ପ୍ରମୂଖ ଖବର
  • କଳିଙ୍ଗନଗର : ମଝିଆଁ ଭାଇର ଖଣ୍ଡା ଚୋଟରେ ବଡ଼ ଭାଇ ଗୁରୁତର
  • ||
  • ପାଟଣାଗଡ଼ : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • ହୃତଘାତରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପତ୍ନୀ ବିୟୋଗ, ଚାରୁଶୀଳା ଆଚାର୍ଯ୍ୟଙ୍କ କରାଯିବ ଚକ୍ଷୁଦାନ
  • ||
  • ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • ଭୁବନେଶ୍ୱର : ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • କଟକ : ପିଇବା ପାଣି ପାଇଁ ରାସ୍ତାରୋକ; ଗରା ଓ ବାଲଟି ଧରି ରାସ୍ତାରେ ବସିଲେ ମହିଳା
  • ||
  • ଗୁରୁବାର ସୁଦଶା ବ୍ରତ: ଜାଣନ୍ତୁ ସୁଦଶା ବ୍ରତର ମାହାତ୍ମ୍ୟ, ପୂଜା ବିଧି
  • ||
  • ଗଞ୍ଜାମ : ଅଜଣା ଗାଡି ଧକ୍କାରେ ଆଇନଜୀବୀ ମୃତ, ଥାନାରେ ମାମଲା ରୁଜୁ
  • ||
  • ବିଶିଷ୍ଟ ପରିବେଶବିତ୍ ମେଧା ପାଟେକର ଅଟକ,କାଶୀପୁର ବ୍ଲକରେ ହେବାକୁ ଥିବା ଜନ ସମାବେଶରେ ହୋଇଥାନ୍ତେ ସାମିଲ
  • ||
  • ରଥ ଖଳା ହାଲ୍‌ଚାଲ୍‌: ପଡ଼ିଲା ରଥର ପ୍ରଥମ ଫ୍ରେମ୍, ଆଗକୁ ଦଣ୍ଡା କଣ୍ଟା ଅନୁକୂଳ
  • ||
  • କଟକ : ମହୁମାଛି ଆକ୍ରମଣରେ ବୃଦ୍ଧା ମୃତ, ଜଣେ ଗୁରୁତର
  • ||
  • ଆଗକୁ ବଢ଼ିବାର ନାଁ ନେଉନି ମୌସୁମୀ: ଭୀଷଣ ଗ୍ରୀଷ୍ମପ୍ରବାହ ଆଲର୍ଟ, ୭ରେ କିଛି ସ୍ଥାନରେ ୪୨ ଡିଗ୍ରୀ ଟପିବ ତାତି
  • ||
  • କଳାହାଣ୍ଡି : ଟ୍ରକ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍‌; ଜଣେ ମୃତ, ୫ ଗୁରୁତର
  • ||

ପାକ୍‌ ନଦୀରେ ୨୧% ପାଣି ଅଭାବ, ଦୁଇ ମୁଖ୍ୟ ଡ୍ୟାମ୍‌ରେ ୫୦%ରୁ କମ୍‌ ରହିଛି ପାଣି

Published By : Prameya | June 3, 2025 1:02 PM

ଇସ୍‌ଲାମାବାଦ,୦୩/୦୬: ପାକିସ୍ତାନରେ  ଘନେଇବାରେ ଲାଗିଛି ଜଳାଭାବ ସମସ୍ୟା । ବିଶେଷକରି ଚାଷୀମାନେ ଏବେ ଜମିରେ ବିହନ ବୁଣା କାମରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପାକିସ୍ତାନର ସିନ୍ଧୁ ନଦୀ ସିଷ୍ଟମ ଅଥରିଟି  (ଆଇଆର୍‌ଏସ୍‌ଏ)ର ଆକଳନ ଅନୁସାରେ  ଦେଶରେ ସିନ୍ଧୁ, ଝେଲମ, ଚେନାବ ନଦୀରେ  ଜଳପ୍ରବାହ ୨୧% କମିଛି । ଦେଶର ପ୍ରମୁଖ ଡ୍ୟାମ୍‌  ମଙ୍ଗ୍‌ଲା ଏବଂ ତରବେଲାରେ ୫୦%ରୁ ବି କମ୍‌  ପାଣି ରହିଛି । ଜୁନ୍‌ ୨ ସୁଦ୍ଧା ପଞ୍ଜାବରେ ମୋଟ  ୧,୨୮,୮୦୦ କ୍ୟୁସେକ ପାଣି ଥିଲା, ଯାହା କି  ଗତବର୍ଷ ତୁଳନାରେ ୧୦.୩% କମ୍‌ । ଜଳ ସମସ୍ୟା  ଯୋଗୁ ଏବେଠାରୁ ପାକିସ୍ତାନ ଚାଷୀ ସମସ୍ୟାରେ ଯୁଝି  ହେଲେଣି । ପଞ୍ଜାବରେ ଚାଷୀ ଖରିଫ୍‌ ଫସଲ ପାଇଁ  ବିହନ ବୁଣାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । 

ପାକିସ୍ତାନ ସରକାରଙ୍କ ଅନୁସାରେ, ସିନ୍ଧୁ  ଜଳ ଚୁକ୍ତି ସ୍ଥଗିତ ହେବା ପରେ ଭାରତ  ଏବେ ପାକିସ୍ତାନ ସହ ଜଳ ପ୍ରବାହ ତଥ୍ୟ ମଧ୍ୟ  ସେୟାର କରୁନାହିଁ । ଏହାଦ୍ୱାରା ବର୍ଷାଦିନେ  ବନ୍ୟା ପରିଚାଳନା କଷ୍ଟକର ହୋଇପଡ଼ିବ ।  ସୂଚନାଥାଉ କି, ପାକିସ୍ତାନର ୮୦% କୃଷି ବା  ୪ କୋଟି ଏକର ଜମି ସିନ୍ଧୁ ନଦୀ ପ୍ରଣାଳୀ  ଉପରେ ନିର୍ଭରଶୀଳ । ପଞ୍ଜାବରେ ଚେନାବ  ଏବଂ ଝେଲମ ନଦୀରୁ ଜଳସେଚନ ହୋଇଥାଏ ।  ଏହା ଦେଶକୁ ମୋଟ ଗହମ ଉତ୍ପାଦନର ୭୭%  ଦେଇଥାଏ । ପାକିସ୍ତାନର ଅର୍ଥନୀତିରେ କୃଷିର  ଯୋଗଦାନ ୨୧% ଥିବାବେଳେ ଏହା ୪୫% ଲୋକଙ୍କୁ ରୋଜଗାର ମଧ୍ୟ ଦେଇଥାଏ । ପାଣି  ସଙ୍କଟ ଯୋଗୁ ଦେଶରେ ବେରୋଜଗାରି ଏବଂ ଦାରିଦ୍ର‌୍ୟତା ବଢ଼ିପାରେ । ପାକିସ୍ତାନର ଅନେକ  ହାଇଡ୍ରୋପାୱାର ପ୍ରୋଜେକ୍ଟ ସିନ୍ଧୁ, ଚେନାବ ଏବଂ  ଝେଲମ ନଦୀ ଉପରେ ନିର୍ଭରଶୀଳ । ଏଠାରେ  ଜଳସ୍ତର ହ୍ରାସ ହେବା ଦ୍ୱାରା ବିଜୁଳି ସଙ୍କଟ  ବଢ଼ିବ । ଏହାଦ୍ୱାରା ଶିଳ୍ପ ଉତ୍ପାଦନ ମଧ୍ୟ ପ୍ରଭାବିତ  ହେବ । ପାକିସ୍ତାନର ପଞ୍ଜାବ ଏବଂ ସିନ୍ଧ ପ୍ରଦେଶରେ  ସିନ୍ଧୁ ନଦୀ ଉପରେ କେନାଲ ବନାଇବାକୁ ନେଇ  ମଧ୍ୟ ବିବାଦ ରହିଛି । ଜଳାଭାବ ଯୋଗୁ ଦୁଇ  ରାଜ୍ୟରେ ପୁଣି ସଂଘର୍ଷ ହୋଇପାରେ । 

ଉଲ୍ଲେଖଯୋଗ୍ୟ, ଏପ୍ରିଲ ୨୨ରେ ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ  ପରେ ଭାରତ ସରକାର ପାକିସ୍ତାନକୁ ପାନେ ଦେବା  ଲାଗି ୬୫ ବର୍ଷ ପୁରୁଣା ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ  ରଖିଛନ୍ତି । ଏହି ଚୁକ୍ତି ଅନୁସାରେ ପାକିସ୍ତାନ ଭାରତ  ଦେଇ ଯାଇଥିବା ସିନ୍ଧୁ, ଝେଲମ, ଚେନାବ ନଦୀ  ପାଣି ପାଉଥିଲା । ମେ’୭ରେ ଭାରତୀୟ ସେନା  ‘ଅପରେସନ ସିନ୍ଦୂର’ ମାଧ୍ୟମରେ ପାକିସ୍ତାନରେ  ଥିବା ଅନେକ ଆତଙ୍କବାଦୀ ଆଡ୍ଡା ଧ୍ୱଂସ କରିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.