ପ୍ରମୂଖ ଖବର
  • ଆମେରିକାର ପୂର୍ବତନ ଏନଏସ୍ଏଙ୍କ ଘରେ ଚଢ଼ାଉ କଲା ଏଫବିଆଇ
  • ||
  • ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଗିରଫ
  • ||
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ବିଶ୍ଵାସରେ ବିଷ; ଗ୍ଲାସରେ ପରିସ୍ରା କରି ବାସନକୁସନ ଉପରେ ଛିଞ୍ଚୁଥିଲା ସହାୟିକା, ସିସିଟିଭି ଭିଡିଓରେ ଚାଞ୍ଚଲ୍ୟକର ସତ

Published By : Rasmita Pradhan | August 22, 2025 11:10 AM

ବିଜାନୌର, ୨୨/୦୮ : ବିଶ୍ଵାସରେ ବିଷ, ସହାୟିକାଙ୍କ ଘୃଣ୍ୟ ମାନସିକତା। ସିସିଟିଭି ଭିଡିଓରୁ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ସତ। ଭିଡିଓ ଦେଖି ମାଲିକ ମାଲିକାଣୀ ତାଜୁବ। ପ୍ରତି ଦିନ ଗ୍ଲାସରେ ପରିସ୍ରା କରି ବାସନକୁସନ ଉପରେ ଛିଞ୍ଚୁଥିଲା ସହାୟିକା। ଆଉ ସେହି ବାସନରେ ମାଲିକ ମାଲିକାଣୀଙ୍କୁ ପରଷି ଦେଉଥିଲେ ଖାଦ୍ୟ। ପ୍ରତିଦିନ ଖାଉଥିଲେ ସାହାୟିକାଙ୍କ ମୁତ୍ର ଗୋଳା ଖାଦ୍ୟ। ଦୀର୍ଘ ୧୦ ବର୍ଷ ହେଲା ଏଭଳି କରୁଥିଲେ ମହିଳା। ସହାୟିକାଙ୍କ ଏଭଳି ଘୃଣ୍ୟ କର୍ମ ଦେଖିଲେ ଆପଣଙ୍କର ବି ଘୂରାଇଦେବ ମୁଣ୍ଡ।

ଘଟଣାଟି ହେଉଛି ବିଜାନୌର ଜିଲ୍ଲାର ନଗିନାର। ଏଠାକାର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘରେ ଜନୈକା ମହିଳା ସହାୟିକା ଦୀର୍ଘ ୧୦ ବର୍ଷ ହେଲା କାମ କରୁଥିଲେ। କିଛି ଦିନ ହେବ ସହାୟିକାଙ୍କ ଅଜବ କାରନାମା ଦେଖି ଘରର ମହିଳା ସଦସ୍ୟଙ୍କ ସନ୍ଦେହ ହେଲା। ଏଥିପାଇଁ ସେମାନେ ରୋଷେଇ ଘରେ ଚୁପଚାପ୍ ସିସିଟିଭି ଲଗାଇଲେ। ଦିନେ ଦ୍ଵିପ୍ରହର ସମୟରେ ସହାୟିକା ଜଣଙ୍କ ବାସନ ଧୋଉଥିଲେ। ଏହି ସମୟରେ ଯେଉଁ ଦୃଶ୍ୟ ସିସିଟିଭିରେ କଏଦ ହେଲା ତାହା ଦେଖି କେହି ବିଶ୍ଵାସ କରିପାରି ନଥିଲେ। ମହିଳା ଜଣଙ୍କ ଏକ ଗ୍ଲାସରେ ପରିସ୍ରା କରି ବାସନକୁସନ ଗୁଡ଼ିକରେ ଛୁଞ୍ଚୁଥିଲେ। ଏହି ଘଟଣା ଦେଖି ବ୍ୟବସାୟୀ ଜଣଙ୍କ ତୁରନ୍ତ ଥାନାରେ ଅଭିଯୋଗ କରିଥିଲେ। ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ ସହାୟିକାଙ୍କୁ ଗିରଫ କରିଛି। ମହିଳା ଜଣଙ୍କ ତାଙ୍କ ଦୋଷ ସ୍ଵୀକାର କରିଛନ୍ତି। ହେଲେ ସେ ଏଭଳି ଘୃଣ୍ୟ କାମ କାହିଁକି କରୁଥିଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଏହି ଘଟଣା ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ସହାୟିକାଙ୍କ ଏଭଳି ବିକୃତ ମାନସିକତାକୁ ଲୋକମାନେ ନିନ୍ଦା କରୁଛନ୍ତି। 

ଏହା ପୂର୍ବରୁ ୟୁପି ଗାଜିଆବାଦରେ ସମାନ ଘଟଣା ଘଟିଥିଲା। ଜଣେ ସହାୟିକା ମାଲିକଙ୍କ ରୋଷେଇ ଘରେ ବାସନକୁସନରେ ଟଏଲେଟ୍ କରୁଥିଲେ। ପରିସ୍ରା କରି ଖାଦ୍ୟରେ ମିଶାଉଥିଲେ। ଏହି ଖାଦ୍ୟ ଖାଇ ବ୍ୟବସାୟୀଙ୍କ ପରିବାର ଲୋକେ ଅସୁସ୍ଥ ହେବାକୁ ଲାଗିଲେ। ଏହାପରେ ବ୍ୟବସାୟୀଙ୍କ ପତ୍ନୀ ଚୁପଚାପ୍ ରୋଷେଇ ଘରେ କ୍ୟାମେରା ଲଗାଇଥିଲେ। କ୍ୟାମେରାରେ ସହାୟିକାଙ୍କ ଅଜବ କାରନାମା ଧରାପଡ଼ିଥିଲା। 





Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.