ପ୍ରମୂଖ ଖବର
  • ଭୁବନେଶ୍ବର : ଓଡିଶା ଜନଗଣନା ନିର୍ଦ୍ଦେଶକ ହେଲେ ୨୦୧୨ ବ୍ୟାଚ୍ର ଆଇଏଏସ ନିଖିଲ ପୱନ କଲ୍ୟାଣ
  • ||
  • Shangri-la-dialogue: CDS କହିଦେଲେ ଆତଙ୍କୀଙ୍କ ରେଡ଼ ଲାଇନ୍, ଜାଣନ୍ତୁ କଣ କହିଲେ ପାକିସ୍ତାନ ଜେନେରାଲ
  • ||
  • ଘାରିଛି କରୋନା ଭୟ; ୪ ହଜାର ମୁହାଁ ସଂକ୍ରମଣ, ୨୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଖଲ୍ଲିକୋଟ ବଡ଼ ଘାଟିରେ ଓଲଟିଲା ସିଲିଙ୍ଗ ପ୍ଲେଟ ବୋଝେଇ ଟ୍ରେଲର୍, ବ୍ରହ୍ମପୁର ଠାରୁ ଭୁବନେଶ୍ୱର ଯାତାୟାତ ବାଧାପ୍ରାପ୍ତ
  • ||
  • ମାଲକାନଗିରି : ବିଜାଘାଟିରେ ବସ୍‌ ଦୁର୍ଘଟଣା, ୧୬ ଯାତ୍ରୀ ଆହତ
  • ||
  • ପ୍ରକାଶ ପାଇଲା JEE ଆଡଭାନ୍ସ ରେଜଲ୍ଟ, ଦିଲ୍ଲୀ ଜୋନ୍‌ର ରଜିତ୍ ଗୁପ୍ତା ଆଇଆଇଟି ଟପ୍ପର
  • ||
  • ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଢେଙ୍କାନାଳର ପୂର୍ବତନ ବିଜେଡି ସଭାପତି ବିଭୁ ପ୍ରସାଦ ଦେହୁରୀ ନିଲମ୍ୱିତ
  • ||
  • ସୁନ୍ଦରଗଡ଼ : ଅଜଣା ଗାଡ଼ି ଧକ୍କାରେ ଦୁଇ ଯୁବକ ମୃତ
  • ||
  • ଭଦ୍ରକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ;୧୨ଟି ପ୍ରକଳ୍ପ ଲୋକାର୍ପଣ,୩ଟି ପ୍ରକଳ୍ପ ଶିଳାନ୍ୟାସ କରିବେ
  • ||
  • ବାହାନଗା ଟ୍ରେନ୍‌ ଟ୍ରାଜେଡ଼ିକୁ ୨ ବର୍ଷ; କାଳ ସାଜିଥିଲା କରମଣ୍ଡଳ, ଶବର ପାହାଡ଼ରୁ ଖୋଜା ପଡ଼ିଥିଲେ ସମ୍ପର୍କୀୟ
  • ||
  • ମୟୂରଭଞ୍ଜ : ସହକାରୀ ତହସିଲଦାରଙ୍କୁ ଆକ୍ରମଣ କଲେ ବାଲି ମାଫିଆ, ଭାଙ୍ଗିଦେଲେ ଗାଡ଼ି
  • ||
  • ମୌସୁମୀ ଗାଏବ, ପୁଣି ବଢ଼ିଲା ତାତି: ୧୦ ଦିନ ଯାଏ ବର୍ଷା ସମ୍ଭାବନା ନାହିଁ, ୪ରୁ ଉପକୂଳରେ ଭୀଷଣ ଗରମ
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ବାଲି ବୋଝେଇ ହାଇୱା, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ଡୁଙ୍ଗୁରିପାଲି ଷ୍ଟେସନ ନିକଟରେ ଟ୍ରେନ୍‌କୁ ପଥର ମାଡ, ଜଣେ ଆହତ
  • ||

ବିଶ୍ୱବିଦ୍ୟାଳୟ କ୍ୟାଣ୍ଟିନ୍‌ରେ ଚାକିରି ଲାଗି ପିଏଚ୍‌ଡି ଜରୁରୀ, ବିଜ୍ଞାପନ ଦେବା ପରେ ବଢିଲା ବିବାଦ

Published By : Krishna Priya | June 1, 2025 11:08 AM

ନୂଆଦିଲ୍ଲୀ ୦୧/୦୬: ଚୀନ୍‌ର ଏକ ବିଶ୍ୱବିଦ୍ୟାଳୟ କ୍ୟାଣ୍ଟିନ୍‌ ମ୍ୟାନେଜର ପଦବୀ ଲାଗି ପିଏଚ୍‌ଡି ଡିଗ୍ରୀ ଜରୁରୀ ଥିବା ଦର୍ଶାଇ ବିଜ୍ଞାପନ ଦେବା ପରେ ବିବାଦୀୟ ହୋଇପଡି଼ଛି । ନାନଜିଙ୍ଗରେ ଥିବା ସାଉଥ୍‌ଇଷ୍ଟ ବିଶ୍ୱବିଦ୍ୟାଳୟ ମେ ୨୨ରେ ନିଜର ୱେବସାଇଟ୍‌ରେ ଏହି ନିଯୁକ୍ତି ବିଜ୍ଞାପନଟି ଦେଇଛି । ବିଜ୍ଞାପନ ମୁତାବକ, ସେହି ପଦବୀରେ ନିଯୁକ୍ତ ହେବାକୁ ଥିବା ବ୍ୟକ୍ତିଙ୍କୁ ବିଶ୍ୱବିଦ୍ୟାଳୟ କ୍ୟାଣ୍ଟିନ୍‌ର ପରିଚାଳନା ଦାୟିତ୍ୱ ନେବାକୁ ହେବ । ସେଠାରେ ବ୍ୟଞ୍ଜନ ପ୍ରସ୍ତୁତି, ଖାଦ୍ୟ ନିରାପତ୍ତା ପ୍ରତି ଦୃଷ୍ଟି ଦେବାକୁ ପଡି଼ବ । ସେହିପରି କ୍ୟାଣ୍ଟିନ୍‌କୁ ଖାଦ୍ୟ ସାମଗ୍ରୀ ଯୋଗାଉଥିବା କଣ୍ଟ୍ରାକ୍ଟରମାନଙ୍କ କଥା ବୁଝିବା, ପ୍ରଶାସନିକ ଦାୟିତ୍ୱ ବି ସମ୍ଭାଳିବାକୁ ହେବ । 

ଆବେଦନକାରୀ ଇଂରାଜୀ ଓ ଅଫିସ୍‌ ସଫ୍ଟୱେରରେ ଜ୍ଞାନ ରଖୁଥିବା ଆବଶ୍ୟକ । ସେ ପିଏଚ୍‌ଡି ଡିଗ୍ରୀ ହାସଲ କରିଥିବା ଜରୁରୀ । ଯଦିଓ ତାଙ୍କୁ ରୋଷେଇ କରିବାକୁ ହେବ ନାହିଁ ତେବେ ଖାଦ୍ୟ, ପୋଷଣ ଓ ରନ୍ଧନ କଳା ସଂପର୍କରେ ସେ ସାର୍ଟିଫିକେଟ୍‌ ହାସଲ କରିଥିବା ଆବଶ୍ୟକ । ଏ ସଂପର୍କିତ କାର୍ଯ୍ୟରେ ଅଭିଜ୍ଞତା ରଖୁଥିବା ବ୍ୟକ୍ତି ଓ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟମାନଙ୍କୁ ପ୍ରାଥମିକତା ମିଳିବ । ଆବେଦନକାରୀ ବାର୍ଷିକ ୨୫ ହଜାର ଡଲାର ଦରମା ଆକାରରେ ପାଇବେ ବୋଲି କୁହାଯାଇଛି । 

ତେବେ ବିଜ୍ଞାପନଟି ଭାଇରାଲ୍‌ ହେବା ପରେ ତାକୁ ସୋସିଆଲ୍‌ ମିଡିଆରେ ଅନେକ ସମାଲୋଚନା କରୁଛନ୍ତି । କ୍ୟାଣ୍ଟିନ୍‌ ମ୍ୟାନେଜର ଭଳି ପଦ ଲାଗି ପିଏଚ୍‌ଡି ଡିଗ୍ରୀର ଆବଶ୍ୟକତା କ’ଣ ବୋଲି ଜଣେ ୟୁଜର ପଚାରିଛନ୍ତି । ଅନ୍ୟ ଜଣେ ଲେଖିଛନ୍ତି, ସେହି ପଦଟି କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ଲାଗି ସୃଷ୍ଟି କରାଯାଇଛି । କାରଣ ଜଣେ ପିଏଚ୍‌ଡି ଡିଗ୍ରୀପ୍ରାପ୍ତ ବ୍ୟକ୍ତିଙ୍କ ନିକଟରେ ରୋଷେଇର ସାର୍ଟିଫିକେଟ୍‌ ରହିବା ଆଶ୍ଚର୍ଯ୍ୟଜନକ । ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଭର୍ତ୍ତି ପ୍ରକ୍ରିୟାରେ ଅତ୍ୟଧିକ ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ ଏହି ପଦକ୍ଷେପ ନେଇଥାଇପାରେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.