ପ୍ରମୂଖ ଖବର
  • ICCର ଗ୍ରୀନ୍ ସିଗନାଲ: ୩୪ ଓଭର ପରେ ଗୋଟିଏ ବଲ୍, ୫ ବ୍ୟାକଅପ୍ ପ୍ଲେୟାର, କ୍ରିକେଟରେ ବଦଳିବ ନିୟମ
  • ||
  • 'ଆତଙ୍କୀ ନାରୀ ଶକ୍ତିକୁ ଚ୍ୟାଲେଞ୍ଜ କରିଥିଲେ, ସେମାନଙ୍କ ବିନାଶ ହେଲା': ପ୍ରଧାନମନ୍ତ୍ରୀ
  • ||
  • ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ପାଇଁ ଫ୍ରି ପବ୍ଲିକ ଟ୍ରାନ୍ସପୋର୍ଟ ସେବା ଦେବାକୁ କଂଗ୍ରେସର ଦାବି, ଜୁନ୍ ୧୦ ସୁଦ୍ଧା କାର୍ଯ୍ୟକାରୀ ନହେଲେ ଆନ୍ଦୋଳନ
  • ||
  • ଉତ୍ତରପୂର୍ବ ରାଜ୍ୟରେ ପ୍ରକୃତି କୋପ; ଘରେ ପଶିଲା ପାଣି- ବୁଡ଼ିଲା ଗାଡ଼ି, ୩ ମୃତ
  • ||
  • କରୋନା ଆତଙ୍କ; ରାଜଧାନୀରେ ପ୍ରଥମ ମୁଣ୍ଡ ନେଲା ନୂଆ ଭାରିଏଣ୍ଟ, ୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଶିଆଳି ନିକଟରେ କୂଳ ଲଙ୍ଘିଲା ସମୂଦ୍ର, ବଜାର ଏବଂ ଜନ ବନତିରେ ମାଡ଼ିଗଲା ପାଣି
  • ||
  • ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||
  • ମୟୂରଭଞ୍ଜ : ବାଙ୍ଗିରିପୋଷିରୁ ଚୋରି ଗାଡି ଝାଡଖଣ୍ଡରୁ ଉଦ୍ଧାର, ଜଣେ ଗିରଫ
  • ||
  • 'ଆମେ କଥା ହେଲୁ ଯୁଦ୍ଧ ରୋକିଲା'; ଭାରତ-ପାକିସ୍ତାନ ସିଜଫାୟାରକୁ ନେଇ ଟ୍ରମ୍ପଙ୍କ ବଡ଼ ବୟାନ
  • ||
  • ଗଞ୍ଜାମ : ଗୁହାଳରେ ଅଗ୍ନିକାଣ୍ଡ, ୧୫ ରୁ ଉର୍ଦ୍ଧ୍ୱ ଛେଳି ଏବଂ ମେଣ୍ଢା ଜୀବନ୍ତ ଦଗ୍ଧ
  • ||
  • ଟ୍ରମ୍ପଙ୍କ ବଡ଼ ଘୋଷଣା; ଚୀନ୍‌ ଷ୍ଟିଲ ଉପରେ ଡବଲ୍ ଟାରିଫ୍‌, ଜୁନ୍‌ ୪ରୁ ଲାଗୁ
  • ||
  • ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସହ ମା' ପାର୍ବତୀଙ୍କ ବିବାହ ସମ୍ପନ୍ନ, ଆଜି ରାତି ୧୦ଟାରେ ଶୀତଳ ଷଷ୍ଠୀ ଶୋଭାଯାତ୍ର
  • ||
  • କେନ୍ଦୁଝର: ପାରିବାରିକ କଳହର କରୁଣ ପରିଣତି, ବେକରେ ଫାଶୀ ଲଗାଇ ଝୁଲିପଡ଼ିଲେ ଦମ୍ପତି
  • ||
  • ଦୁର୍ବଳ ହେଉଛି ଅବପାତ: ଆଜି କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ସପ୍ତାହେ ଯାଏ ବିଶେଷ ବର୍ଷା ନାହିଁ
  • ||

ବିଶ୍ୱ ତାପନର ବିନାଶକାରୀ ପରିଣାମ, ଶରୀରକୁ ଭିତରୁ ଖାଇଯିବ ପ୍ରାଣଘାତକ ଫଙ୍ଗସ୍‌

Published By : Krishna Priya | May 30, 2025 2:53 PM

ନୂଆଦିଲ୍ଲୀ ୩୦/୦୫: ତାପମାତ୍ରା ବୃଦ୍ଧି ବିଶ୍ୱ ପାଇଁ ବଡ଼ ଚେତାବନୀ ହୋଇଛି । ଏହା ଜୀବଜଗତ ପାଇଁ ବିନାଶକାରୀ ବୋଲି ବିଶେଷଜ୍ଞମାନେ ସଚେତନ କରାଉଛନ୍ତି । ଏହି କ୍ରମରେ ଏକ ସଦ୍ୟ ଅଧ୍ୟୟନ ନୂଆ ବିପଦର ପୂର୍ବାନୁମାନ କରିଛି । ଅଧ୍ୟୟନ ଅନୁସାରେ, ବର୍ଷକୁ ଲକ୍ଷ ଲକ୍ଷ ମୃତ୍ୟୁ ପାଇଁ ଦାୟୀ ଏକ ସଂକ୍ରମଣ-କାରକ ଫଙ୍ଗସ୍‌ ବିଶ୍ୱ ଉତ୍ତାପନ ବୃଦ୍ଧି ସହିତ ପୃଥିବୀର ନୂଆ ନୂଆ ସ୍ଥାନକୁ ବ୍ୟାପିବ । ଏହି ବିପଦର ସମ୍ମୁଖୀନ ହେବାକୁ ବିଶ୍ୱ ପ୍ରସ୍ତୁତ ନ ଥିବାବେଳେ ଏହାର ପ୍ରଭାବ ଅତି ଭୟଙ୍କର ହେବ । 

ଫଙ୍ଗସ୍‌ ସର୍ବତ୍ର ବିଦ୍ୟମାନ । ମୋଲ୍ଡ ଫଙ୍ଗସ୍‌ଠୁ ଛତୁ ପର୍ଯ୍ୟନ୍ତ ଜୀବମାନଙ୍କର ଏକ ବିଶାଳ ସାମ୍ରାଜ୍ୟର ବୃଦ୍ଧି ମାଟି, ଖତ ଓ ପାଣି ଭଳି ପରିବେଶରେ ହୋଇଥାଏ । ପରିସଂସ୍ଥାନରେ ଏମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି । କିନ୍ତୁ ମାନବ ସ୍ୱାସ୍ଥ୍ୟ ଉପରେ ଏମାନଙ୍କର ବିନାଶକାରୀ ପ୍ରଭାବ ମଧ୍ୟ ରହିଛି । ଫଙ୍ଗସ୍‌ ସଂକ୍ରମଣ ବର୍ଷକୁ ପ୍ରାୟ ୨୫ କୋଟି ଲୋକଙ୍କ ମୃତ୍ୟୁର କାରଣ ହେଉଛି । ଏ ନେଇ ତଥ୍ୟର ଅଭାବ ଦର୍ଶାଉଛି ଯେ ମୃତ୍ୟୁ ସଂଖ୍ୟା ଏହାଠୁ ବହୁତ ଅଧିକ ହୋଇଥିବ । 

ଫଙ୍ଗସ୍‌କୁ ଜାଣିବା ମାମଲାରେ ଆମେ ବହୁତ ପଛରେ । ସବୁ ପରିସ୍ଥିତିରେ ଅବିଶ୍ୱସନୀୟ ଭାବେ ଖାପ ଖୁଆଉଥିବା ଏହି ଜୀବ ଉତ୍ତପ୍ତ ଜଳବାୟୁ ପ୍ରତି କିଭଳି ପ୍ରତିକ୍ରିୟା ଦେବେ ତାହା ଆମ ଧାରଣା ବାହାରେ । ମାସାଚୁସେଟ୍ସ ବିଶ୍ୱବିଦ୍ୟାଳୟର ଏକ ଗବେଷକ ଟିମ୍‌ କମ୍ପ୍ୟୁଟର ସିମୁଲେସନ୍‌ ଜରିଆରେ ସମଗ୍ର ବିଶ୍ୱରେ ବିଦ୍ୟମାନ ଏକ ସାଧାରଣ ଫଙ୍ଗସ୍‌ ସମୂହ ‘ଆସ୍‌ପରଗିଲିୟସ୍‌’ର ଭବିଷ୍ୟତରେ ସମ୍ଭାବ୍ୟ ପ୍ରସାର ସମ୍ପର୍କରେ ପୂର୍ବାନୁମାନ କରିଛନ୍ତି । ଏହି ଫଙ୍ଗସ୍‌ ମୁଖ୍ୟତଃ ଫୁସ୍‌ଫୁସ୍‌କୁ ପ୍ରଭାବିତ କରୁଥିବା ପ୍ରାଣଘାତକ ରୋଗ ‘ଆସ୍‌ପରଗିଲୋସିସ୍‌’ର କାରଣ ହୋଇପାରେ ବୋଲି ସେମାନେ ଅଧ୍ୟୟନ ମାଧ୍ୟମରେ ସ୍ପଷ୍ଟ କରିଛନ୍ତି । 

ଅଧ୍ୟୟନରୁ ଆସ୍‌ପରଗିଲିୟସ୍‌ର କିଛି ପ୍ରଜାତି ମିଳିଲା । ଏହି ପ୍ରଜାତି ଜଳବାୟୁ ସଙ୍କଟ ବଢ଼ିବା ସହିତ ବ୍ୟାପକ ରୂପେ ନିଜର ବଂଶ ବିସ୍ତାର କରିବେ । ଉତ୍ତର ଆମେରିକା, ୟୁରୋପ, ଚୀନ୍‌ ଓ ରୁଷ୍‌ର ନୂଆ ନୂଆ ସ୍ଥାନକୁ ଏମାନେ କାୟା ମେଲାଇବେ ବୋଲି ଚଳିତ ମାସ ପ୍ରକାଶିତ ଏହି ଅଧ୍ୟୟନ ପୂର୍ବାନୁମାନ କରିଛି । ଅଧ୍ୟୟନର ଅନ୍ୟତମ ଲେଖକ ମାଞ୍ଚେଷ୍ଟର ବିଶ୍ୱବିଦ୍ୟାଳୟର ନରମାନ୍‌ ଭାନ୍‌ ରିଜ୍‌ନ କହିଛନ୍ତି, ଭୂତାଣୁ ଓ ପରଜୀବୀଙ୍କ ତୁଳନାରେ ଫଙ୍ଗସ୍‌ ଉପରେ କମ୍‌ ଅଧ୍ୟୟନ କରାଯାଏ । କିନ୍ତୁ ଏହି ମ୍ୟାପ୍‌ ଦର୍ଶାଇଛି ଯେ ଫଙ୍ଗାଲ ରୋଗବାହକମାନେ ଭବିଷ୍ୟତରେ ବିଶ୍ୱର ଅଧିକାଂଶ ସ୍ଥାନ ଉପରେ ପ୍ରଭାବ ପକାଇବେ । 

ଲୋକପ୍ରିୟ ଟିଭି ଡ୍ରାମା ‘ଦ ଲାଷ୍ଟ୍‌ ଅଫ୍‌ ଅସ୍‌’ ପାଇଁ ଏହି ବିଷୟ ନୂଆ ଆକର୍ଷଣ ହୋଇଛି । ନାଟକରେ ଲୋକମାନେ ଏଭଳି ଏକ ଦୁନିଆରେ ବଞ୍ଚିବାକୁ ଚେଷ୍ଟା କରୁଛନ୍ତି ଯେଉଁଠି ଏକ ସଂକ୍ରାମକ ମ୍ୟୁଟାଣ୍ଟ୍‌ ଫଙ୍ଗସ୍‌ ଅଧିକାଂଶ ଲୋକଙ୍କୁ ହିଂସକ ରାକ୍ଷସରେ ରୂପାନ୍ତରିତ କରିଛି । ଭାନ୍‌ ରିଜ୍‌ନ କହିଛନ୍ତି, ଏହା କାଳ୍ପନିକ, କିନ୍ତୁ ବାସ୍ତବ ଜୀବନରେ କୋଟି କୋଟି ଲୋକଙ୍କୁ ମାରୁଥିବା ଫଙ୍ଗସ୍‌ ସଂକ୍ରମଣର ସମସ୍ୟା ବଢ଼ିବ । ଆସ୍‌ପରଗିଲିୟସ୍‌ ଫଙ୍ଗସ୍‌ ସମଗ୍ର ବିଶ୍ୱରେ ମାଟିର ଛୋଟ ତନ୍ତୁରେ ବଢ଼ିପାରନ୍ତି । ଆପାତତଃ ସମସ୍ତ ଫଙ୍ଗସ୍‌ଙ୍କ ଭଳି ଏମାନେ ବିଶାଳ ସଂଖ୍ୟକ ସୂକ୍ଷ୍ମ ବୀଜାଣୁ ଉତ୍ପନ୍ନ କରନ୍ତି ଯାହା ବାୟୁରେ ବ୍ୟାପେ । ଶ୍ୱାସକ୍ରିୟା ମାଧ୍ୟମରେ ବୀଜାଣୁ ପ୍ରତିଦିନ ଆମ ଶରୀରକୁ ଯାଉଛନ୍ତି । କିନ୍ତୁ ଅଧିକାଂଶ ଲୋକ କୌଣସି ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉନାହାନ୍ତି । ସେମାନଙ୍କ ପ୍ରତିରକ୍ଷା ପ୍ରଣାଳୀ ଏହି ବୀଜାଣୁଙ୍କୁ ନଷ୍ଟ କରୁଛି । 

ଆଜ୍‌ମା, ସିଷ୍ଟିକ୍‌ ଫାଇବ୍ରୋସିସ୍‌ ଓ ସିଓପିଡି ସମେତ ଫୁସ୍‌ଫୁସ୍‌ ସମସ୍ୟା ଏବଂ କର୍କଟ ଓ ଅଙ୍ଗ ପ୍ରତିରୋପିତ ରୋଗୀ, ଗମ୍ଭୀର ଫ୍ଲୁ କିମ୍ବା କୋଭିଡ୍‌-୧୯ ଭଳି ରୋଗ ଯୋଗୁ ଦୁର୍ବଳ ପ୍ରତିରକ୍ଷା ପ୍ରଣାଳୀର ଲୋକଙ୍କ ଶରୀର ବୀଜାଣୁକୁ ନଷ୍ଟ କରିବାରେ ବିଫଳ ହୁଏ । ଏପରି ହେଲେ, ଫଙ୍ଗସ୍‌ ଶରୀରକୁ ଭିତରୁ ଖାଇବା ଆରମ୍ଭ କରନ୍ତି ବୋଲି ରିଜ୍‌ନ ଚେତାଇ ଦେଇଛନ୍ତି । ଆସ୍‌ପରଗିଲିଓସିସ୍‌ ଜନିତ ମୃତ୍ୟୁ ହାର ଅତ୍ୟନ୍ତ ଉଚ୍ଚ ଅର୍ଥାତ୍‌ ପ୍ରାୟ ୨୦%ରୁ ୪୦%  । ରୋଗୀଠାରେ ଜ୍ୱର, କଫ ଏବଂ ଅନେକ ରୋଗର ସାଧାରଣ ଲକ୍ଷଣ ଥିବାରୁ ଏହାକୁ ଚିହ୍ନିବା ଅତି କଷ୍ଟକର । ଡାକ୍ତରଙ୍କ ରାଡାର ଏହି ଫଙ୍ଗସ୍‌ ପର୍ଯ୍ୟନ୍ତ ପହଞ୍ଚିପାରେ ନାହିଁ । ଫଙ୍ଗାଲ୍‌ ରୋଗବାହକଗୁଡ଼ିକର ଚିକିତ୍ସା-ପ୍ରତିରୋଧୀ ଶକ୍ତି ବଢ଼ୁଥିବାବେଳେ ମାତ୍ର ୪ ଶ୍ରେଣୀର ଆଣ୍ଟିଫଙ୍ଗାଲ ଔଷଧ ମିଳୁଛି । ଏଭଳି ସ୍ଥିତିରେ ଜଳବାୟୁ ପରିବର୍ତ୍ତନ ଆସ୍‌ପରଗିଲିୟସ୍‌ଙ୍କ ପାଇଁ ନୂଆ ବାସସ୍ଥଳୀ ଖୋଲୁଥିବାରୁ ଏହା ଅତ୍ୟନ୍ତ ଚିନ୍ତାଜନକ ବିଷୟ ବୋଲି ରିଜ୍‌ନ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.