ପ୍ରମୂଖ ଖବର
  • ଆମେରିକାର ପୂର୍ବତନ ଏନଏସ୍ଏଙ୍କ ଘରେ ଚଢ଼ାଉ କଲା ଏଫବିଆଇ
  • ||
  • ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଗିରଫ
  • ||
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

“ବାପାଙ୍କ ମୃତଦେହ ଡ୍ରମ୍ ଭିତରେ ଅଛି, ମା' ଆଉ ତାଙ୍କ ସାଥୀ ତାଙ୍କୁ ହତ୍ୟା କରିଥିବାର ମୁଁ ଦେଖିଛି”: ଏଭଳି ବୟାନ ଦେଲା ୮ ବର୍ଷର ପୁଅ...

Published By : Swapna Ray | August 22, 2025 3:40 PM

ରାଜସ୍ଥାନ, ୨୨।୮: ସେଇ ନୀଳ ଡ୍ରମ୍, ଆଉ ସେଇ ନୀଳ ଡ୍ରମ୍ ଭିତରେ ଠିକ୍ ସେମିତି ଜଣେ ସ୍ୱାମୀଙ୍କ ମୃତଦେହ । ଏ ଘଟଣା ବି ରାଜସ୍ଥାନର । କିନ୍ତୁ, ଏଥର ମୁସକାନ ନୁହଁ, ସୁନିତା । କେବଳ ନାଁ ଛଡ଼ା ଆଉ ସବୁ ପ୍ଲାନ୍ ଅବିକଳ ସମାନ । ସ୍ୱାମୀର ହତ୍ୟାକାଣ୍ଡ ରଚିଥିବା ଏ ସ୍ତ୍ରୀ ବି ନିଜ ପ୍ରେମିକ ପାଇଁ ପାଗଳ । ମିରଟର ସୌରଭ ହତ୍ୟାକାଣ୍ଡ ଭଳି ଛାତିଥରା ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ପୁଣି ବ୍ଲୁ ଡ୍ରମ୍ ହତ୍ୟାକାଣ୍ଡ ମାମଲାର ପୁନରାବୃତ୍ତି ଘଟିଛି । ଏଥର ସିମେଣ୍ଟ ନୁହଁ, ସ୍ୱାମୀର ମୃତଦେହକୁ ସଢ଼ିବାକୁ ଲୁଣ ବିଞ୍ଚିଥିଲା ସ୍ତ୍ରୀ । ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା । ଆଉ ନିଜ ହାତରୁ ନିଜ ସ୍ୱାମୀର ରକ୍ତ ଚିହ୍ନ ଧୋଇବାକୁ କରିଥିଲା ମାଷ୍ଟର ପ୍ଲାନ୍ । 

ରାଜସ୍ଥାନର ଖୈର୍ଥଲ-ତିଜାରା ଜିଲ୍ଲାର ଏ ଘଟଣା । ଏକ ଘର ଛାତ ଉପରେ ଏକ ଡ୍ରମ ଭିତରେ ଥିଲା ସ୍ୱାମୀଙ୍କ ମୃତଦେହ । ୮ ବର୍ଷର ପୁଅ ପୋଲିସକୁ ଏକ ଏଭଳି ବୟାନ ଦେଇଛି, ଯାହା ସମସ୍ତଙ୍କୁ ବିଚଳିତ କରିଛି । ପିଲାଟି କହିଛି ଯେ, ଏକ ନୀଳ ପ୍ଲାଷ୍ଟିକ୍ ଡ୍ରମରେ ବାପାଙ୍କ ମୃତଦେହ ଅଛି । ଯାହାକୁ ତା’ ମାଆ ଏବଂ ଅନ୍ୟ ଜଣେ ବ୍ୟକ୍ତି ଛାତ ଉପରେ ଲୁଚାଇ ରଖିଥିବାର ସେ ଦେଖିଛି । ଉତ୍ତରପ୍ରଦେଶର ଶାହାଜାହାନପୁର ବାସିନ୍ଦା ୩୫ ବର୍ଷୀୟ ହଂସରାମ । ସୁନିତାଙ୍କୁ ବିବାହ କରିବା ପରେ ସ୍ତ୍ରୀ ଓ ୩ ପିଲାଙ୍କ ସହ କିଶନଗଡ଼ରେ ପ୍ରାୟ ୨ ମାସ ହେବ ଏକ ଭଡ଼ା ଘରେ ରହିଆସୁଥିଲେ । ହଂସରାମ ଇଟା ଭାଟିରେ କାମ କରୁଥିଲେ । ସୁନିତାଙ୍କର ଅନ୍ୟ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ପରେ ନିଜ ସ୍ୱାମୀଙ୍କୁ ଜୀବନରୁ ମାରିଦେବାକୁ ଯୋଜନା କରିଥିଲେ । ପ୍ରେମିକ ସହ ମିଶି ହଂସରାମଙ୍କୁ ହତ୍ୟା କରିବାରେ ତାଙ୍କ ଯୋଜନା ସଫଳ ହୋଇଥିଲା । 

ସୋମବାର ପୋଲିସ ମହିଳା ସୁନିତା ଏବଂ ତାଙ୍କ ପ୍ରେମିକ ଜିତେନ୍ଦ୍ରଙ୍କୁ ଅଟକ ରଖିଛି । ରବିବାର ଛାତରୁ ଦୁର୍ଗନ୍ଧ ହେବାରୁ ପଡ଼ୋଶୀମାନେ ଥାନାରେ ଅଭିଯୋଗ କରିଥିଲେ । ପରେ ପୁଲିସ ତଦନ୍ତ କରିବା ପରେ ହଂସରାମଙ୍କ ମୃତଦେହ ଘର ଛାତ ଉପରେ ଏକ ଡ୍ରମ୍‌ରୁ ମିଳିଥିଲା । ତାଙ୍କ ଗଳାରେ ଏକ ଧାରୁଆ ଅସ୍ତ୍ରରେ ଗଭୀର କ୍ଷତ ଥିବା ଦେଖାଯାଇଛି । ତାଙ୍କୁ ହତ୍ୟା କରିବା ପରେ ମୃତଦେହ ଡ୍ରମ୍‌ ଭିତରେ ରଖି ଲୁଣ ଦିଆଯାଇଥିଲା । ଯାହା ଫଳରେ ମୃତଦେହଟି ଶୀଘ୍ର ସଢ଼ିଯିବ । ପରେ ପୁଲିସ ସୁନିତା ଓ ଜିତେନ୍ଦ୍ରଙ୍କୁ ଏକ ଇଟା ଭାଟିରେ ଠାବ କରିଥିଲା । ୮ ବର୍ଷର ପୁଅଟି ପୋଲିସକୁ କହିଛି ଯେ, ଘଟଣା ରାତିରେ ତାଙ୍କ ବାପା, ମାଆ ଏବଂ ଜିତେନ୍ଦ୍ର ଏକାଠି ମଦ୍ୟପାନ କରିଥିଲେ । ହଂସରାମ ତାଙ୍କ ସ୍ତ୍ରୀଙ୍କୁ ମାଡ଼ ମାରିବା ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ପରେ ଜିତେନ୍ଦ୍ର ଏଥିରେ ହସ୍ତକ୍ଷେପ କରିଥିଲେ ଏବଂ ପରେ ତାଙ୍କ ମାଆ ପିଲାମାନଙ୍କୁ ଶୋଇବାକୁ ପଠାଇ ଦେଇଥିଲେ । 

ତା’ ପରଦିନ ସକାଳେ, ତାଙ୍କ ମାଆ ଏବଂ ଜିତେନ୍ଦ୍ର ଏକ ପାଣି ଭର୍ତ୍ତି ପ୍ଲାଷ୍ଟିକ୍ ଡ୍ରମ୍ ଖାଲି କରି ମୃତଦେହକୁ ତା ଭିତରେ ଭର୍ତ୍ତି କରିଥିଲେ, ପରେ ଲୁଣ ମିଶାଇ ଛାତ ଉପରେ ଡ୍ରମ୍ ଲୁଚାଇ ଦେଇଥିବା ପିଲାଟି ପୋଲିସକୁ କହିଛି । ପିଲାଟିର କହିବା ଅନୁଯାୟୀ, ଯେତେବେଳେ ଜିତେନ୍ଦ୍ର ବାରମ୍ବାର ଆସିବା ବିଷୟରେ ହଂସରାମ ଜାଣିପାରିଥିଲେ । ଯାହା ପରେ ଘରେ ହିଂସା ବୃଦ୍ଧି ପାଇଲା ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.