ପ୍ରମୂଖ ଖବର
  • ଚମକିଲା ଭାଗ୍ୟ; ରାତାରାତି ଶ୍ରମିକରୁ କୋଟିପତି ହେଲେ ହୀରାକୁଦର ଶିବ ସୁନ୍ଦର
  • ||
  • ଅପରେସନ୍ 'ସିନ୍ଦୂର' ; ୬ ନୁହେଁ ପାକିସ୍ତାନର ୯ବିମାନକୁ ମାଟିରେ ମିଶାଇଛି ଭାରତ
  • ||
  • ସଂସଦ ମୌସୁମୀ ଅଧିବେଶନ; ୨୧ ଜୁଲାଇରୁ ୧୨ ଅଗଷ୍ଟ ଯାଏ ଚାଲିବ
  • ||
  • ଜଗତସିଂହପୁର : ପାରାଦୀପ ଆଇସ୍ ଫ୍ୟାକ୍ଟ୍ରିରୁ ଲିକ୍‌ ହେଲା ଆମୋନିଆ ଗ୍ୟାସ୍, ୪ ଅସୁସ୍ଥ
  • ||
  • ବାଲେଶ୍ୱର : ମିନତୀ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟରେ ପୁଲିସର ଚଢାଉ,୧୦ ଯୁବତୀ ଅଟକ
  • ||
  • ବାଲେଶ୍ୱର : ପୋଖରୀରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • ବଢିଲା କରୋନା ଭୟ; ୨୪ ଘଣ୍ଟାରେ ୨୭୬ ଆକ୍ଟିଭ କେସ୍‌, ୭ମୃତ
  • ||
  • ବ୍ରହ୍ମପୁର : ଲାଞ୍ଚ ନେଇ ଧରାପଡ଼ିଲେ ମହିଳା ଏଏସ୍‌ଆଇ,୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ
  • ||
  • ମୟୂରଭଞ୍ଜ : ୪ଟି ଥାନାର ଅଧିକାରୀଙ୍କୁ ନେଇ ଗୋବିନ୍ଦରାୟପୁର ଓ ତାଳପଦାରେ ମିଳିତ ଚଢ଼ାଉ,ପାଖାପାଖି ୪ଶହ ଗାଈଗୋରୁ ଉଦ୍ଧାର
  • ||
  • ସରଣ୍ଡା ଜଙ୍ଗଲରୁ ଆଉ ୭୦୦ କିଲୋ ବିସ୍ଫୋରକ ଜବତ, ମାଟି ତଳେ ଲୁଚାଇ ରଖିଥିଲେ ମାଓବାଦୀ
  • ||
  • କାର୍ ଉପରେ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍, ୯ ମୃତ
  • ||
  • ଆମେରିକାରେ କୃଷି ଆତଙ୍କବାଦ ଖେଳାଉଛି ଡ୍ରାଗନ୍ ! ସାଙ୍ଘାତିକ 'ବାୟୋ ଅସ୍ତ୍ର' ସହ ଧରାପଡ଼ିଲେ ଚୀନ୍ ନାଗରିକ
  • ||
  • କଟକ : ନକଲି ମୋବିଲ ତିଆରି କାରଖାନାରେ ଚଢାଉ, ୨ ଅଟକ
  • ||
  • ଆନନ୍ଦପୁର ପୌର ଉପାଧ୍ୟକ୍ଷ ଦୁର୍ଗା ଚରଣ ଦଳେଇଙ୍କ ଦେହାନ୍ତ
  • ||
  • ମାଲକାନଗିରି : ଟିପର ଧକ୍କାରେ ବାଇକ ଆରୋହୀ ମୃତ, ଘଟଣାସ୍ଥଳରେ ଚାପା ଉତ୍ତେଜନା
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ଲୁହା ପ୍ଲେଟ୍ ବୋଝେଇ ଟ୍ରେଲର୍‌, ଡ୍ରାଇଭର ଗୁରୁତର
  • ||
  • ଜଗତସିଂହପୁର : ଶଙ୍ଖ ନଦୀ କୂଳରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ମାଲକାନଗିରି : ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ, ଘର ସାମ୍ନାରୁ ସୁନା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ ମେଡିକାଲରେ ଅଭାବନୀୟ ଘଟଣା, ଭୁଲ୍ ଇଞ୍ଜେକ୍ସନ୍‌ ନେଲା ୬ ରୋଗୀଙ୍କ ଜୀବନ!
  • ||
  • ଭୁବନେଶ୍ଵର : ଆସନ୍ତା ତିନି ଦିନ ଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ତାତିରୁ ମିଳିବନି ନିସ୍ତାର
  • ||
  • ମୟୂରଭଞ୍ଜ : ବେଆଇନ ବନ୍ଧୁକ ଗୁଳି କାରବାରର ମାଷ୍ଟର ମାଇଣ୍ଡ ଗିରଫ, ଲାଇସେନ୍ସ ବନ୍ଧୁକ ପାଇଁ କିଣି ଶିକାରୀଙ୍କୁ ବିକୁଥିଲା ଗୁଳି
  • ||

ୟୁକ୍ରେନ୍ ଦେଇଥିବା ଆଘାତକୁ ଭୁଲି ତୁର୍କୀକୁ ନିଜ ଟିମ୍ ପଠାଇଲେ ପୁଟିନ୍, ଶତ୍ରୁତାରୁ ଶାନ୍ତି ବାର୍ତ୍ତାର କ’ଣ ରହିଛି ରଣନୀତି ?

Published By : Harapriya Biswal | June 2, 2025 4:42 PM

ନୂଆଦିଲ୍ଲୀ,୨।୬: ତିନି ବର୍ଷ ହେବ ଜାରି ଯୁଦ୍ଧ ଓ ରୁଷ ମାଟିରେ ୟୁକ୍ରେନ୍ ଡ୍ରୋନ୍ ଆକ୍ରମଣ ଭିତରେ ଶାନ୍ତିର ନୂଆ ଚେଷ୍ଟା ଏକ ନୂଆ ସୁଯୋଗ ସୃଷ୍ଟି କରିଛି। ୟୁକ୍ରେନ୍ ଓ ରୁଷର ପ୍ରତିନିଧି ସୋମବାର ଇସ୍ତାନବୁଲରେ ସାମାନା ସାମନି ହେବେ। ଏହି ଆଲୋଚନା ଏଭଳି ସମୟରେ ହେଉଛି ଯେତେବେଳେ ଦିନକ ପୂର୍ବରୁ ରୁଷ ଭିତରେ ବହୁ ସାମରିକ ଆଡ୍ଡାରେ ପଶି ୟୁକ୍ରେନ୍ ଆକ୍ରମଣ କରିଥିଲା। ଏହାକୁ ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ଡ୍ରୋନ ହମଲା ବୋଲି କୁହାଯାଉଛି। ଅତି କମ୍‌ରେ ୪୦ ରୁଷ ବିମାନକୁ ନଷ୍ଟ କରି ଦିଆଯାଇଥିଲା। କେବଳ ୟୁକ୍ରେନ୍ ନୁହେଁ ରୁଷ ମଧ୍ୟ ୟୁକ୍ରେନ୍ ଉପରେ ନିଜର ସବୁଠାରୁ ବଡ଼ ଡ୍ରୋନ୍ ହମଲା କରିଛି। ଯେଉଁଥିରେ ୩୪୦ରୁ ଅଧିକ ନାଗରିକ ନିହତ ହୋଇଥିଲେ। ଏଭଳି ସ୍ଥିତିରେ ଶାନ୍ତି ବାର୍ତ୍ତାର ପ୍ରସ୍ତାବ କେତେ ଠିକ୍, ତା ଉପରେ ଏବେ ପ୍ରଶ୍ନ ଉଠିଛି। 

ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲ୍ହିମିର ଜେଲେନସ୍କି ଘୋଷଣା କରିଛନ୍ତି ଯେ, ତାଙ୍କର ଏକ ପ୍ରତିନିଧିମଣ୍ଡଳୀ ଇସ୍ତାନବୁଲରେ ରୁଷ ସହ ସିଧା ଆଲୋଚନା କରିବେ। ବାର୍ତ୍ତାର ଉଦେଶ୍ୟ ଦୀର୍ଘକାଳୀନ ଶାନ୍ତି ପାଇଁ ଏକ ରୋଡମ୍ୟାପ୍ ଆଗତ କରିଛି, ଯେଉଁଥିରେ ପ୍ରାରମ୍ଭିକ ଭାବରେ ୩୦ ଦିନର ଅସ୍ତ୍ରବିରତି, କଏଦୀ ଅଦଳବଦଳ ଓ ରୁଷ ଅଧିକୃତ ଅଞ୍ଚଳରୁ ୟୁକ୍ରେନର ପିଲାଙ୍କୁ ଫେରାଇବା ଆଦି ସାମିଲ ରହିଛି। 

ରଏଟର୍ସର ରିପୋର୍ଟ ଅନୁସାରେ, ଏହି ପ୍ରସ୍ତାବକୁ ଆଗାମୀ ପର୍ଯ୍ୟାୟରେ ରାଷ୍ଟ୍ରପତି ଜେଲେନସ୍କି ଓ ରାଷ୍ଟ୍ରପତି ପୁଟିନ୍‌ଙ୍କ ସିଧା ସଳଖ ବୈଠକର ମଧ୍ୟ ପ୍ରସ୍ତାବ ରହିଛି। ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ କହିଛନ୍ତି, ଆଗାମୀ ବାର୍ତ୍ତା ସୋମବାର ତୁର୍କୀର ଇସ୍ତାନବୁଲରେ ହେବ। ୟୁକ୍ରେନ୍ ମଧ୍ୟ ନିଜର ଟିମ୍ ପଠାଇବାର ଘୋଷଣା କରିଛି। ୟୁକ୍ରେନ୍‌ ପକ୍ଷରୁ ପୁଣିଥରେ ପ୍ରତିରକ୍ଷାମନ୍ତ୍ରୀ ରୁସ୍ତେମ ଉମେରୋଭ ଏହି ପ୍ରତିନିଧି ମଣ୍ଡଳୀର ନେତୃତ୍ବ ନେବେ। ସେପଟେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ମଧ୍ୟ ସ୍ପଷ୍ଟ କହିଛନ୍ତି ବିନା ସ୍ପଷ୍ଟ ଏଜେଣ୍ଡା ଓ ପ୍ରସ୍ତୁତିରେ ଏଭଳି ବୈଠକ କେବଳ ମାତ୍ର ଲୋକ ଦେଖାଣିବ। ସେ ତୁର୍କୀର ବୈଦେଶିକ ମନ୍ତ୍ରୀ ଓ ରାଷ୍ଟ୍ରପତି ରେଚେପ ତୟେପ ଏର୍ଦୋଆନଙ୍କ ସହ ଏହି ପ୍ରସଙ୍ଗ ଉପରେ ବିସ୍ତାରିତ ଭାବରେ ଚର୍ଚ୍ଚା କରିଛନ୍ତି। ଜେଲେନସ୍କି ଅଭିଯୋଗ କରିଛନ୍ତି, ରୁଷ ଏପର୍ଯ୍ୟନ୍ତ ଅସ୍ତ୍ରବିରତି ପାଳନ କରିବାରେ ବିଫଳ ହୋଇଛି। ସେଭଳି ୟୁକ୍ରେନ୍‌ ଗତ ସପ୍ତାହରେ ନିଜର ପ୍ରସ୍ତାବ ଦେଇଥିଲା। ତେବେ ରୁଷ କିନ୍ତୁ କିଛି ଉତ୍ତର ନଦେଇ ଚୁପ୍ ରହିଥିଲା। ସେ ରୁଷର ଚୁପ୍ ରହିବାକୁ ‘ଆଉ ଏକ ଧୋକ୍କା’ ବୋଲି କହିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.