ନୂଆଦିଲ୍ଲୀ,୦୭/୦୬: କର୍ଣ୍ଣାଟକ କଂଗ୍ରେସ ବିଧାୟକ ବିନୟ କୁଲକର୍ଣ୍ଣିଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା ଲାଗିଛି । ବିଜେପି ନେତା ଯୋଗେଶ ଗୌଡ଼ାଙ୍କ ହତ୍ୟା ମାମଲାରେ ବିନୟ କୁଲକର୍ଣ୍ଣିଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପ୍ରମାଣ ନଷ୍ଟ କରିବା ନେଇ ବିନୟଙ୍କ ନାମରେ ଅଭିଯୋଗ ହୋଇଛି । ବେଲ ପିଟିସନ ଖାରଜ କରି ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।
୨୦୨୦ ମସିହାରେ ବିନୟ କୁଲକର୍ଣ୍ଣି ବିଜେପି ନେତାଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିଲେ । ୨୦୨୧ରେ ତାଙ୍କୁ ଜାମିନ ମିଳିଥିଲା । କର୍ଣ୍ଣାଟକ ସରକାର ଜାମିନ ଆବେଦନ ରଦ୍ଦ କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ପ୍ରମାଣକୁ ପ୍ରଭାବିତ କରିବା ନେଇ ବିନୟ କୁଲକର୍ଣ୍ଣିଙ୍କ ନାମରେ ଅଭିଯୋଗ ହୋଇଥିଲା । ବିନୟ ଜାମିନ ଶବ୍ଦର ଉଲ୍ଲଘଂନ କରିଥିବା ଅଭିଯୋଗ ହୋଇଥିଲା ।
ଜଷ୍ଟିସ୍ ସଞ୍ଜୟ କରୋଲ ଏବଂ ଜଷ୍ଟିସ୍ ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ ଆଦେଶ ପାରିତ କରି କହିଛନ୍ତି କି, ବିନୟ କୁଲକର୍ଣ୍ଣିଙ୍କ ଦ୍ୱାରା ପ୍ରମାଣକୁ ପ୍ରଭାବିତ କରିବାକୁ ରେକର୍ଡରେ ପର୍ଯ୍ୟାପ୍ତ ପ୍ରମାଣ ରହିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଦାଲତ ଏହି ସୁବିଚାରିତ ରାୟ ଦେଉଛନ୍ତି କି କୁଲକର୍ଣ୍ଣିଙ୍କୁ ଦିଆଯାଇଥିବା ଜାମିନ ରଦ୍ଦ ହେବା ଦରକାର । ପରିମାଣସ୍ୱରୂପ, ଅଭିଯୁକ୍ତ ସଂଖ୍ୟା ୧୫, ଅଭିଯୁକ୍ତଙ୍କ ଜାମିନ ଆବେଦନ ରଦ୍ଦ କରାଯାଉଛି । ଗୋଟିଏ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
କଣ ପୁରା ମାମଲା- ହତ୍ୟା ଘଟଣା ୨୦୧୬ ମସିହାର । ଜୁନ୍ ୧୫ ୨୦୧୬ରେ ଯୋଗେଶ ଗୌଡ଼ାଙ୍କୁ ହତ୍ୟା କରାଯାଇଥିଲା । ପରିବାର ହତ୍ୟା ଅଭିଯୋଗ ତତ୍କାଳୀନ ମନ୍ତ୍ରୀ ତଥା କଂଗ୍ରେସ ନେତା ବିନୟ କୁଲକର୍ଣ୍ଣିଙ୍କ ନାମରେ ଆଣିଥିଲେ । ସିଦ୍ଧରମେୟା ସରକାର ବିନୟଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ । ହତ୍ୟାକାଣ୍ଡକୁ ନେଇ ଭାରତୀୟ ଜନତା ପାର୍ଟି ବିରୋଧ ପ୍ରଦର୍ଶନ କରିଥିଲା । କର୍ଣ୍ଣାଟକ ନିର୍ବାଚନରେ ବିଜେପି ଏହାକୁ ମୁଦ୍ଦା କରିଥିଲା ।
ବିନୟ କୁଲକର୍ଣ୍ଣି କର୍ଣ୍ଣାଟକ କଂଗ୍ରେସ ନେତା । ଏବେ ସେ ଧାରବାଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ଅଛନ୍ତି । ୨୦୨୩ କର୍ଣ୍ଣାଟନ ବିଧାନସଭା ନିର୍ବାଚନରେ ବିଜୟ ହାସଲ କରିଥିଲେ । ଏହାପୂର୍ବରୁ ୨୦୧୪ ଲୋକସଭା ଓ ୨୦୧୮ ବିଧାନସଭା ନିର୍ବାଚନରେ ପରାସ୍ତ ହୋଇଥିଲେ । ସିଦ୍ଧରମେୟା କ୍ୟାବିନେଟରେ ଖଣିମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ।