ପ୍ରମୂଖ ଖବର
  • ଘାରିଛି କରୋନା ଭୟ; ୪ ହଜାର ମୁହାଁ ସଂକ୍ରମଣ, ୨୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଖଲ୍ଲିକୋଟ ବଡ଼ ଘାଟିରେ ଓଲଟିଲା ସିଲିଙ୍ଗ ପ୍ଲେଟ ବୋଝେଇ ଟ୍ରେଲର୍, ବ୍ରହ୍ମପୁର ଠାରୁ ଭୁବନେଶ୍ୱର ଯାତାୟାତ ବାଧାପ୍ରାପ୍ତ
  • ||
  • ମାଲକାନଗିରି : ବିଜାଘାଟିରେ ବସ୍‌ ଦୁର୍ଘଟଣା, ୧୬ ଯାତ୍ରୀ ଆହତ
  • ||
  • ପ୍ରକାଶ ପାଇଲା JEE ଆଡଭାନ୍ସ ରେଜଲ୍ଟ, ଦିଲ୍ଲୀ ଜୋନ୍‌ର ରଜିତ୍ ଗୁପ୍ତା ଆଇଆଇଟି ଟପ୍ପର
  • ||
  • ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଢେଙ୍କାନାଳର ପୂର୍ବତନ ବିଜେଡି ସଭାପତି ବିଭୁ ପ୍ରସାଦ ଦେହୁରୀ ନିଲମ୍ୱିତ
  • ||
  • ସୁନ୍ଦରଗଡ଼ : ଅଜଣା ଗାଡ଼ି ଧକ୍କାରେ ଦୁଇ ଯୁବକ ମୃତ
  • ||
  • ଭଦ୍ରକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ;୧୨ଟି ପ୍ରକଳ୍ପ ଲୋକାର୍ପଣ,୩ଟି ପ୍ରକଳ୍ପ ଶିଳାନ୍ୟାସ କରିବେ
  • ||
  • ବାହାନଗା ଟ୍ରେନ୍‌ ଟ୍ରାଜେଡ଼ିକୁ ୨ ବର୍ଷ; କାଳ ସାଜିଥିଲା କରମଣ୍ଡଳ, ଶବର ପାହାଡ଼ରୁ ଖୋଜା ପଡ଼ିଥିଲେ ସମ୍ପର୍କୀୟ
  • ||
  • ମୟୂରଭଞ୍ଜ : ସହକାରୀ ତହସିଲଦାରଙ୍କୁ ଆକ୍ରମଣ କଲେ ବାଲି ମାଫିଆ, ଭାଙ୍ଗିଦେଲେ ଗାଡ଼ି
  • ||
  • ମୌସୁମୀ ଗାଏବ, ପୁଣି ବଢ଼ିଲା ତାତି: ୧୦ ଦିନ ଯାଏ ବର୍ଷା ସମ୍ଭାବନା ନାହିଁ, ୪ରୁ ଉପକୂଳରେ ଭୀଷଣ ଗରମ
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ବାଲି ବୋଝେଇ ହାଇୱା, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ଡୁଙ୍ଗୁରିପାଲି ଷ୍ଟେସନ ନିକଟରେ ଟ୍ରେନ୍‌କୁ ପଥର ମାଡ, ଜଣେ ଆହତ
  • ||

ଡରାଉଛି ଦେଶର ବର୍ଦ୍ଧିତ କୋଭିଡ୍ ମାମଲା; ୨୪ ଘଣ୍ଟାରେ ୭ ମୃତ୍ୟୁ, ମୋଟ୍ ୨୭୦୦ ସଂକ୍ରମିତ

Published By : Bijay Swain | May 31, 2025 5:50 PM

ନୂଆଦିଲ୍ଲୀ: ଭାରତରେ କୋଭିଡ୍ ମାମଲା ପୁଣି ଥରେ ହୁ ହୁ ହୋଇ ବୃଦ୍ଧି ପାଉଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ଦେଶରେ ସକ୍ରିୟ କୋଭିଡ୍ ମାମଲା ୨୭୧୦ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୧୧ ନୂଆ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ୨ ଏବଂ ଦିଲ୍ଲୀ, ଗୁଜରାଟ, କର୍ଣ୍ଣାଟକ, ପଞ୍ଜାବ ଓ ତାମିଲନାଡୁରେ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇଛି। ଚଳିତ ବର୍ଷର ପ୍ରଥମ ପାଞ୍ଚ ମାସରେ ମୋଟ ମୃତ୍ୟୁ ସଂଖ୍ୟା ୨୨ରେ ପହଞ୍ଚିଛି।

ଦେଶର ବିଭିନ୍ନ ରାଜ୍ୟରେ କୋଭିଡ୍ ସଂକ୍ରମଣ ହାର ଧିରେଧିରେ କାୟା ବିସ୍ତାର କରିବାରେ ଲାଗିଛି। ଦେଶରେ କେରଳ, ମହାରାଷ୍ଟ୍ର ଓ ଦିଲ୍ଲୀର ସ୍ଥିତି ଅଣାୟତ ହେବାରେ ଲାଗିଛି। କେରଳରେ ସର୍ବାଧିକ ୧୧୪୭ ସକ୍ରିୟ ମାମଲା ଚିହ୍ନଟ କରାଯାଇଛି। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଗତ ୨୪ ଘଣ୍ଟା ମଧ୍ୟରେ ୨୨୭ ନୂଆ ସଂକ୍ରମଣ ଚିହ୍ନଟ କରାଯାଇଛି। ସେହିପରି ମହାରାଷ୍ଟ୍ରରେ ୪୨୪ ସକ୍ରିୟ ମାମଲା ଓ ଦିଲ୍ଲୀରେ ୨୯୪ ସକ୍ରିୟ ମାମଲା ରେକର୍ଡ କରାଯାଇଛି। ଗତ ଏକ ସପ୍ତାହ ମଧ୍ୟରେ କେବଳ ରାଜଧାନୀ ଦିଲ୍ଲୀରୁ ୯୯ଟି ନୂଆ ମାମଲା ସାମ୍ନାକୁ ଆସିଛି।

ସେହିଭଳି ଗୁଜରାଟରେ ୨୨୩ ସକ୍ରିୟ ମାମଲା, ତାମିଲନାଡୁ ଓ କର୍ଣ୍ଣାଟକ ରାଜ୍ୟରେ ମିଳିତ ବାବେ ୧୪୮ଟି ସକ୍ରିୟ ମାମଲା ରେକର୍ଡ କରାଯାଇଛି। ଅନ୍ୟପଟେ ପଶ୍ଚିମବଙ୍ଗରେ ମୋଟ ୧୧୬ ସକ୍ରିୟ ମାମଲା ରେକର୍ଡ କରାଯାଇଛି। ତା ମଧ୍ୟରୁ କେବଳ କୋଲକାତାରେ ୧୦ଟି ସକ୍ରିୟ ମାମଲା ରହିଛି, ଯେଉଁଥିରୁ ୬ ଜଣ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି।

ଓମିକ୍ରନର ଦୁଇଟି ନୂଆ ଉପ-ପ୍ରଜାତି LF.7 ଏବଂ NB.1.8.1 ତାମିଲନାଡୁ ଓ ଗୁଜରାଟରେ ଚିହ୍ନଟ ହୋଇଛି। ଯେଉଁଥିପାଇଁ ସଂକ୍ରମଣରେ ବୃଦ୍ଧି ଘଟୁଥିବା ଅନୁମାନ କରାଯାଉଛି। ତେବେ, JN.1 ଭାରିଆଣ୍ଟ ଏବେ ମଧ୍ୟ ଦେଶରେ ପ୍ରଭାବଶାଳୀ ଢଙ୍ଗରେ କାୟା ବିସ୍ତାର କରିବା ଜାରି ରଖିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏପର୍ଯ୍ୟନ୍ତ LF.7 ଓ NB.1.8.1କୁ ଗୁରୁତର ବା ଚିନ୍ତାଜନକ ଭାରିଆଣ୍ଟ ଭାବେ ଶ୍ରେଣୀଭୁକ୍ତ କରିନାହିଁ। ଅଧିକାଂଶ ମାମଲା ସାଧାରଣ ଏବଂ ଏତିରେ ଆତଙ୍କିତ ହେବାର ଆବଶ୍ୟକତା ନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଘୋଷଣା କରିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଅଧିକ ପରୀକ୍ଷଣ ହେତୁ କେରଳରେ ସଂକ୍ରମଣ ସଂଖ୍ୟାରେ ବୃଦ୍ଧି ଘଟୁଛି। ତେବେ ସମସ୍ତ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା ଏବଂ ବୁଷ୍ଟର ଡୋଜ ନେବାକୁ ପରାମର୍ଶ ଦିଆଯାଇଛି। ଦେଶରେ କୋଭିଡ ଟିକା ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି ବୋଲି ଅଧିକାରୀମାନେ ନିଶ୍ଚିତ କରିଛନ୍ତି।

ମିଜୋରାମରେ ୭ ମାସ ପରେ ଦୁଇଟି ନୂଆ ମାମଲା ରିପୋର୍ଟ ହୋଇଛି। ନୋଏଡାରେ ଜଣେ ୫୫ ବର୍ଷୀୟ ମହିଳା ସଂକ୍ରମିତ ହୋଇ ଘରେ କ୍ୱାରେଣ୍ଟାଇନରେ ଅଛନ୍ତି। ସଂକ୍ରମଣରେ ବୃଦ୍ଧି ଦେଖାଦେଇଥିବା ରାଜ୍ୟଗୁଡ଼ିକରେ ସ୍ୱାସ୍ଥ୍ୟ ବିଭାଗ ସତର୍କ ରହିଛି ଏବଂ ନିରୀକ୍ଷଣ ବୃଦ୍ଧି କରାଯାଇଛି। ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଜନସାଧାରଣଙ୍କୁ ସତର୍କ ରହିବାକୁ ଏବଂ ସରକାରୀ ମାର୍ଗଦର୍ଶିକା ଅନୁସରଣ କରିବାକୁ ପରାମର୍ଶ ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.