ପ୍ରମୂଖ ଖବର
  • ଘାରିଛି କରୋନା ଭୟ; ୪ ହଜାର ମୁହାଁ ସଂକ୍ରମଣ, ୨୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଖଲ୍ଲିକୋଟ ବଡ଼ ଘାଟିରେ ଓଲଟିଲା ସିଲିଙ୍ଗ ପ୍ଲେଟ ବୋଝେଇ ଟ୍ରେଲର୍, ବ୍ରହ୍ମପୁର ଠାରୁ ଭୁବନେଶ୍ୱର ଯାତାୟାତ ବାଧାପ୍ରାପ୍ତ
  • ||
  • ମାଲକାନଗିରି : ବିଜାଘାଟିରେ ବସ୍‌ ଦୁର୍ଘଟଣା, ୧୬ ଯାତ୍ରୀ ଆହତ
  • ||
  • ପ୍ରକାଶ ପାଇଲା JEE ଆଡଭାନ୍ସ ରେଜଲ୍ଟ, ଦିଲ୍ଲୀ ଜୋନ୍‌ର ରଜିତ୍ ଗୁପ୍ତା ଆଇଆଇଟି ଟପ୍ପର
  • ||
  • ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଢେଙ୍କାନାଳର ପୂର୍ବତନ ବିଜେଡି ସଭାପତି ବିଭୁ ପ୍ରସାଦ ଦେହୁରୀ ନିଲମ୍ୱିତ
  • ||
  • ସୁନ୍ଦରଗଡ଼ : ଅଜଣା ଗାଡ଼ି ଧକ୍କାରେ ଦୁଇ ଯୁବକ ମୃତ
  • ||
  • ଭଦ୍ରକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ;୧୨ଟି ପ୍ରକଳ୍ପ ଲୋକାର୍ପଣ,୩ଟି ପ୍ରକଳ୍ପ ଶିଳାନ୍ୟାସ କରିବେ
  • ||
  • ବାହାନଗା ଟ୍ରେନ୍‌ ଟ୍ରାଜେଡ଼ିକୁ ୨ ବର୍ଷ; କାଳ ସାଜିଥିଲା କରମଣ୍ଡଳ, ଶବର ପାହାଡ଼ରୁ ଖୋଜା ପଡ଼ିଥିଲେ ସମ୍ପର୍କୀୟ
  • ||
  • ମୟୂରଭଞ୍ଜ : ସହକାରୀ ତହସିଲଦାରଙ୍କୁ ଆକ୍ରମଣ କଲେ ବାଲି ମାଫିଆ, ଭାଙ୍ଗିଦେଲେ ଗାଡ଼ି
  • ||
  • ମୌସୁମୀ ଗାଏବ, ପୁଣି ବଢ଼ିଲା ତାତି: ୧୦ ଦିନ ଯାଏ ବର୍ଷା ସମ୍ଭାବନା ନାହିଁ, ୪ରୁ ଉପକୂଳରେ ଭୀଷଣ ଗରମ
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ବାଲି ବୋଝେଇ ହାଇୱା, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ଡୁଙ୍ଗୁରିପାଲି ଷ୍ଟେସନ ନିକଟରେ ଟ୍ରେନ୍‌କୁ ପଥର ମାଡ, ଜଣେ ଆହତ
  • ||

ଜାପାନରେ ୬.୧ ତୀବ୍ରତାର ଭୂକମ୍ପ ଝଟକା; ଲୋକଙ୍କୁ ଆତଙ୍କିତ ନହେବାକୁ ଅନୁରୋଧ କଲେ ସରକାର

Published By : Bijay Swain | May 31, 2025 6:29 PM

ସାପୋରୋ: ଜାପାନର ହୋକ୍କାଇଡୋ ଦ୍ୱୀପର ପୂର୍ବ ଉପକୂଳରେ ଶନିବାର ସନ୍ଧ୍ୟାରେ ୬.୧ ମାଗ୍ନିଟ୍ୟୁଡ୍ ର ଏକ ଭୂକମ୍ପ ଆଘାତ ହୋଇଛି। ଜାପାନ ଆବହାୱା ବିଜ୍ଞାନ ସଂସ୍ଥା (JMA) ଅନୁସାରେ, ଏହି ଭୂକମ୍ପ ସ୍ଥାନୀୟ ସମୟ ସନ୍ଧ୍ୟା ୫ଟା ୩୭ମିନିଟ ସମୟରେ ସମୁଦ୍ର ତଳେ ପ୍ରାୟ ୨୦ କିଲୋମିଟର ଗଭୀରତାରେ ଘଟିଛି। ଭୂକମ୍ପର କେନ୍ଦ୍ରସ୍ଥଳ କୁଶିରୋଠାରୁ ୮୩ କିଲୋମିଟର ଦୂରରେ ଥିଲା।

ଜାପାନ ଆବହାୱା ବିଜ୍ଞାନ ସଂସ୍ଥା କହିଛି ଯେ ଏହି ଭୂକମ୍ପ ହେତୁ ସୁନାମିର କୌଣସି ଆଶଙ୍କା ନାହିଁ। ତେବେ, ସମୁଦ୍ର ଜଳସ୍ତରରେ କିଛି ପରିବର୍ତ୍ତନ ହୋଇପାରେ ବୋଲି ସ୍ଥାନୀୟ ଲୋକଙ୍କୁ ସତର୍କ କରାଯାଇଛି।

ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ଏହି ଭୂକମ୍ପ ହେତୁ କୌଣସି ଜନଜୀବନ ହାନି ତଥା କ୍ଷୟକ୍ଷତିର ଖବର ମିଳିନାହିଁ। ଜରୁରୀ ସେବା ବିଭାଗ ପରିସ୍ଥିତି ଉପରେ ନଜର ରଖିଛି ଏବଂ ବାସିନ୍ଦାଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ଆପଣଙ୍କ ଅବଗତି ନିମନ୍ତେ ଜଣାଇଦେଉ ଯେ ଜାପାନ ପ୍ରଶାନ୍ତ ମହାସାଗରର ସିସ୍ମିକ ରିଙ୍ଗ ଅଫ ଫାୟାରରେ ଅବସ୍ଥିତ। ଯେଉଁଠାରେ ପ୍ରାୟ ସମୟରେ ଭୂକମ୍ପର ଝଟକା ଅନୁଭୁତ ହୋଇଥାଏ। ଏହା ପୂର୍ବରୁ ଜାପାନ ଗତ ମାର୍ଚ୍ଚ ୨୦୧୧ରେ ୯.୧ ମାଗ୍ନିଟ୍ୟୁଡ୍ ର ଏକ ବିନାଶକାରୀ ଭୂକମ୍ପ ଓ ସୁନାମିର ସମ୍ମୁଖୀନ ହୋଇଥିଲା। ଯାହା ଫୁକୁଶିମା ପରମାଣୁ ବିଦ୍ୟୁତ କେନ୍ଦ୍ରରେ ଦୁର୍ଘଟଣା ଘଟାଇ ୧୮,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟାଇଥିଲା।

ଜାପାନ ସରକାର ଲୋକଙ୍କୁ ଆତଙ୍କିତ ନହେବା ପାଇଁ ସାମାଜିକ ଗଣମାଧ୍ୟମ ଏକ୍ସ ପ୍ଲାଟଫର୍ମରେ ସୂଚନା ପ୍ରକାଶ କରି କହିଛନ୍ତି ଯେ ଆଧୁନିକ ପ୍ରଯୁକ୍ତି ସହାୟତାରେ ମଧ୍ୟ ଭୂକମ୍ପର ସଠିକ ଭବିଷ୍ୟବାଣୀ ସମ୍ଭବ ନୁହେଁ। ତେଣୁ ଆପଣମାନେ ଆତଙ୍କିତ ନ ହୋଇ ସତର୍କ ରୁହିବାକୁ ପରାମର୍ଶ ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.