ମୁମ୍ବାଇ,୨୧/୦୮:ରଜନୀକାନ୍ତଙ୍କ ଆକ୍ସନ୍-ଥ୍ରୀଲର୍ ଫିଲ୍ମ 'କୁଲି'। ନିଜର ଆୟକୁ ନେଇ ବେଶ ଚର୍ଚ୍ଚାରେ। 'କୁଲି' ବିଶ୍ୱବ୍ୟାପୀ ୪୦୦ କୋଟି ଟଙ୍କା ରୋଜଗାର କରିଛି। ରଜନୀକାନ୍ତଙ୍କ ଏହି ଫିଲ୍ମ ଚଳିତ ବର୍ଷ ମୁକ୍ତିଲାଭ କରିଥିବା ଫିଲ୍ମ ତାଲିକାରେ ତୃତୀୟ ସ୍ଥାନରେ ରହିଛି। ତେବେ ଆସନ୍ତୁ ଜାଣିବା ରଜନୀକାନ୍ତଙ୍କ ଏହି ଆକ୍ସନ୍ ଥ୍ରୀଲର୍ ସିନେମା କେଉଁ ଫିଲ୍ମର ରେକର୍ଡ ଭାଙ୍ଗିଛି।
ସାକନିଲ୍କର ରିପୋର୍ଟ ଅନୁଯାୟୀ, 'କୁଲି' ସାରା ବିଶ୍ୱରେ ୪୧୮ କୋଟି ଟଙ୍କା ରୋଜଗାର କରିଛି। ସେହିପରି ଭାରତରେ ଏହା ୭ ଦିନରେ ୨୨୨.୫୯ କୋଟି ଟଙ୍କା ରୋଜଗାର କରିଛି। ଭାରତର ମୋଟ୍ ସଂଗ୍ରହ ବିଷୟରେ କହିବାକୁ ଗଲେ, ଏହି ସଂଖ୍ୟା ୨୫୫.୮ କୋଟିରେ ପହଞ୍ଚିଛି। ରଜନୀକାନ୍ତଙ୍କ ଏହି ଆକ୍ସନ୍ ଫିଲ୍ମ ଅନେକ ବଡ଼ ବଡ଼ ଫିଲ୍ମକୁ ପଛରେ ପକାଇ ଦେଇଛି।ଯେପରିକି ସାଉଥର ଆନିମେଟେଡ୍ ସିନେମା 'ମହାବତାର ନରସିଂହ', ହ୍ରିତିକ୍ ରୋଶନଙ୍କ 'ୱାର୍ ୨', ଅକ୍ଷୟ କୁମାରଙ୍କ 'ହାଉସଫୁଲ୍ ୫', ଅଜୟ ଦେବଗନଙ୍କ 'ରେଡ୍ ୨', ଆମିର ଖାନଙ୍କ 'ସୀତାରେ ଜମିନ୍ ପର', ରାମ ଚରଣଙ୍କ 'ଗେମ୍ ଚେଞ୍ଜର୍', ସଲମାନ ଖାନଙ୍କ 'ସିକନ୍ଦର' ଏବଂ ମୋହନଲାଲଙ୍କ 'ଥୁଡାରାମ' ଅନ୍ତର୍ଭୁକ୍ତ। ରଜନୀକାନ୍ତଙ୍କ ଏହି ସିନେମା ଏବେ ବି ଦୁଇଟି ଫିଲ୍ମ ପଛରେ ଅଛି। ଏଥିରେ ଭିକି କୌଶଲଙ୍କ 'ଛାଭା' ଏବଂ ଆହାନ ପାଣ୍ଡେଙ୍କ 'ସୈୟାରା' ଅନ୍ତର୍ଭୁକ୍ତ। 'ଛାଭା' ୮୦୭.୯୧ କୋଟି ଏବଂ 'ସୈୟାରା' ୫୪୮.୧୬ କୋଟି ଟଙ୍କା ସଂଗ୍ରହ କରିଛି। ସଂଖ୍ୟା ଅନୁଯାୟୀ, 'କୁଲି' 'ଛାଭା'ଠାରୁ ୩୮୯.୯୧ କୋଟି ଏବଂ 'ସୈୟାରା'ଠାରୁ ୧୩୦.୧୬ କୋଟି ଟଙ୍କା ପଛରେ ଅଛି। ତେବେ ଆଗାମୀ ଦିନରେ ରଜନୀକାନ୍ତଙ୍କ ସିନେମାର ଆୟ ଆହୁରି ବଢ଼ିପାରେ ବୋଲି ଆଶା ରହିଛି।