ପ୍ରମୂଖ ଖବର
  • ସମ୍ବଲପୁର : ନୂଆଁଖାଇ ପାଇଁ ଲଗ୍ନ ନିର୍ଘଣ୍ଟ, ୨୮ରେ ଲାଗି ହେବ ନବାନ୍ନ
  • ||
  • ରବିବାର ଭାରତରେ ପହଞ୍ଚିବେ ମହକାଶଚାରୀ ଶୁଭାଂଶୁ ଶୁକ୍ଳା
  • ||
  • ଅଗଷ୍ଟ ୧୮ରେ ଭାରତ ଆସୁଛନ୍ତି ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି
  • ||
  • ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ , ପାସ୍‌ ହାର ୫୬.୨୩ ପ୍ରତିଶତ
  • ||
  • ବୌଦ୍ଧ ଗସ୍ତରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଟକର ପ୍ରସିଦ୍ଧ ଦହିବରା ଦୋକାନୀ ରଘୁ ମଉସାଙ୍କ ପରଲୋକ
  • ||
  • ନୂଆପଡ଼: ରାସ୍ତାରୁ ଗୋରୁଙ୍କୁ ଘଉଡ଼ାଇବା ବେଳେ ପିଟିଲା ପିକ୍ଅପ୍‌ ଭ୍ୟାନ୍; ଜଣେ ମୃତ, ଜଣେ ଗୁରୁତର
  • ||
  • ଦୟୀନଦୀରେ ନାବାଳକ ବୁଡ଼ିଯିବା ଘଟଣା, ୬ କିମି ଦୂରରୁ ଛାତ୍ରଙ୍କ ମୃତଦେହ ଠାବ
  • ||
  • କାଲିମେଳା : ଲଗାଣ ବର୍ଷାରେ ବୁଡ଼ିଲା ଏମ୍‌ଭି ୯୬ ପୋଲ, ଯାତାୟାତ ଠପ୍
  • ||
  • ଢେଙ୍କାନାଳ : ସୁଇମିଂ ପୁଲ୍‌ରୁ ଉତ୍ତରାଖଣ୍ଡ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ୍ : ଧରାପଡ଼ିଲେ ସ୍କର୍ପିଓ ଡ୍ରାଇଭର ଓ ସହଯୋଗୀ, ଥାର୍ ମାଲିକଙ୍କ ମିଳୁନି ପତ୍ତା
  • ||
  • ବାଲିପାଟଣାରେ ଯୁବକଙ୍କୁ ଜୀଅନ୍ତା ଜାଳିଦେବା ଘଟଣା: ବାପା ଏବଂ ସାବତ ଭାଇ ଗିରଫ, ପୁଲିସର ଖୋଳତାଡ଼
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୫ ଦିନ ଛେଚିବ ବର୍ଷା, ଆଜି ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି
  • ||
  • ଆଲାସ୍କାରେ ଟ୍ରମ୍ପ-ପୁଟିନ୍‌ଙ୍କ ମଧ୍ୟରେ ୩ ଘଣ୍ଟା ଧରି ଆଲୋଚନା,ବାହାରିଲାନି ନିଷ୍କର୍ସ, ବନ୍ଦ ହେବନି ଋଷ-ୟୁକେନ୍ ଯୁଦ୍ଧ
  • ||

ବକ୍ସ ଅଫିସରେ ଧମାକା କରୁଛି ହ୍ରିତିକ୍ ରୋଶନଙ୍କ ଅଭିନୀତ ଫିଲ୍ମ 'ୱାର ୨', ଦୁଇ ଦିନରେ କମାଇଲା ଏତିକି କୋଟି...

Published By : Anindita Ratha | August 16, 2025 3:06 PM

ମୁମ୍ବାଇ,୧୬ /୦୮:  ହ୍ରିତିକ୍ ରୋଶନ ଏବଂ ଜୁନିଅର ଏନଟିଆରଙ୍କ ଅଭିନୀତ ଫିଲ୍ମ 'ୱାର ୨' । ଏହା ଗତ ୧୪ ତାରିଖରେ ରିଲିଜ ହୋଇଥିବା ବେଳେ ଫ୍ୟାନ୍ସ ବେଶ ପସନ୍ଦ କରୁଛନ୍ତି । ମାତ୍ର  ଦୁଇ ଦିନରେ ଫିଲ୍ମ ୧୦୦ କୋଟି ଟଙ୍କା ଆୟ କରିସାରିଛି । ଇଣ୍ଡଷ୍ଟ୍ରି ଟ୍ରାକର ସାକନିକଙ୍କ ରିପୋର୍ଟ ଅନୁଯାୟୀ, ପ୍ରଥମ ଦିନରେ 'ୱାର ୨' ୫୧.୫କୋଟି ଆୟ କରିଥିଲା । ସେହିପରି ଦ୍ୱିତୀୟ ଦିନରେ ଅର୍ଥାତ୍ ଅଗଷ୍ଟ ୧୫ ସ୍ୱାଧୀନତା ଦିବସରେ ୫୬.୫୦କୋଟି ଟଙ୍କା ରୋଜଗାର କରିଛି । ଏହାସହ ସମସ୍ତ ଭାଷାରେ ଚଳଚ୍ଚିତ୍ରର ଘରୋଇ ବକ୍ସ ଅଫିସ୍ କଲେକ୍ସନ ୧୦୮ କୋଟିକୁ ବୃଦ୍ଧି ପାଇଛି । ବିଶ୍ୱ ସ୍ତରରେ ମଧ୍ୟ, ଚଳଚ୍ଚିତ୍ରଟି ଭଲ ପ୍ରଦର୍ଶନ କରିଥିବା ବେଳେ, ରିପୋର୍ଟ ଅନୁସାରେ ଦୁଇ ଦିନରେ ୭୯ କୋଟି ଟଙ୍କାରୁ ଅଧିକ ବିଦେଶ କଲେକ୍ସନ କରିଛି ।

'ୱାର ୨' ବିଷୟରେ କହିବାକୁ ଗଲେ, ଏହା 'ୱାର'ର ଏକ ସିକ୍ୱେଲ ଅଟେ । ପ୍ରଥମ 'ୱାର' ୨୦୧୯ରେ ମୁକ୍ତିଲାଭ କରିଥିଲା, ଯାହାର ନିର୍ଦ୍ଦେଶନା ଦେଇଥିଲେ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ । କିନ୍ତୁ 'ୱାର ୨' ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ ନିର୍ଦ୍ଦେଶନା ଦେଇଛନ୍ତି ଏବଂ YRF ଦ୍ୱାରା ନିର୍ମିତ ହେଉଛି । 'ୱାର ୨' ହେଉଛି ୟଶ ରାଜ ଫିଲ୍ମସ ସ୍ପାଏ ୟୁନିଭର୍ସର ୬ଷ୍ଠ ଫିଲ୍ମ । 'ୱାର'ରେ ହ୍ରିତିକ ରୋଶନ ଏବଂ ଟାଇଗର ଶ୍ରଫ ନଜର ଆସିଥିଲେ । ଏଥର 'ୱାର ୨'ରେ ହ୍ରିତିକ ରୋଶନଙ୍କ ସହ ଜୁନିଅର ଏନଟିଆର ନଜର ଆସିଥିବା ବେଳେ ବଲିଉଡରେ ସେ ଡେବ୍ୟୁ କରିଛନ୍ତି । ଏଥିରେ କିଆରା ଆଡଭାନୀ ବି ନଜର ଆସିଛନ୍ତି ।ଅନ୍ୟପଟେ ରଜନୀକାନ୍ତଙ୍କ 'କୁଲି' ପ୍ରଥମ ଦିନରେ ୬୫ କୋଟି ଆୟ କରିଥିଲା । ଏହି କଲେକ୍ସନ ସହ ସର୍ବାଧିକ ଆୟ କରିଥିବା ଫିଲ୍ମ ଭାବେ ନୂଆ ରେକର୍ଡ କରିଥିଲା । ହେଲେ ଦ୍ୱିତୀୟ ଦିନରେ ଏହାର ଆୟରେ ସାମାନ୍ୟ ହ୍ରାସ ହୋଇଛି । ଏହି ଚଳଚ୍ଚିତ୍ରଟି ଦ୍ୱିତୀୟ ଦିନରେ ୫୩.୫୦ କୋଟି କଲେକ୍ସନ କରିଛି । କେବଳ ଭାରତରେ ନୁହେଁ ବିଶ୍ୱରେ ମଧ୍ୟ ଫିଲ୍ମର କ୍ରେଜ ଜବରଦସ୍ତ ରହିଛି । 'କୁଲି' ପ୍ରଥମ ଦିନରେ ବିଶ୍ୱସ୍ତରରେ ୧୫୦ କୋଟି ଟଙ୍କା ରୋଜଗାର କରିଥିବା ପ୍ରଥମ ତାମିଲ ଚଳଚ୍ଚିତ୍ର ହୋଇ ଏହାର ମୁକ୍ତିଲାଭ ଦିନ ଇତିହାସ ସୃଷ୍ଟି କରିଛି । ଏହା ବିଶ୍ୱସ୍ତରରେ ୧୫୩ କୋଟି ଟଙ୍କା କଲେକ୍ସନ କରି ୨୦୨୫ର ସବୁଠାରୁ ବଡ଼ ଭାରତୀୟ ଓପନିଂ ମଧ୍ୟ ପଞ୍ଜୀକୃତ କରିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.