ପ୍ରମୂଖ ଖବର
  • କଳିଙ୍ଗନଗର : ମଝିଆଁ ଭାଇର ଖଣ୍ଡା ଚୋଟରେ ବଡ଼ ଭାଇ ଗୁରୁତର
  • ||
  • ପାଟଣାଗଡ଼ : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • ହୃତଘାତରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପତ୍ନୀ ବିୟୋଗ, ଚାରୁଶୀଳା ଆଚାର୍ଯ୍ୟଙ୍କ କରାଯିବ ଚକ୍ଷୁଦାନ
  • ||
  • ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • ଭୁବନେଶ୍ୱର : ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • କଟକ : ପିଇବା ପାଣି ପାଇଁ ରାସ୍ତାରୋକ; ଗରା ଓ ବାଲଟି ଧରି ରାସ୍ତାରେ ବସିଲେ ମହିଳା
  • ||
  • ଗୁରୁବାର ସୁଦଶା ବ୍ରତ: ଜାଣନ୍ତୁ ସୁଦଶା ବ୍ରତର ମାହାତ୍ମ୍ୟ, ପୂଜା ବିଧି
  • ||
  • ଗଞ୍ଜାମ : ଅଜଣା ଗାଡି ଧକ୍କାରେ ଆଇନଜୀବୀ ମୃତ, ଥାନାରେ ମାମଲା ରୁଜୁ
  • ||
  • ବିଶିଷ୍ଟ ପରିବେଶବିତ୍ ମେଧା ପାଟେକର ଅଟକ,କାଶୀପୁର ବ୍ଲକରେ ହେବାକୁ ଥିବା ଜନ ସମାବେଶରେ ହୋଇଥାନ୍ତେ ସାମିଲ
  • ||
  • ରଥ ଖଳା ହାଲ୍‌ଚାଲ୍‌: ପଡ଼ିଲା ରଥର ପ୍ରଥମ ଫ୍ରେମ୍, ଆଗକୁ ଦଣ୍ଡା କଣ୍ଟା ଅନୁକୂଳ
  • ||
  • କଟକ : ମହୁମାଛି ଆକ୍ରମଣରେ ବୃଦ୍ଧା ମୃତ, ଜଣେ ଗୁରୁତର
  • ||
  • ଆଗକୁ ବଢ଼ିବାର ନାଁ ନେଉନି ମୌସୁମୀ: ଭୀଷଣ ଗ୍ରୀଷ୍ମପ୍ରବାହ ଆଲର୍ଟ, ୭ରେ କିଛି ସ୍ଥାନରେ ୪୨ ଡିଗ୍ରୀ ଟପିବ ତାତି
  • ||
  • କଳାହାଣ୍ଡି : ଟ୍ରକ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍‌; ଜଣେ ମୃତ, ୫ ଗୁରୁତର
  • ||

ମହାରାଷ୍ଟ୍ରରେ ଆଲୋଡନ; ମଦ ପାଇଁ ପୁଅକୁ ପିଟି ପିଟି ମାରି ଦେଲା ବାପା

Published By : Bijay Swain | June 3, 2025 9:12 PM

Image courtesy: indiatoday

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଏକ ଦୁଃଖଦ ଘଟଣାରେ ଜଣେ ବ୍ୟକ୍ତି ନିଜ ପୁଅକୁ ତାଙ୍କ ମଦ ପିଇବା କାରଣରୁ ପିଟି ପିଟି ମାରି ଦେଇଛନ୍ତି। ଏହି ଘଟଣା ମହାରାଷ୍ଟ୍ରର ଅମରାବତୀ ଅଞ୍ଚଳରେ ଘଟିଥିବା ଜଣାପଡିଛି। ଅଭିଯୁକ୍ତ ବ୍ୟକ୍ତି ନିଜ ପୁଅ ତାଙ୍କ ମଦ ପିଇଥିବାରୁ ରାଗି ଯାଇ ତାଙ୍କୁ ନିର୍ମମ ଭାବେ ପିଟିଥିଲେ, ଯାହାଦ୍ୱାରା ତାଙ୍କ ପୁଅର ମୃତ୍ୟୁ ହୋଇଛି। 

ସୂଚନା ମୁତାବକ, ସୋମବାର ସକାଳୁ ୬୫ ବର୍ଷିୟ ହୀରାମନ ଧ୍ରୁବେ ନିଜ ପାଇଁ ଏକ ମଦ କିଣି ଆଣି ଘରେ ରଖିଥିଲେ। ଏହି ସମୟରେ ତାଙ୍କ ୩୫ ବର୍ଷିୟ ପୁଅ ଦିଲ୍ଲିପ ଧ୍ରୁବେ ହୀରାମନଙ୍କ ଅଜାଣତରେ ସମସ୍ତ ମଦ ପିଇଦେଇଥିଲେ। ଏହି ଘଟଣାରେ ହୀରାମନ ଅତ୍ୟନ୍ତ କ୍ରୋଧିତ ହୋଇଯାଇ ନିଜ ପୁଅକୁ ଗାଳିଗୁଲଜ କରିଥିଲେ। ପରେ ଯୁକ୍ତିତର୍କ ଏତେ ବଢିଯାଇଥିଲା ଯେ ହୀରାମନ ପାଖରେ ଥୁଆ ହୋଇଥିବା ଏକ କାଠଫାଳିଆ ଆଣି ଦିଲ୍ଲିପଙ୍କ ପିଟିବା ଆରମ୍ଭ କରିଦେଇଥିଲେ। 

ଏହା ମଧ୍ୟରେ ଘଟଣା ସ୍ଥଳରେ ହିଁ ଦିଲ୍ଲିପଙ୍କ ପ୍ରାଣବାୟୁ ଉଡିଯାଇଥିଲା। ଏ ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ମାମଲାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି ଏବଂ ମଦ ସେବନ ସହ ଜଡ଼ିତ ଘରୋଇ ହିଂସା ଉପରେ ପୁନର୍ବାର ଦୃଷ୍ଟି ଦେବାକୁ ଏହି ଘଟଣା ଧ୍ୟାନ ଆକର୍ଷଣ କରିଛି। 

ତେବେ ସବୁଠୁ ଦୁଃଖର ବିଷୟ ହେଉଛି କି ଯେ ମୃତ ଦିଲ୍ଲିପଙ୍କର ଛୋଟ ଛୋଟ ଦୁଇଜଣ ସନ୍ତାନ ରହିଛନ୍ତି। ଦୁଇ ସନ୍ତାନଙ୍କ ମଧ୍ୟରୁ ଜଣଙ୍କର ବୟ, ୫ ବର୍ଷ ହୋଇଥିବା ବେଳେ ଜଣକର ବୟସ ୨.୫ ବର୍ଷ ବୋଲି ଜଣାପଡିଛି। ତେବେ ଦିଲ୍ଲିପଙ୍କ ପତ୍ନୀ ରାଜକୁମାରୀ ଦେବି ସ୍ୱାମୀଙ୍କ ହରାଇ ବେସାହାରା ହୋଇ ପଡିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.