ମୁମ୍ବାଇ ୧୧/୦୮: ବଲିଉଡ୍ର ଖ୍ୟାତନାମା ନିର୍ଦ୍ଦେଶକ ସୂରଜ ବଡ଼ଜାତ୍ୟାଙ୍କର ଅପ୍କମିଂ ପ୍ରୋଜେକ୍ଟ ସଂପର୍କରେ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ତାଙ୍କର ଆଗାମୀ ପ୍ରୋଜେକ୍ଟ ଏକ ପାରିବାରିକ ଡ୍ରାମା ହେବ । ସେଥିରେ ଆୟୁଷ୍ମାନ ଖୁରାନା ଓ ଶର୍ବରୀ ୱାଘ୍ଙ୍କ ଯୋଡି଼କୁ ଦେଖିବାକୁ ମିଳିବ । ଏପରିକି ମୁମ୍ବାଇରେ ଫିଲ୍ମର ସୁଟିଂ ଆରମ୍ଭ ହୋଇଥିବା ଜଣାପଡି଼ଛି । ଫିଲ୍ମର କାହାଣୀ ମଧ୍ୟ ମୁମ୍ବାଇ ଉପରେ ପର୍ଯ୍ୟବସିତ ରହିବ । ତେବେ ତାହାର ଶୀର୍ଷକ ଅଦ୍ୟାବଧି ଚୂଡ଼ାନ୍ତ ହୋଇନାହିଁ ।
ସୂଚନା ଅନୁସାରେ, ବଡ଼ଜାତ୍ୟା ଏହି ଫିଲ୍ମ ଲାଗି ଜଣେ ଏଭଳି ଅଭିନେତ୍ରୀଙ୍କ ସନ୍ଧାନରେ ଥିଲେ ଯିଏକି ପରଦାରେ ଏକସଙ୍ଗରେ ନିରୀହତା ଓ ସମ୍ବେଦନଶୀଳତାକୁ ପ୍ରଭାବଶାଳୀ ଢଙ୍ଗରେ ବ୍ୟକ୍ତ କରିପାରୁଥିବେ । ଅନେକ ଅଭିନେତ୍ରୀଙ୍କ ଅଡିସନ୍ ନେବା ପରେ ଶର୍ବରୀ ସେଥିପାଇଁ ବିଲ୍କୁଲ୍ ଫିଟ୍ ହୋଇଥିବା ସେ ମନେ କରିଥିଲେ । ଏହା ଆୟୁଷ୍ମାନ ଓ ଶର୍ବରୀଙ୍କର ପ୍ରଥମ ଫିଲ୍ମ ହେବ । ଦର୍ଶକେ ଏହି ଯୋଡି଼କୁ ବେଶ୍ ପସନ୍ଦ କରିବେ ବୋଲି ଆଶା କରାଯାଉଛି । ସେପଟେ ଶର୍ବରୀଙ୍କ ସହ ଘନିଷ୍ଠ ଜଣେ ବ୍ୟକ୍ତି କହିଛନ୍ତି, ସୂରଜ ବଡ଼ଜାତ୍ୟା ବଲିଉଡ୍ର ପ୍ରସିଦ୍ଧ ଅଭିନେତ୍ରୀମାନଙ୍କ ସହ କାମ କରିଛନ୍ତି । ଏପରିସ୍ଥଳେ ଶର୍ବରୀଙ୍କ ଲାଗି ତାଙ୍କ ଫିଲ୍ମର ଅଂଶବିଶେଷ ହେବା ଗୌରବର କଥା ।