, 2025 2:58 PM

ନୂଆଦିଲ୍ଲୀ,୦୬/୦୬: ଫି ଦେଇପାରି ନଥିବାରୁ ୩୧ ଜଣ  ଛାତ୍ରଛାତ୍ରୀଙ୍କୁ ସସ୍‌ପେଣ୍ଡ କରିଥିବା ଦ୍ୱାରାକ ଦିଲ୍ଲୀ ପବ୍ଲିକ ସ୍କୁଲକୁ  କଡା ସମାଲୋଚନା କରିଛନ୍ତି ହାଇକୋର୍ଟ । ଜଷ୍ଟିସ ସଚିନ ଦତ୍ତାଙ୍କୁ  ନେଇ ଗଠିତ ଜଣକିଆ ବେଞ୍ଚ କହିଛନ୍ତି ସ୍କୁଲ ଫି ଦେଇ ନ ପାରିବାରୁ ଛାତ୍ରଛାତ୍ରୀଙ୍କୁ ଧମକ ଦିଆଯାଇପାରିବ ନାହିଁ । ସ୍କୁଲ କର୍ତ୍ତୃପକ୍ଷଙ୍କ ଏଭଳି ହରକତ ମାନସିକ ନିର୍ଯାତନା ସହ ସମାନ ଏବଂ ଏହା  ଛାତ୍ରଛାତ୍ରୀଙ୍କ ଆତ୍ମସମ୍ମାନ ପ୍ରତି ଆଘାତ ପହଞ୍ଚାଇଥାଏ । 

ହାଇକୋର୍ଟ  କହିଛନ୍ତି ଯେ, ସ୍କୁଲ କେବଳ ଅର୍ଥ ଉପାର୍ଜନର ମାଧ୍ୟମ ନୁହେଁ । ସ୍କୁଲର ପ୍ରଥମ ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରିବା ଓ  ସେମାନଙ୍କ ନୈତିକ ମୂଲ୍ୟବୋଧର ବିକାଶ ଘଟାଇବା । କେବଳ  ଏକ ବ୍ୟବସାୟିକ ସଂସ୍ଥା ଭାବେ କାମ କରିବା ସ୍କୁଲର ଉଦ୍ଦେଶ୍ୟ ନୁହେଁ । ନିଜର ସେବା ପ୍ରଦାନ ଲାଗି ସ୍କୁଲ ଅବଶ୍ୟ ଫି ନେଇଥାଏ,  କିନ୍ତୁ ଏହାକୁ ଏକ ବ୍ୟବସାୟିକ ସଂସ୍ଥା ଭାବେ ବିବେଚନା କରାଯାଇ ପାରିବ ନାହିଁ । ତେବେ ସ୍କୁଲ କର୍ତ୍ତୃପକ୍ଷ ଓ ଅଭିଭାକମାନେ ବିବାଦର  ଆପୋସ ସମାଧାନ କିରବାକୁ ହାଇକୋର୍ଟ ପରାମର୍ଶ ଦେଇଛନ୍ତି । ତେବେ ହାଇକୋର୍ଟଙ୍କ ଏହି ଟିପ୍ପଣୀ ପରେ ସ୍କୁଲ କର୍ତ୍ତୃପକ୍ଷ ପିଲାମାନଙ୍କ  ଉପରୁ ନିଲମ୍ବନ ପ୍ରତ୍ୟାହାର କରିନେଇଛି । 

ସୂଚନାଯୋଗ୍ୟ ଯେ ଏହି  ମାମଲା ଦ୍ୱାରକା ଡିପିଏସ୍‌ ସହ ଜଡିତ । ଗତ ମେ ୯ ତାରିଖରେ ଫି  ଦେଇ ନଥିବାରୁ ଡିପିଏସ୍‌ ପକ୍ଷରୁ ୩୨ ଜଣ ଛାତ୍ରଛାତ୍ରୀଙ୍କ ନାଁ କାଟି  ଦିଆଯାଇଥିଲା । ମେ ୧୩ ତାରିଖରେ ଏହି ପିଲାମାନେ ସ୍କୁଲରେ  ପହଞ୍ଚିବା ପରେ ଗେଟରେ ଉପସ୍ଥିତ ୪ ଜଣ ପୁରୁଷ ଓ ୨ ଜଣ  ମହିଳା ବାଉନ୍‌ସର ସେମାନଙ୍କ ପରିଚୟପତ୍ର ଯାଞ୍ଚ କରିଥିଲେ ।  ପରେ ସେମାନଙ୍କୁ ସ୍କୁଲ ଭିତରକୁ ନ ପୂରାଇ ଫେରାଇ ଦେଇଥିଲେ ।  ଏପରିକି ସେମାନଙ୍କୁ ଘରକୁ ପଠାଇ ଦିଆଯିବା ସମ୍ପର୍କରେ ମଧ୍ୟ  ଅଭିଭାବକମାନଙ୍କୁ ସୂଚନା ଦିଆଯାଇ ନଥିଲା । ଫଳରେ ୧୦୨  ଜଣ ଅଭିଭାବକ ସ୍କୁଲ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତି ବିରୋଧରେ  ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.