ପ୍ରମୂଖ ଖବର
  • ଆମେରିକାର ପୂର୍ବତନ ଏନଏସ୍ଏଙ୍କ ଘରେ ଚଢ଼ାଉ କଲା ଏଫବିଆଇ
  • ||
  • ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଗିରଫ
  • ||
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ବିବାହ ବନ୍ଧନରେ ବାନ୍ଧିହେଲେ ଗୋପୀ ବୋହୂ, ଫଟୋ ଓ ଭିଡ଼ିଓ ଭାଇରାଲ୍

Published By : Anindita Ratha | August 21, 2025 2:41 PM

ମୁମ୍ବାଇ,୨୧/୦୮:ବିବାହ ବନ୍ଧନରେ ବାନ୍ଧି ହେଲେ ସାଥ ନିଭାନା ସାଥିୟା ଫେମ୍ ଅଭିନେତ୍ରୀ ଜିୟା ମାନେକ।  ସେ ଏକ ବ୍ୟକ୍ତିଗତ ଉତ୍ସବରେ ବରୁଣ ଜୈନଙ୍କୁ ବିବାହ କରିଥିଲେ। ଏନେଇ ଜିୟା ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଫଟୋ ପୋଷ୍ଟ କରି ସେ ଲେଖିଛନ୍ତି ଯେ,'ଭଗବାନ ଏବଂ ଗୁରୁଙ୍କ କୃପାରେ, ଆମେ ସବୁଦିନ ପାଇଁ ଏକାଠି ହୋଇଛୁ। ଆମେ ଦୁଇ ବନ୍ଧୁ ଥିଲୁ ଏବଂ ଆଜି ଆମେ ସ୍ୱାମୀ-ସ୍ତ୍ରୀ ହୋଇଛୁ। ଏହି ଦିନକୁ ସ୍ୱତନ୍ତ୍ର କରିଥିବା ଲୋକଙ୍କ ସ୍ନେହ,ଆଶୀର୍ବାଦ ଏବଂ ଶୁଭେଚ୍ଛା ପାଇଁ ମୁଁ ବହୁତ କୃତଜ୍ଞ।'

ତେବେ ଫଟୋରେ ଜିୟା ଏକ ହଳଦିଆ ଶାଢ଼ି ପିନ୍ଧିଥିବାର ଦେଖିବାକୁ ମିଳିଛି । ଏହା ସହିତ ଟେମ୍ପଲ ଅଳଙ୍କାର ପିନ୍ଧିଥିଲେ। ସେମାନଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ଅନୁସାରେ,ଜିୟା ମାନେକ ଏବଂ ବରୁଣ ଜୈନଙ୍କର ଭୂତ ଶୁଦ୍ଧି ବିବାହ ହୋଇଥିଲା। ପ୍ରକାଶ ଥାଉକି, ଏହା ଯୌଗିକ ଯୁଗର ସବୁଠାରୁ ପ୍ରାଚୀନ ବିବାହ ନୀତି ।  ଭୂତ ଶୁଦ୍ଧି ବିବାହ ହେଉଛି ଶରୀରରେ ଉପସ୍ଥିତ ପାଞ୍ଚଟି ଉପାଦାନକୁ ସଠିକ୍ ଉପାୟରେ ସଂଗଠିତ କରିବାର ପ୍ରକ୍ରିୟା।ଜିୟା ମାନେକଙ୍କ ବିଷୟରେ କହିବାକୁ ଗଲେ ସେ ସାଥ ନିଭାନା ସାଥିଆ,ତେରା ମେରା ସାଥ ରହେ, ଜିନି ଅର ଜୁଜୁ ଏବଂ ମନମୋହିନୀ ଭଳି ସିରିଏଲରେ ଅଭିନୟ କରିଛନ୍ତି। ସେ ସାଥ ନିଭାନା ସାଥିଆରୁ ତାଙ୍କର ଅଭିନୟକ୍ୟାରିଅର ଆରମ୍ଭ କରିଥିଲେ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.