ପ୍ରମୂଖ ଖବର
  • ହିମାଚଳ ପ୍ରଦେଶରେ ଭୂକମ୍ପ, ଘଣ୍ଟାଏ ଭିତରେ ଲାଗିଲା ୨ ଝଟକା
  • ||
  • ଭୁବନେଶ୍ୱର : ଆମ ବସ୍‌ ସାଇଡ ମାରିବାରୁ ତୁମୁଳକାଣ୍ଡ, ବସ୍ କାଚ ଭାଙ୍ଗିଦେଲେ କାର୍‌ ଡ୍ରାଇଭର
  • ||
  • ଆଫଗାନିସ୍ତାନରେ ଜଳିଗଲା ବସ୍, ୧୭ ଶିଶୁ ସମେତ ୫୦ରୁ ଊର୍ଦ୍ଧ୍ବ ମୃତ
  • ||
  • ମୁନିଗୁଡ଼ା : ବୁଧବାର ମୁନିଗୁଡ଼ାରେ ୧୨ ଘଣ୍ଟିଆ ବନ୍ଦ ପାଳନ; ଏନ୍ଏସି ଘୋଷଣାରୁ ବାଦ୍ ଦେବାରୁ ପ୍ରତିବାଦ
  • ||
  • ଦୁର୍ବଳ ହେଉଛି ଅବପାତ, ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା
  • ||

ହରର୍‌-କମେଡି ୟୁନିଭର୍ସରେ ରଶ୍ମିକା, ଆୟୁଷ୍ମାନଙ୍କ ସହ ‘ଥାମା’ରେ ଆସିବେ ନଜର

Published By : Krishna Priya | August 19, 2025 9:12 AM

ନୂଆଦିଲ୍ଲୀ ୧୯/୦୮: ବଲିଉଡ୍‌ର ଅନ୍ୟତମ ବହୁପ୍ରତୀକ୍ଷିତ ଫିଲ୍ମ ‘ଥାମା’କୁ ନେଇ ଦର୍ଶକ ଉତ୍ସାହିତ । ହରର୍‌-କମେଡି ୟୁନିଭର୍ସର ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଆୟୁଷ୍ମାନ ଖୁରାନା ଓ ରଶ୍ମିକା ମନ୍ଦାନା । ଏଥିପାଇଁ ଦର୍ଶକଙ୍କ ଉତ୍ସାହ ଆହୁରି ବଢ଼ିଯାଇଛି । ଫିଲ୍ମକୁ ନେଇ ସିନେପ୍ରେମୀ ଉତ୍ସାହିତ ଥିବାବେଳେ ନିର୍ମାତା ଏହାର ଫାର୍ଷ୍ଟ-ଲୁକ୍‌ ପୋଷ୍ଟର୍‌ ରିଲିଜ୍‌ କରିଛନ୍ତି । ଏଥିରେ ଆୟୁଷ୍ମାନ, ରଶ୍ମିକା, ପରେଶ ରାୱଲ ଓ ନୱାଜୁଦ୍ଦିନ ସିଦ୍ଦିକିଙ୍କ ଲୁକ୍‌ ଦେଖିବାକୁ ମିଳିଛି । ଏହାକୁ ନେଇ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଛି । 

ଫାର୍ଷ୍ଟଲୁକ୍‌ ପୋଷ୍ଟର୍‌ରେ ନିର୍ମାତା ଆୟୁଷ୍ମାନ ଖୁରାନାଙ୍କ ‘ଆଲୋକ’ ଚରିତ୍ରକୁ ସାମ୍ନାକୁ ଆଣିଛନ୍ତି । ଏଥିସହ କ୍ୟାପ୍‌ସନ ଲେଖିଛନ୍ତି ‘ଇନ୍‌ସାନିୟତ୍‌ କି ଆଖ୍‌ରି ଉମ୍ମିଦ୍‌’ । ରଶ୍ମିକାଙ୍କ ‘ତାଡ଼କା’ ଚରିତ୍ରର ଲୁକ୍‌ ଜାରି କରି ଲେଖିଛନ୍ତି ‘ରୋଶ୍‌ନି କି ଏକ୍‌ ହି ପହେଲି କିରନ୍‌ ।’ ପରେଶ ରାୱଲ ରାମ ବଜାଜ ଗୋୟଲ ଭାବେ ଉଭୟ କମେଡିଆନ୍‌ ଓ ଦୁଃଖୀ ଚରିତ୍ର ନିର୍ବାହ କରିଛନ୍ତି । ଅନ୍ଧକାରର ରାଜା ‘ୟକ୍ଷାଶନ’ ଭାବେ ବଡ଼ ପରଦାକୁ ଫେରିଛନ୍ତି ନୱାଜୁଦ୍ଦିନ । ଫିଲ୍ମର ଟିଜର୍‌ ଆଜି ଅର୍ଥାତ୍‌ ମଙ୍ଗଳବାର ମୁକ୍ତିଲାଭ କରିବ ବୋଲି ନିର୍ମାତା ସୂଚନା ଦେଇଛନ୍ତି, ଯାହା ମାଧ୍ୟମରେ ଫିଲ୍ମ ବିଷୟରେ ସଂକ୍ଷିପ୍ତ ସୂଚନା ଦର୍ଶକ ପାଇବେ । 

ଦିଲ୍ଲୀର ଐତିହାସିକ ବିଜୟନଗର ପୃଷ୍ଠଭୂମି ଉପରେ ଫିଲ୍ମଟି ପର୍ଯ୍ୟବସିତ । ଆୟୁଷ୍ମାନ ଜଣେ ଐତିହାସିକ ଅଧ୍ୟୟନକର୍ତ୍ତା ଭୂମିକାରେ ଅଭିନୟ କରିଛନ୍ତି । ତାଙ୍କର ରୋମାଣ୍ଟିକ୍‌ ଯାତ୍ରା ଏକତରଫା ପ୍ରେମ ଉପରେ ଆଧାରିତ । ପୁରୁଣା ଦିନର କାହାଣୀ ଓ ବର୍ତ୍ତମାନ ସମୟର ଘଟଣାବଳୀ ଉପରେ ଫିଲ୍ମଟି ପର୍ଯ୍ୟବସିତ । ଆଦିତ୍ୟ ସରପୋଟଦାରଙ୍କ ନିର୍ଦ୍ଦେଶିତ ‘ଥାମା’ ଏ ବର୍ଷ ଦୀପାବଳିରେ ରିଲିଜ୍‌ ହେବ । ଅନୁରାଗ ବାସୁଙ୍କ ନିର୍ଦ୍ଦେଶନାରେ କାର୍ତ୍ତିକ ଆର‌୍ୟନ ଓ ଶ୍ରୀଲୀଲାଙ୍କ ଅଭିନୀତ ଏକ ଫିଲ୍ମ ‘ଥାମା’କୁ ଟକ୍କର ଦେବ । ଆୟୁଷ୍ମାନଙ୍କ ଅପ୍‌କମିଙ୍ଗ ପ୍ରୋଜେକ୍ଟରେ ‘ପତି, ପତ୍ନୀ ଔର୍‌ ୱ-୨’ ଓ ସୁରଜ ବଡ଼ଜାତ୍ୟାଙ୍କ ନିର୍ଦ୍ଦେଶିତ ଏକ ଫିଲ୍ମ ରହିଛି । ସେହିପରି ରଶ୍ମିକା ‘ଦ ଗର୍ଲଫ୍ରେଣ୍ଡ୍‌’ ଓ ‘କକ୍‌ଟେଲ୍‌-୨’ରେ ନଜର ଆସିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.