ପ୍ରମୂଖ ଖବର
  • ଚନ୍ଦନେଶ୍ଵର: କଟକଣା ନମାନିବା ପଡ଼ିଲା ମହଙ୍ଗା, ୨ବୋଟ ସହ ମାଲିକକୁ ଧରିଲା ପୁଲିସ
  • ||
  • ମାଲକାନିରି: ପୁଣି ୧୭ ମାଓବାଦୀଙ୍କ ଆତ୍ମସମର୍ପଣ, ୫୦ ହଜାର ଚେକ୍ ପ୍ରଦାନ କଲେ ଏସ୍‌ପି
  • ||
  • ପାକିସ୍ତାନରେ ଭୂକମ୍ପ ଝଟକା , ରେକ୍ଟର ସ୍କେଲରେ ୪.୨ ତୀବ୍ରତା ରେକର୍ଡ
  • ||
  • ବହୁର୍ଚ୍ଚିତ ନବ ଦାସ ହତ୍ୟା ଘଟଣା, ଗାନ୍ଧି ଛକ ଫଣ୍ଡିରେ କ୍ରାଇମ୍‌ବ୍ରାଞ୍ଚ ଖୋଳତାଡ଼
  • ||
  • ୩ ବର୍ଷ ପରେ ଅଙ୍କିତାଙ୍କୁ ମିଳିଲା ନ୍ୟାୟ; ୩ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ
  • ||
  • 'ପାକିସ୍ତାନ କାଶ୍ମୀରକୁ ଭୁଲିବନି କି ଛାଡ଼ିବନି '; ପାକ୍‌ ସେନାମୁଖ୍ୟ ଆସିମ୍‌ ମୁନୀରଙ୍କ ମୁହଁଫୁଟାଣି
  • ||
  • ସୁନ୍ଦରଗଡ଼ : ପ୍ଲାଣ୍ଟରେ ଶ୍ରମିକଙ୍କ ଉପରେ ମାଡ଼ିଗଲା ଆଇରନ୍‌ ବୋଝେଇ ଟ୍ରକ୍, କ୍ଷତିପୂରଣ ଦାବିରେ ଉତ୍ତେଜନା
  • ||
  • ରାୟଗଡ଼ା :ଯୁବ ବ୍ୟବସାୟୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସିକ୍କିମ ଦୁର୍ଘଟଣାରେ ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ପରିବାର ନିଖୋଜ
  • ||
  • ସମ୍ୱଲପୁର : ବସ୍‌କୁ ପଛରୁ ପିଟିଲା କୋଇଲା ବୋଝେଇ ଟ୍ରକ୍‌, ୨୦ ଆହତ
  • ||
  • ସିକ୍କିମରେ ଟୁରିଷ୍ଟ ଗାଡି ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଯାତ୍ରୀଙ୍କ ସୁରକ୍ଷା ଓ ଚିକିତ୍ସା ପରିଚାଳନା ପାଇଁ ଓଡ଼ିଶାରୁ ଯିବ ଟିମ୍
  • ||
  • ନୟାଗଡ଼ : ବାଣୁଆ ଗୁଳିରେ ଆମ୍ୱ ଗୋଟାଳି ମୃତ, ଶିକାରୀକୁ ଅଟକ ରଖିଲେ ଗ୍ରାମବାସୀ
  • ||
  • ଶୁକ୍ରବାର ବିଏମ୍‌ସି ବୈଠକ: ଉଠିବ ବିଧାୟକଙ୍କ ପାଇଁ ଏସ୍‌ଓପି ଦାବି, ବିଜେଡି କର୍ପୋରେଟର ହୋ ହଲ୍ଲା କରିବେ
  • ||
  • ବଲାଙ୍ଗୀର : ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ
  • ||
  • IPL 2025: ଆଜି ମୁମ୍ବାଇ-ଗୁଜରାଟ ଏଲିମିନେଟର ଲଢ଼େଇ, ପରାଜିତ ଦଳ ହେବ ବିଦା
  • ||
  • ‘ଅପରେସନ ସିଲ୍ଡ’, ଆଜି ପାକିସ୍ତାନ ସୀମାରେ ଦ୍ୱିତୀୟ ନାଗରିକ ସୁରକ୍ଷା ମକ୍‌ଡ୍ରିଲ
  • ||
  • ଅନୁଗୁଳ : ଭିଜିଲାନ୍ସ ପଞ୍ଝାରେ RD ବିଭାଗର ମୁଖ୍ୟଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ଦେହାନ୍ତ, ରାଜ୍ୟର ପ୍ରଥମ ବିଜେପି MLA ଥିଲେ
  • ||
  • ଗଭୀର ଅବପାତ ପଳେଇଲା, ବଡ଼ ବର୍ଷା ହେଲାନି: ଆଜିଠୁ କମିବ ବର୍ଷା, ଜୁନ୍ ୧ରୁ ୩ ଯାଏ ବଢ଼ିବ ତାପମାତ୍ରା
  • ||
  • ପାଣି ଟାଙ୍କିରେ ପଡ଼ି ନାବାଳିକା ମୃତ୍ୟୁ ଘଟଣା: ରାତି ଅଧରେ ହେଲା ଶବ ବ୍ୟବଚ୍ଛେଦ
  • ||

ଆଉ ଜଣେ ଗୁପ୍ତଚରକୁ ବାନ୍ଧିଲା ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ; ଦେଶରେ ରହି କରୁଥିଲା ଦେଶ ବିରୋଧି କାମ

Published By : Bijay Swain | May 30, 2025 12:12 AM

Image courtesy: amarujala

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ, ସୁରକ୍ଷା ବାହିନୀ ଭାରତରେ ରହୁଥିବା ଏବଂ ଶତ୍ରୁ ଦେଶ ପାକିସ୍ତାନ ପାଇଁ ଗୁପ୍ତଚର ଭାବେ କାମ କରୁଥିବା ଲୋକଙ୍କ ବିରୁଦ୍ଧରେ ସତର୍କତା ବୃଦ୍ଧି କରିଛନ୍ତି। ଗୁପ୍ତଚରଙ୍କ ନିରନ୍ତର ଗିରଫଦାରୀ ମଧ୍ୟରେ, ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ (NDR) ମଧ୍ୟ ଏକ ବଡ଼ ସଫଳତା ହାସଲ କରିଛି। ଏନଡିଆର ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ପାଇଁ ଗୁପ୍ତ ତଥ୍ୟ ବାଣ୍ଟିବା ଅଭିଯୋଗରେ କାସିମ୍ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ରାଜସ୍ଥାନର ଭରତପୁରର ବାସିନ୍ଦା ବୋଲି ଜଣାପଡିଛି।

ପ୍ରାରମ୍ଭିକ ସୂଚନା ଅନୁଯାୟୀ, କାସିମ ଭରତପୁରର ଡିଗ୍ ସହରର ବାସିନ୍ଦା ବୋଲି ଜଣାପଡିଛି। ତାଙ୍କ ଭାଇ ମଧ୍ୟ ଜଣେ ISI ଏଜେଣ୍ଟ ଥିଲେ, ତେବେ ସିଏ ବର୍ତ୍ତମାନ ଫେରାର ଅଛନ୍ତି। କାସିମ ଗତବର୍ଷ ପାକିସ୍ତାନ ଯାଇଥିଲେ ଏବଂ ସେଠାରେ ଗୋଟିଏ ମାସ ରହି ପୁଣି ଭାରତ ଫେରି ଆସିଥିଲେ। ଏହି ସମୟକାଳ ମଧ୍ୟରେ କାସିମ ପାକିସ୍ତାନରେ ଗୁପ୍ତଚର କରିବାର ତାଲିମ ନେଇଥିଲେ। ତାଙ୍କୁ ISI ହ୍ୟାଣ୍ଡଲର ଏବଂ ବରିଷ୍ଠ ଅଧିକାରୀମାନେ ଗୋଟିଏ ମାସ ପାଇଁ ତାଲିମ ଦେଇଥିଲେ ବୋଲି ସେ ପ୍ରକାଶ କରିଛନ୍ତି।

ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଯେ କାସିମ ବୃତ୍ତିରେ ଜଣେ ମୌଲବୀ। ତାଙ୍କ ଅଧିନରେ ଏକ ମଦ୍ରାସା ଥିବା ସମ୍ପର୍କରେ ମଧ୍ୟ ଜଣାପଡିଛି। ଅନ୍ୟପଟେ ଆଜି ଜୟପୁରରୁ ଗିରଫ ହୋଇଥିବା ଆଉଜଣେ ଗୁପ୍ତଚରଙ୍କ ସହିତ ତାଙ୍କର ମଧ୍ୟ ସମ୍ପର୍କ ରହିଛି। କାସିମ ଅନେକ ଲୋକଙ୍କୁ ମୌଳବାଦୀ ଚିନ୍ତାଧାରା ତଥା ଦେଶ ବିରୋଧି ଚିନ୍ତାଧାରାରେ ପକାଇଦେଇଛନ୍ତି ବୋଲି ଦୋଷ ସ୍ୱୀକାର କରିଛନ୍ତି। ତେବେ ତାଙ୍କ ସହିତ ଆହୁରି କେତେ ଜଣ ଥିବା ନେଇ ମଧ୍ୟ ଗୁଇନ୍ଦା ବିଭାଗକୁ ସୂଚନା ମିଳିଛି ଓ ସେମାନଙ୍କୁ ମଧ୍ୟ ଖୋଜା ଚାଲିଛି। ଆଗାମୀ ଦିନରେ ଏହି ମାମଲାରେ ଆଉ କେତେକ ଲୋକ ଗିରଫ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.