ପ୍ରମୂଖ ଖବର

ପ୍ରକାଶ ପାଇଲା JEE ଆଡଭାନ୍ସ ରେଜଲ୍ଟ; ୫୪,୩୭୮ ପରୀକ୍ଷାର୍ଥୀ କୃତକାର୍ଯ୍ୟ, ଏମିତି କରନ୍ତୁ ଚେକ୍‌

Published By : Ankita S | June 2, 2025 10:25 AM

ନୂଆଦିଲ୍ଲୀ,୦୨/୦୬: ଆଇଆଇଟିରେ ନାମଲେଖା ପାଇଁ ହେଉଥିବା ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି ।  JEE ଆଡଭାନ୍ସ ୨୦୨୫ ରେଜଲ୍ଟ ବାହାରିଛି । ଚଳିତବର୍ଷ ୧ ଲକ୍ଷ ୮୦ ହଜାର ୪୨୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଆଇଆଇଟି ଦିଲ୍ଲୀ ଜୋନ୍‌ର ରଜିତ୍ ଗୁପ୍ତା ପ୍ରଥମ ସ୍ଥାନ ହାସଲ କରିଛନ୍ତି । jeeadv.ac.inରେ ଛାତ୍ରଛାତ୍ରୀ ପରୀକ୍ଷା ଫଳ ଦେଖିପାରିବେ । 

ମୋଟ୍ ୧.୮୦ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୪, ୩୭୮ ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯,୪୦୪ ଛାତ୍ରୀ ରହିଛନ୍ତି । ଏଥର ସବୁ ବର୍ଗରେ କଟଅପ କମିଛି । ଆଇଆଇଟି ଦିଲ୍ଲୀ ଜୋନ୍‌ର ରଜିତ୍ ଗୁପ୍ତା ପ୍ରଥମ ସ୍ଥାନରେ ରହିଛନ୍ତି । ସେ ୩୬୦ରୁ ୩୩୨ ମାର୍କ ରଖିଛନ୍ତି । ଆଇଆଇଟି କାନପୁର ଦ୍ୱାରା ମେ ୧୮ରେ ଦୁଇଟି ପର୍ଯ୍ୟାୟରେ ଦେଶରେ ୨୨୨ କେନ୍ଦ୍ରରେ ପରୀକ୍ଷା ହୋଇଥିଲା । ଏହା ସହିତ କାଠମାଣ୍ଡୁ ଓ ଦୁବାଇରେ ୨୨୪ କେନ୍ଦ୍ରରେ ପରୀକ୍ଷା ହୋଇଥିଲା । ଏଥର ୯୦ ହଜାର ପରୀକ୍ଷାର୍ଥୀ ଜେଇଇ- ଆଡଭାନ୍ସ ପାଇଁ ପଞ୍ଜୀକରଣ କରିଥିଲେ । ୩୬୦ ମାର୍କର ପରୀକ୍ଷା ହୋଇଥିଲା । ଯେଉଁଥିରେ ପେପର-୧ ଓ ପେପର-୨ ଦୁଇଟିରେ ୧୮୦-୧୮୦ ମାର୍କର ରହିଥିଲା ।

ଆଇଆଇଟି ଦିଲ୍ଲୀ ଜୋନ୍‌ ରଜିତ୍‌ ଗୁପ୍ତା ରାଙ୍କ ୧ ହାସଲ କରିଛନ୍ତି । କୋଟାରେ କୋଚିଂ ନେଉଥିବା ରଜିତ ୩୬୦ରୁ ୩୩୨ ମାର୍କ ରଖିଛନ୍ତି । ଦ୍ୱିତୀୟ ସ୍ଥାନରେ ଆଇଆଇଟି  ଦିଲ୍ଲୀ ଜୋନ୍‌ର ସକ୍ଷମ ଜିନ୍ଦଲ ରହିଛନ୍ତି । ତୃତୀୟ ସ୍ଥାନରେ ଆଇଆଇଟି ବମ୍ବେ ଜୋନ୍‌ର ମାଜିଦ ମୁଜାହିତ, ଚତୁ୍ର୍ଥରେ ପାର୍ଥ ମନ୍ଦର ରହିଛନ୍ତି । ଦେବଦତ୍ତା ମାଝୀ ୧୬ତମ ରାଙ୍କ ହାସଲ କରି ଛାତ୍ରୀଙ୍କ ମଧ୍ୟରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ଜେଇଇ ଆଡଭାନ୍ସ କମନ୍ ରାଙ୍କ ଲିଷ୍ଟ (ସିଆରଏଲ) ଶୀର୍ଷ ୧୫ରେ ସମସ୍ତେ ଛାତ୍ର । 

କଟଅଫ୍‌ କମିଲା- ଚଳିତ ବର୍ଷ ପ୍ରତି ବିଷୟ ଏବଂ ମୋଟ ଜେଇଇ ଆଡଭାନ୍ସ କଟଅପ କିମିଛି । ସାଧାରଣ ରାଙ୍କ ପାଇଁ ୨୦.୫୬ ପ୍ରତିଶତ, ଜେନେରାଲ-ଇଡବଲ୍ୟୁଏସ ରାଙ୍ ଲିଷ୍ଟ  ଓ ଓବିସି-ଏନସିଏଲ ପାଇଁ ୧୮.୫୦ ପ୍ରତିଶତ ରହିଛି । ସେହିପରି ଏସସି, ଏସଟି ଓ ପିଡବ୍ଲ୍ୟୁ ପାଇଁ ରାଙ୍କ ୧୦.୨୮ ପ୍ରତିଶତ ରହିଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.