ପ୍ରମୂଖ ଖବର
  • ହିମାଚଳ ପ୍ରଦେଶରେ ଭୂକମ୍ପ, ଘଣ୍ଟାଏ ଭିତରେ ଲାଗିଲା ୨ ଝଟକା
  • ||
  • ଭୁବନେଶ୍ୱର : ଆମ ବସ୍‌ ସାଇଡ ମାରିବାରୁ ତୁମୁଳକାଣ୍ଡ, ବସ୍ କାଚ ଭାଙ୍ଗିଦେଲେ କାର୍‌ ଡ୍ରାଇଭର
  • ||
  • ଆଫଗାନିସ୍ତାନରେ ଜଳିଗଲା ବସ୍, ୧୭ ଶିଶୁ ସମେତ ୫୦ରୁ ଊର୍ଦ୍ଧ୍ବ ମୃତ
  • ||
  • ମୁନିଗୁଡ଼ା : ବୁଧବାର ମୁନିଗୁଡ଼ାରେ ୧୨ ଘଣ୍ଟିଆ ବନ୍ଦ ପାଳନ; ଏନ୍ଏସି ଘୋଷଣାରୁ ବାଦ୍ ଦେବାରୁ ପ୍ରତିବାଦ
  • ||
  • ଦୁର୍ବଳ ହେଉଛି ଅବପାତ, ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା
  • ||

ବିଚାରପତି ଥିବା ବେଳେ ୟୁପିଏ ସରକାରକୁ ଝଟକା ପରେ ଝଟକା ଦେଉଥିଲେ ସୁଦର୍ଶନ ରେଡ୍ଡୀ, ତାଙ୍କୁ ହିଁ କାହିଁକି ଉପରାଷ୍ଟ୍ରପତି କଲା ଇଣ୍ଡି ମେଣ୍ଟ ?

Published By : Harapriya Biswal | August 19, 2025 5:47 PM

ନୂଆଦିଲ୍ଲୀ,୧୯।୮:  ରୋଚକ ମୋଡରେ ପହଁଞ୍ଚିଛି ଉପରାଷ୍ଟ୍ରପତି ନିର୍ବାଚନ। ବିରୋଧି ମେଣ୍ଟ ଦକ୍ଷିଣ ବନାମ ଦକ୍ଷିଣର ଲଢେଇରେ ଏକ ଅଣ-ରାଜନୈତିକ ଚେହେରାକୁ ଓହ୍ଲାଇଛି। ବିରୋଧି ଇଣ୍ଡିଆ ମେଣ୍ଟ ଏନ୍‌ଡିଏ ପ୍ରାର୍ଥୀଙ୍କ ବିରୋଧରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି ସୁଦର୍ଶନ ରେଡ୍ଡୀକୁ ପ୍ରାର୍ଥୀ ଭାବରେ ଘୋଷଣା କରିଛି। କଂଗ୍ରେସ ଅଧ୍ୟକ୍ଷ ମାଲିକାକୁର୍ଜନ ଖଡ‌ଗେ ତାଙ୍କ ନାଁ ଆଜି ଘୋଷଣା କରିଛନ୍ତି। ସେ କହିଛନ୍ତି, ବିରୋଧି ମେଣ୍ଟର ସର୍ବସମ୍ମତିରେ ଅବସରପ୍ରାପ୍ତ ବିଚାରପତି ସୁଦର୍ଶନ ରେଡ୍ଡୀଙ୍କୁ ସିବି ରାଧାକ୍ରିଷ୍ଣନଙ୍କ ବିରୋଧରେ ପ୍ରାର୍ଥୀ କରିବାର ନିଷ୍ପତ୍ତି ନେଇଛି। ରେଡ୍ଡୀ ୨୧ ଅଗଷ୍ଟ ଅର୍ଥାତ ଗୁରୁବାର ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ତେବେ ଜାଣନ୍ତି କି ଇଣ୍ଡିଆ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ସୁଦର୍ଶନ ଅତୀତରେ ୟୁପିଏ ସରକାରଙ୍କୁ ଦେଇଥିଲେ ବହ ଝଟକା।

୧୨ ଜାନୁଆରୀ, ୨୦୦୭ ରୁ ୮ ଜୁଲାଇ ୨୦୧୧ ପର୍ଯ୍ୟନ୍ତ ସୁପ୍ରିମକୋର୍ଟର ବିଚାରପତି ଥିଲେ ସୁଦର୍ଶନ ରେଡ୍ଡୀ। ସେ ବହୁ ଗୁରୁତ୍ବପୂର୍ଣ୍ଣ ରାୟ ପାଇଁ ଚର୍ଚ୍ଚାରେ ରହିଛନ୍ତି। କର ଉଲଂଘନ ଓ ବିଦେଶୀ ଖାତାରେ ଜମା କଳାଧନ ବିଷୟ‌‌ରେ ଜାଣିବାକୁ ତତ୍କାଳୀନ ମନମୋହନ ସିଂହ ସରକାରଙ୍କ ବିଫଳତା ଉପରେ ଆକ୍ରୋଶ ପ୍ରକାଶ କରିଥିଲେ। ତାଙ୍କ ଖଣ୍ଡପୀଠ ତତ୍କାଳୀନ ୟୁପିଏ ସରକାରଙ୍କ ଦୂରସଞ୍ଚାର ମନ୍ତ୍ରୀ ଏ.ରାଜାଙ୍କ ଦ୍ବାରା ଟୁ-ଜି ସ୍ପେକ୍ଟ୍ରମ ଆବଣ୍ଟନର ଅନ୍ତିମ ତିଥିକୁ ଆଗକୁ ବଢାଇବାର ନିଷ୍ପତ୍ତିକୁ ମଧ୍ୟ ବେଆଇନ ବୋଲି କହିଥିଲେ। ଜଷ୍ଟିସ୍ ରେଡ୍ଡୀ ସେତେବେଳେ ସରକାରଙ୍କ ଉପରେ କଠୋର ମନ୍ତବ୍ୟ ଦେଇଥିଲେ। କହିଥିଲେ, ଏ ଦେଶରେ କ’ଣ ଚାଲିଛି ? କଳା ଧନରୁ ନେଇ ସ୍ପେକ୍ଟ୍ରମ ମାମଲାରେ ତତ୍କାଳୀନ ୟୁପିଏ ସରକାରଙ୍କ ଘୋର ସମାଲୋଚନା ହୋଇଥିଲା। ପବ୍ଲିକ୍ ଭିତରେ ସରକାରଙ୍କୁ ନେଇ  ଅସନ୍ତୋଷ ବଢିଥିଲା। କେବଳ ସେତିକି ନୁହେଁ। ଗ୍ୟାସ୍ ମୂଲ୍ୟକୁ ନେଇ ଅମ୍ବାନୀ ଭାଇ(ମୁକେଶ ଅମ୍ବାନୀ ଓ ଅନିଲ ଅମ୍ବାନୀ)ଙ୍କ ଭିତରେ ବିବାଦର ମଧ୍ୟ ସମାଧାନ କରିଥିଲେ ସେ। ଏହାଛଡା କୋଲକତା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସୌମିତ୍ର ସେନ୍‌କୁ ହଟାଇବାର ସୁପାରିଶ ମଧ୍ୟ କରିଥିଲେ। ସୌମିତ୍ର ସେନ୍ ସ୍ବାଧୀନ ଭାରତର ଏଭଳି ପ୍ରଥମ ବିଚାରପତି ଥିଲେ ଯାହାଙ୍କ ବିରୋଧରେ ରାଜ୍ୟସଭାରେ ମହାଭିଯୋଗ ପ୍ରସ୍ତାବ  ପାସ୍ ହୋଇଥିଲା। 

ଏବେ ପ୍ରଶ୍ନ ଉଠୁଛି ଇଣ୍ଡି ମେଣ୍ଟ ଜଷ୍ଟିସ୍ ରେଡ୍ଡୀଙ୍କୁ କାହିଁକି ପ୍ରାର୍ଥୀ କରିଛି ? ଏହାର ବଡ଼ କାରଣ ହେଉଛି ଟିଏମ୍‌ସି, ଯିଏକି ଅଣ-ରାଜନୈତିକ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବାର ଦାବି କରିଥିଲେ। ଅନ୍ୟପକ୍ଷେ ତାମିଲନାଡୁରେ କାହାର ନାଁ ଉପରେ ସହମତି ମଧ୍ୟ ହୋଇପାରୁନଥିଲା। ସେଭଳି ବିଜେପି ଜଣେ ଦକ୍ଷିଣ ଭାରତୀୟଙ୍କୁ ପ୍ରାର୍ଥୀ କରିଥିବାରୁ କଂଗ୍ରେସ ମଧ୍ୟ ସମାନ ରାସ୍ତା ଆପଣେଇଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.