ନୂଆଦିଲ୍ଲୀ, ୨୨/୦୮: ଭୋଟ୍ ଚୋରି ଏବଂ SIR ଉପରେ ପ୍ରତିକ୍ରିୟା ରଖିଛି ବିଜୁ ଜନତା ଦଳ । ବିଜେଡି ରାଜ୍ୟସଭା ସଂସାଦ ଅମର ପଟ୍ଟନାୟକ ଭାରତୀୟ ନିର୍ବାଚନ କମିଶନଙ୍କ ଉପରେ ଟିପ୍ପଣୀ ଦେଇଛନ୍ତି । ସେ କହିଛନ୍ତି, ନିର୍ବାଚନ କମିଶନଙ୍କ ଦ୍ବାରା ଭୋଟର ତାଲିକା ପ୍ରସ୍ତୁତ ହୋଇଥାଏ । ଦେଶରେ ମୁକ୍ତ, ଅବାଧ, ନିରପେକ୍ଷା ଏବଂ ସ୍ବଚ୍ଛ ନିର୍ବାଚନ ପରିଚାଳନାର ମୌଳିକ ଦାୟିତ୍ବ ନିର୍ବାଚନ ଆୟୋଗଙ୍କ ଉପରେ ନ୍ୟସ୍ତ । ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଭୋଟ୍ ଚୋରି ପ୍ରସଂଗରେ ରାଜନୈତିକ ଦଳଗୁଡ଼ିକୁ ସତ୍ୟପାଠ ମାଗିବା ପରିବର୍ତ୍ତେ, ନିର୍ବାଚନ କମିଶନ ନୈତିକତା ଦୃଷ୍ଟିରୁ ଦେଶର ଜନସାଧାରଣଏବଂ ଅଦାଲତଙ୍କୁ ଏକ ସତ୍ୟପାଠ ଦେବା ଉଚିତ୍ । ଯେଉଁଥିରେ କୌଣସି ପ୍ରକାର ଭୁଲ୍ ମତଦାନ ହୋଇନାହିଁ ବୋଲି ଦାବି ରଖାଯାଇ ପାରିବ କହିଛନ୍ତି ବିଜେଡି ସାସଂଦ ଅମର ପଟ୍ଟନାୟକ ।
ସେ ଆହୁରି ମଧ୍ୟ କହିଛନ୍ତି, ଫର୍ମ ୧୭(A) ସାଧାରଣତଃ ସେହି ଦିନରେ ଭୋଟ୍ ଦେଇଥିବା ମତଦାତାମାନଙ୍କୁ ଗଣନା କରିଥାଏ । ଏହି ଫର୍ମ ଦ୍ବାରା ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରାଯାଇପାରିବ ଯେ ଭୋଟର ତାଲିକାରେ ଦୁଇଥର ନାମ ଲେଖାଇଥିବା ଜଣେ ଭୋଟର ଦୁଇଥର ଭୋଟ୍ ଦେଇଛନ୍ତି କି ନାହିଁ କିମ୍ବା ଜଣେ ନକଲି ଭୋଟର ମତଦାନ କରିଛନ୍ତି କି ନାହିଁ ? ବିଜେଡି ସାଂସଦଙ୍କ ଏହି ବୟାନ ଭୋଟ୍ ଚୋରି ରାଜନୀତି ନିଆଁରେ ଘିଅ ସଦୃଶ୍ୟ ପଡ଼ିଛି । ...