ପ୍ରମୂଖ ଖବର
  • ଘାରିଛି କରୋନା ଭୟ; ୪ ହଜାର ମୁହାଁ ସଂକ୍ରମଣ, ୨୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଖଲ୍ଲିକୋଟ ବଡ଼ ଘାଟିରେ ଓଲଟିଲା ସିଲିଙ୍ଗ ପ୍ଲେଟ ବୋଝେଇ ଟ୍ରେଲର୍, ବ୍ରହ୍ମପୁର ଠାରୁ ଭୁବନେଶ୍ୱର ଯାତାୟାତ ବାଧାପ୍ରାପ୍ତ
  • ||
  • ମାଲକାନଗିରି : ବିଜାଘାଟିରେ ବସ୍‌ ଦୁର୍ଘଟଣା, ୧୬ ଯାତ୍ରୀ ଆହତ
  • ||
  • ପ୍ରକାଶ ପାଇଲା JEE ଆଡଭାନ୍ସ ରେଜଲ୍ଟ, ଦିଲ୍ଲୀ ଜୋନ୍‌ର ରଜିତ୍ ଗୁପ୍ତା ଆଇଆଇଟି ଟପ୍ପର
  • ||
  • ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଢେଙ୍କାନାଳର ପୂର୍ବତନ ବିଜେଡି ସଭାପତି ବିଭୁ ପ୍ରସାଦ ଦେହୁରୀ ନିଲମ୍ୱିତ
  • ||
  • ସୁନ୍ଦରଗଡ଼ : ଅଜଣା ଗାଡ଼ି ଧକ୍କାରେ ଦୁଇ ଯୁବକ ମୃତ
  • ||
  • ଭଦ୍ରକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ;୧୨ଟି ପ୍ରକଳ୍ପ ଲୋକାର୍ପଣ,୩ଟି ପ୍ରକଳ୍ପ ଶିଳାନ୍ୟାସ କରିବେ
  • ||
  • ବାହାନଗା ଟ୍ରେନ୍‌ ଟ୍ରାଜେଡ଼ିକୁ ୨ ବର୍ଷ; କାଳ ସାଜିଥିଲା କରମଣ୍ଡଳ, ଶବର ପାହାଡ଼ରୁ ଖୋଜା ପଡ଼ିଥିଲେ ସମ୍ପର୍କୀୟ
  • ||
  • ମୟୂରଭଞ୍ଜ : ସହକାରୀ ତହସିଲଦାରଙ୍କୁ ଆକ୍ରମଣ କଲେ ବାଲି ମାଫିଆ, ଭାଙ୍ଗିଦେଲେ ଗାଡ଼ି
  • ||
  • ମୌସୁମୀ ଗାଏବ, ପୁଣି ବଢ଼ିଲା ତାତି: ୧୦ ଦିନ ଯାଏ ବର୍ଷା ସମ୍ଭାବନା ନାହିଁ, ୪ରୁ ଉପକୂଳରେ ଭୀଷଣ ଗରମ
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ବାଲି ବୋଝେଇ ହାଇୱା, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ଡୁଙ୍ଗୁରିପାଲି ଷ୍ଟେସନ ନିକଟରେ ଟ୍ରେନ୍‌କୁ ପଥର ମାଡ, ଜଣେ ଆହତ
  • ||

ବେଆଇନ୍ ବାଂଲାଦେଶୀଙ୍କ ଉପରେ ଆସାମରେ ବଡ଼ କାର୍ଯ୍ୟାନୁଷ୍ଠାନ, ଧରିବା ପରେ ‘ନୋ ମ୍ୟାନ୍ସ ଲ୍ୟାଣ୍ଡ’କୁ ପଠାଇଲେ ହିମନ୍ତ ସରକାର

Published By : Harapriya Biswal | May 31, 2025 3:52 PM

ନୂଆଦିଲ୍ଲୀ,୩୧।୫:   ଆସାମର ବିଜେପି ସରକାର ଆଜିକାଲି ଲୋକଙ୍କର ପରିଚୟ ନେଇ ଜୋରସାର କାମ କରିବା ଆରମ୍ଭ କରିଛି। ଯାହାଙ୍କୁ ଫରେନର୍ସ ଟ୍ରିବ୍ୟୁନାଲ ‘ଅବୈଧ ବିଦେଶୀ’ ଘୋଷିତ କରିଛି। ସରକାର ଏହି ଘୋଷିତ ବିଦେଶୀ ନାଗରିକଙ୍କୁ ଭାରତ-ବାଂଲାଦେଶ ସୀମାର ‘ନୋ ମ୍ୟାନ୍ସ ଲ୍ୟାଣ୍ଡ’ (ନିର୍ଜନ କ୍ଷେତ୍ର)କୁ ବଳପୂର୍ବକ ପଠାଉଛନ୍ତି। ୨୭ ଓ ୨୯ ମଇରେ ଆସାମର ପଶ୍ଚିମ ଓ ଦକ୍ଷିଣ ଭାଗରେ ଅତି କମ୍‌ରେ ୪୯ ଜଣଙ୍କୁ ଏଭଳି ପଠାଯାଇଛି। 

‘ଟାଇମ୍ସ ଅଫ୍ ଇଣ୍ଡିଆ’ ର ରିପୋର୍ଟ ଅନୁସାରେ, ଏହାପରେ ଅତି କମ୍‌ରେ ତିନି ଆବେଦନକାରୀ ସୁପ୍ରିମକୋର୍ଟ ଓ ଗୌହାଟି ହାଇ କୋର୍ଟରେ ଆବେଦନ ଦାଖଲ କରିଥିଲେ। ଯେଉଁଥିରେ ତାଙ୍କ ପରିବାର ସୂଚନା ମଗାଯାଇଥିଲା। ଏହି ଅଭିଯାନ ଉପର ରୋକ ଲଗାଇବାର ମଧ୍ୟ ଦାବି କରାଯାଇଥିଲା। ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଶୁକ୍ରବାର କହିଛନ୍ତି, ଏ ପର୍ଯ୍ୟନ୍ତ ଟ୍ରିବ୍ୟୁନାଲ ଦ୍ବାରା ବିଦେଶୀ ଘୋଷିତ କରାଯାଇଥିବା ୩୦ ହଜାର ଲୋକ ‘ଗାଏବ’ ଅଛନ୍ତି। ଏନଆରସି ଅପଡେଟ୍‌ ବେଳେ ଏହି ପକ୍ରିୟା ବନ୍ଦ ଥିଲା। ଏବେ ଆମେ ଏହାକୁ ବଢାଇବାର ନିଷ୍ପତ୍ତି ନେଇଛୁ। ଯେତେବେଳେ ଆମକୁ କୌଣସି ଘୋଷିତ ବିଦେଶୀ ମିଳେ, ଆମେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ।’

ଆସାମ ସ୍ପଷ୍ଟ କରିଛି ଆଗାମୀ ଦିନରେ ଏଭଳି ବହୁ ‘ପୁଶ ବ୍ୟାକ୍’ କାର୍ଯ୍ୟାନୁଷ୍ଠାନ ହେବ। କେହି ବି ଘୋଷିତ ବିଦେଶୀ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟରେ ଅପିଲ କରିପାରନ୍ତି। ଯଦି କେହି ଅପିଲ ନକରନ୍ତି ତେବେ ଭାରତରେ ରହିବାର, ତାଙ୍କ ଅଧିକାର ଶେଷ ହୋଇଯିବ।  ଯଦି ସେମାନେ ଦେଖାଯାଆନ୍ତି ତେବେ ତାଙ୍କୁ ଅପିଲ କରୁଛୁ ଆମେ ତାଙ୍କୁ ଛାଡିବୁନି। ନ୍ୟାୟପାଳିକା ଦ୍ବାରା କୌଣସି ଟ୍ରିବ୍ୟୁନାଲ ଆଦେଶ ଉପରେ ଷ୍ଟେ ଦିଆଯାଇଛି, ତେବେ ସରକାର ତାଙ୍କର ସମ୍ମାନ କରୁଛନ୍ତି ଓ ଏଭଳି ଲୋକଙ୍କୁ ରହିବାକୁ ଦିଆଯାଉଛି। ବେଆଇନ ପ୍ରବାସୀଙ୍କ ଦୁଇଟି ବର୍ଗ ରହିଛି। ଗୋଟିଏ ହେଲା ଯେଉଁମାନେ ଏବେ ଭାରତରେ ପଶିଛନ୍ତି। ଅନ୍ୟଟି ହେଲା ଯାହାଙ୍କୁ ଟ୍ରିବ୍ୟୁନାଲ ଦ୍ବାରା ବିଦେଶୀ ଘୋଷିତ କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସୁପ୍ରିମକୋର୍ଟ ଫେବୃଆରୀରେ ନିର୍ଦେଶ ଦେଇଥିଲେ ଘୋଷିତ ବିଦେଶୀଙ୍କୁ ଯେଉଁମାନେ କୌଣସି ଅପିଲ କରିନାହାନ୍ତି। କୌଣସି ପ୍ରକାର ଭାବରେ ତାଙ୍କୁ ପଠାଇ ଦିଆଯାଉଛି। କେବଳ କାଲି ହିଁ ୩୫ ବାଂଲାଦେଶୀ, ଯେଉଁମାନେ କିଛି ଦିନ ପୂର୍ବରୁ ସୀମାପାର କରି ଭାରତରେ ପଶିଥିଲେ, ମେଘାଳୟ ସୀମା ସିଲଚରର ପାଖରେ ଧରାପଡିଥିଲେ ତାଙ୍କୁ ତୁରନ୍ତ ପଠାଇ ଦିଆଯାଇଥିଲା।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.