ପ୍ରମୂଖ ଖବର
  • ଆସନ୍ତା ୩୧ ରେ ହେବନି ସ୍ବତନ୍ତ୍ର ଓଟିଇଟି ପରୀକ୍ଷା
  • ||
  • ଲାଞ୍ଚନେବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ୪ ସରକାରୀ ବାବୁ
  • ||
  • ଦୀଘା ସମୁଦ୍ରରେ ଭାସିଗଲେ ଦୁଇ ପର୍ଯ୍ୟଟକ, ଜଣେ ଉଦ୍ଧାର
  • ||
  • ଭୁବନେଶ୍ବର: ଲାଞ୍ଚନେବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ୪ ସରକାରୀ ବାବୁ
  • ||
  • ମେଟ୍ରୋ ପ୍ରକଳ୍ପକୁ ନେଇ ବଡ଼ ଅପ୍‌ଡେଟ୍, ଭୁବନେଶ୍ୱରରେ ନୂଆ ଢ଼ାଞ୍ଚାରେ ହେବ ମେ​‌ଟ୍ରୋ କରିଡ଼ର
  • ||
  • ଇଟାଲୀର ଲାମ୍ପେଡୁସା ଦ୍ୱୀପରେ ବୁଡ଼ିଲା ପ୍ରବାସୀ ଡଙ୍ଗା; ୨୬ ମୃତ, ୧୨ ନିଖୋଜ
  • ||
  • ଗଞ୍ଜାମ : ବିଷାକ୍ତ ସାପ କାମୁଡାରେ ମାଇଁ ଓ ଭାଣିଜୀ ମୃତ
  • ||
  • କଟକ : କେନାଲ ପାଣିରେ ଭାସିଯାଇ ନିଖୋଜ ହୋଇଥିଲେ ଛାତ୍ରୀ, ଉଦ୍ଧାର ହେଲା ମୃତଦେହ
  • ||
  • ଭିସୁଟ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଡ୍ରେସ୍ କୋଡ୍, ପ୍ରଥମ ବର୍ଷ ଛାତ୍ରୀ ପିନ୍ଧିବେ ସାଲଓ୍ୱାର- କୁର୍ତ୍ତା, ପ୍ୟାଣ୍ଟ, ସାର୍ଟ ପିନ୍ଧିବେ ଛାତ୍ର
  • ||
  • କଂଗ୍ରେସର "ଭୋଟ୍‌ ଚୋର, ଗାଦି ଛାଡ଼' ଶୋଭାଯାତ୍ରା, ସନ୍ଧ୍ୟାରେ ଆୟୋଜିତ ହେବ ମଶାଲ ରାଲି
  • ||
  • କେନ୍ଦୁଝର : ଶୋଇଥିବା ବେଳେ ଦଂଶିଲା ସାପ, ଚାଲିଗଲା ମାଆ ପୁଅଙ୍କ ଜୀବନ
  • ||
  • ବଲାଙ୍ଗୀର : ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି, ଧରାପଡ଼ିବାରୁ ଗାଁ ଦାଣ୍ଡରେ ଯୁବକଙ୍କୁ ବାନ୍ଧି ନିସ୍ତୁକ ମାଡ଼
  • ||
  • ଚାଷକୁ ଡବଲ୍‌ ଲଘୁଚାପ ଭରସା: ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାକୁ ପ୍ରବଳ ବର୍ଷା ଆଲର୍ଟ, କୋରାପୁଟ, ମାଲକାନଗିରିକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ
  • ||

ଶିଳ୍ପା-ରାଜଙ୍କ ବଢିଲା ସମସ୍ୟା, ୬୦ କୋଟି ଟଙ୍କାର ଠକେଇ ଅଭିଯୋଗ

Published By : Anindita Ratha | August 14, 2025 9:44 AM

ମୁମ୍ବାଇ,୧୪/୦୮:  ପୁଣି ଚର୍ଚ୍ଚାରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା। ତାଙ୍କ ବିରୋଧରେ ୬୦ କୋଟି ଟଙ୍କାର ଠକେଇ ମାମଲା ରୁଜୁ ହୋଇଛି। ମୁମ୍ବାଇର ଜୁହୁ ପୁଲିସ ଷ୍ଟେସନରେ ବ୍ୟବସାୟୀ ଦୀପକ କୋଠାରୀ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । 

ସୂଚନା ଅନୁଯାୟୀ, ଆର୍ଥିକ ଅପରାଧ ଶାଖା ମୁମ୍ବାଇର ଜଣେ ବ୍ୟବସାୟୀଙ୍କ ଠାରୁ ୬୦ କୋଟି ଟଙ୍କାର ଠକେଇ ହୋଇଥିବା ନେଇ ମାମଲା ରୁଜୁ କରିଛି। ପ୍ରକୃତରେ, ଏହି ମାମଲା ଶିଳ୍ପା ଏବଂ ରାଜଙ୍କ ବନ୍ଦ ହୋଇଥିବା ବେଷ୍ଟ ଡିଲ୍ ଟିଭି ପ୍ରାଇଭେଟ୍ ଲିମିଟେଡ୍ ପାଇଁ ଋଣ ଏବଂ ନିବେଶ ଚୁକ୍ତି ସହିତ ଜଡିତ ବୋଲି କୁହାଯାଉଛି।ବ୍ୟବସାୟୀ ଦୀପକ କୋଠାରୀ ଅଭିଯୋଗ କରିଛନ୍ତି ଯେ, ସେ ତାଙ୍କୁ ୨୦୧୫-୨୦୨୩ ମଧ୍ୟରେ ବ୍ୟବସାୟ ବିସ୍ତାର ପାଇଁ ୬୦.୪୮ କୋଟି ଟଙ୍କା ଦେଇଥିଲେ। କିନ୍ତୁ ସେ ଏହାକୁ ବ୍ୟକ୍ତିଗତ ଖର୍ଚ୍ଚ ଭାବରେ ଖର୍ଚ୍ଚ କରିଥିଲେ। କେବଳ ଏତିକି ନୁହେଁ, ଦୀପକ କୋଠାରୀ ଏହା ମଧ୍ୟ ଦାବି କରିଛନ୍ତି ଯେ, ସେ ୨୦୧୫ରେ ଜଣେ ଏଜେଣ୍ଟ ରାଜେଶ ଆର୍ଯ୍ୟଙ୍କ ମାଧ୍ୟମରେ ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କ ସମ୍ପର୍କରେ ଆସିଥିଲେ। ଉଭୟ ସେତେବେଳେ ଅନଲାଇନ୍ ସପିଂ ପ୍ଲାଟଫର୍ମ, ବେଷ୍ଟ ଡିଲ୍ ଟିଭିର ନିର୍ଦ୍ଦେଶକ ଥିଲେ। ସେହି ସମୟରେ ଶିଳ୍ପା ଶେଟ୍ଟୀଙ୍କର କମ୍ପାନୀରେ ୮୭ ପ୍ରତିଶତରୁ ଅଧିକ ସେୟାର ଥିଲା।

ସୂଚନା ଅନୁଯାୟୀ, ଏହି ଡିଲ୍ ପାଇଁ ସେମାନେ ୬୦ କୋଟି ଟଙ୍କାରୁ ଅଧିକ ଦେୟ ଦେଇଛନ୍ତି। କୋଠାରୀ କୁହନ୍ତି ଯେ, ଶିଳ୍ପା ସେଟ୍ଟୀ ତାଙ୍କୁ ଏପ୍ରିଲ ୨୦୧୬ ରେ ଏକ ବ୍ୟକ୍ତିଗତ ଗ୍ୟାରେଣ୍ଟି ମଧ୍ୟ ଦେଇଥିଲେ। କିନ୍ତୁ କିଛି ମାସ ପରେ, ଅର୍ଥାତ୍ ସେପ୍ଟେମ୍ବରରେ ସେ କମ୍ପାନୀ ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଥିଲେ। ଏହାର କିଛି ସମୟ ପରେ, କମ୍ପାନୀ ବିରୁଦ୍ଧରେ ୧.୨୮ କୋଟି ଟଙ୍କାର ଦେବାଳିଆ ମାମଲା ସାମ୍ନାକୁ ଆସିଥିଲା। ସେ କହିଛନ୍ତି ଯେ, ସେ ବାରମ୍ବାର ଟଙ୍କା ଫେରସ୍ତ ପାଇଁ ଅନୁରୋଧ କରିଛନ୍ତି। କିନ୍ତୁ ଏଥିପ୍ରତି କୌଣସି ଧ୍ୟାନ ଦିଆଯାଇ ନଥିଲା। ଯାହା ପରେ କୋଠାରୀ ତାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ସେପଟେ ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କ ଓକିଲ ପ୍ରଶାନ୍ତ ପାଟିଲ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.