ପ୍ରମୂଖ ଖବର
  • ପାକିସ୍ତାନରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ସମେତ ୫ ମୃତ
  • ||
  • ଚାକିରି କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ୫୦ ପ୍ରତିଶତକୁ ବୃଦ୍ଧି କରିବେ ଉତ୍ତର ପ୍ରଦେଶ ସରକାର
  • ||
  • ଅଷ୍ଟ୍ରେଲିଆରେ ଭାରତ ବିରୋଧୀ ସ୍ଲୋଗାନ, ସ୍ୱାଧୀନତା ଦିବସରେ ଖଲିସ୍ତାନ ସମର୍ଥକଙ୍କ ଦାଦାଗିରି
  • ||
  • ଦୟାନଦୀରେ ବୁଡ଼ିଗଲେ ଦୁଇ ନାବାଳକ; ଜଣଙ୍କ ମୃତଦେହ ଉଦ୍ଧାର, ଜଣେ ନିଖୋଜ
  • ||
  • ଭବାନୀପାଟଣା : ମାଣିକେଶ୍ଵରୀ ହାଇସ୍କୁଲର ଛାତ୍ରଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଅଗଷ୍ଟ ୧୬ରେ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ, ଏସ୍‌ଓଏସ୍‌ସି ଫଳ; ମଧାହ୍ନ ୧୨ଟାରେ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ରେଜଲ୍ଟ
  • ||
  • ଭାରତକୁ ଆମେରିକାର ଧମକ, ରୁଷ ସହ କଥା ବିଗିଡ଼ିଲେ ଟାରିଫ୍‌ ବଢ଼ିବ: ଆଜି ଆଲାସ୍କାରେ ଟ୍ରମ୍ପ-ପୁଟିନ୍‌ ଆଲୋଚନା
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ ନୀତି, ଶୁକ୍ରବାର ସାନ୍ଧ୍ୟା ୭ଟାରୁ ରାତି ୧୨ଟା ଯାଏ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • କୋଣାର୍କ : ରୋଷେଇ କରିବା ବେଳେ ଗ୍ୟାସ୍‌ରେ ଲାଗିଲା ନିଆଁ, ଦମ୍ପତିଙ୍କ ସମେତ ୩ ଗୁରୁତର
  • ||
  • ୭୯ତମ ସ୍ୱାଧୀନତା ଦିବସ, ଲାଲକିଲ୍ଲାରୁ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ
  • ||
  • ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ; ଆସୁଛି ଆଉ ଦୁଇ ଲଘୁଚାପ, ଭରଣା ହେବ ନିଅଣ୍ଟିଆ ବର୍ଷା
  • ||
  • ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ, ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||

ଝାଡ଼ଖଣ୍ଡ ଶିକ୍ଷା ମନ୍ତ୍ରୀ ରାମଦାସ ସୋରେନଙ୍କ ପରଲୋକ

Published By : Ladu Kishor | August 15, 2025 11:29 PM

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ଶିକ୍ଷା ମନ୍ତ୍ରୀ ତଥା JMM ବିଧାୟକ ରାମଦାସ ସୋରେନଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପୁଅ ସୋସିଆଲ ମିଡିଆରେ ମୃତ୍ୟୁ ଖବର ନିଶ୍ଚିତ କରିଛନ୍ତି । ଘାଟସିଲାରୁ ନିର୍ବାଚିତ ବିଧାୟକ ରାମଦାସ ସୋରେନ ଝାଡ଼ଖଣ୍ଡ ସରକାରରେ ମନ୍ତ୍ରୀ ଭାବରେ ୩୦ ଅଗଷ୍ଟ ୨୦୨୪ ରେ ଶପଥ ନେଇଥିଲେ। ସେ ଘାଟସିଲାରୁ ଦୁଇଥର ବିଧାୟକ ନିର୍ବାଚିତ ହୋଇଥିଲେ।

ବୋକାରୋ ଆସନରୁ କଂଗ୍ରେସ ବିଧାୟକ ଶ୍ୱେତା ସିଂହ କହିଛନ୍ତି, "ଝାଡ଼ଖଣ୍ଡ ଶିକ୍ଷା ମନ୍ତ୍ରୀ ଶ୍ରୀ ରାମଦାସ ସୋରେନ ଜୀଙ୍କ ମୃତ୍ୟୁ ଖବର ଶୁଣି ମୁଁ ମର୍ମାହତ। ଏହା କେବଳ ଝାଡ଼ଖଣ୍ଡ ରାଜନୀତି ପାଇଁ ନୁହେଁ ବରଂ ସମଗ୍ର ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କର ସରଳ ବ୍ୟକ୍ତିତ୍ୱ, ଜନସେବା ପ୍ରତି ସମର୍ପଣ ଏବଂ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ସର୍ବଦା ମନେ ରହିବ। ଈଶ୍ୱର ସ୍ୱର୍ଗତ ଆତ୍ମାକୁ ଶାନ୍ତି ଦିଅନ୍ତୁ ଏବଂ ଏହି ଦୁଃଖର ମୁହୂର୍ତ୍ତରେ ଶୋକସନ୍ତପ୍ତ ପରିବାରକୁ ଶକ୍ତି ଦିଅନ୍ତୁ। ଓମ୍ ଶାନ୍ତି।" 

ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ କହିଛନ୍ତି, "ଝାଡ଼ଖଣ୍ଡର ସ୍କୁଲ ଶିକ୍ଷା ମନ୍ତ୍ରୀ ଶ୍ରୀ ରାମଦାସ ସୋରେନ ଜୀଙ୍କ ଦେହାନ୍ତର ଦୁଃଖଦ ଖବର ପାଇଲି। ବାବା ବୈଦ୍ୟନାଥ ତାଙ୍କ ଆତ୍ମାକୁ ଶାନ୍ତି ଏବଂ ତାଙ୍କ ପରିବାରକୁ ଏହି ବିଶାଳ ଦୁଃଖ ସହ୍ୟ କରିବାକୁ ଶକ୍ତି ଦିଅନ୍ତୁ। ଓମ ଶାନ୍ତି।"

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.