ନୂଆଦିଲ୍ଲୀ: ଭାରତରେ କୋଭିଡ୍-୧୯ ସକ୍ରିୟ ମାମଲା ମାମଲା ୫୭୫୦ ଟପିଛି। ଯାହାମଧ୍ୟରେ କେରଳରେ ସର୍ବାଧିକ ମାମଲା ରିପୋର୍ଟ କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ସମଗ୍ର ଭାରତରେ ୭୬୪ ନୂଆ ମାମଲା ଏବଂ ୪ ମୃତ୍ୟୁ ରେକର୍ଡ କରାଯାଇଛି। କେରଳରେ ୧୬୭୯ଟି ସକ୍ରିୟ ମାମଲା ଥିବା ବେଳେ, ଗୁଜରାଟରେ ୬୧୫, ପଶ୍ଚିମବଙ୍ଗରେ ୫୯୬ ଓ ଦିଲ୍ଲୀରେ ୫୯୨ଟି ସକ୍ରିୟ ମାମଲା ସହ ପଛରେ ରହିଛି।
ଗତ 24 ଘଣ୍ଚା ମଧ୍ୟରେ ହୋଇଥିବା ଚାରି ମୃତ୍ୟୁ ମଧ୍ୟରୁ କେରଳରୁ ଦୁଇଜଣ, କର୍ଣ୍ଣାଟକରୁ ଜଣେ ଏବଂ ପଞ୍ଜାବରୁ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ରିପୋର୍ଟ ହୋଇଛି। ମୃତ୍ୟୁ ହୋଇଥିବା ସମସ୍ତ ଲୋକଙ୍କ ବୟସ ୬୦ ବର୍ଷରୁ ଅଧିକ ହୋଇଥିବା ବେଳେ ସମସ୍ତେ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିଲେ। ସବୁଠୁ ବଡ ଆଶ୍ୱସ୍ତିର କଥା ହେଉଛି ଯେ ଅଧିକାଂଶ ମାମଲା ହାଲୁକା ଏବଂ ଘରୋଇ ଚିକିତ୍ସାରେ ଠିକ ହୋଇ ଯାଉଛି।
କେନ୍ଦ୍ର ସରକାର ହସ୍ପିଟାଲଗୁଡ଼ିକରେ ମକ୍ ଡ୍ରିଲ୍ ଜରିଆରେ ପ୍ରସ୍ତୁତି ଯାଞ୍ଚ କରୁଛନ୍ତି ଏବଂ ଅମ୍ଳଜାନ, ଆଇସୋଲେସନ ବେଡ୍ ଓ ଭେଣ୍ଟିଲେଟର ଉପଲବ୍ଧତା ନିଶ୍ଚିତ କରିବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସମସ୍ତ ହସ୍ପିଟାଲକୁ ସତର୍କ ରହିବା ଓ ସୁରକ୍ଷା ନିୟମ ପାଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।
ବିଶେଷଜ୍ଞମାନେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା ଓ ନିୟମିତ ହାତ ଧୋଇବାକୁ ପରାମର୍ଶ ଦେଇଛନ୍ତି। ଓମିକ୍ରନର ନୂଆ ଉପ-ଭାରିଆଣ୍ଟଗୁଡ଼ିକୁ ମଧ୍ୟ ନୀରିକ୍ଷଣ କରାଯାଉଛି।