ପ୍ରମୂଖ ଖବର
  • କ୍ରିକେଟର ସବୁ ଫର୍ମାଟକୁ ବାଏ ବାଏ କହିଲେ ପିୟୂଷ ଚାୱଲା
  • ||
  • ଭୁବନେଶ୍ୱର ରେଳ ଭବନ ଠାରେ ଆୟୋଜିତ ନିଯୁକ୍ତି ମେଳାରେ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଅଗଷ୍ଟ ୩ରେ NEET PG, ନୂଆ ତାରିଖ ନେଇ NBEକୁ ସମୟ ଦେଲେ ସୁପ୍ରିମକୋର୍ଟ
  • ||
  • ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ସବୁ ଋତୁରେ ସହଜ ହେବ ଜମ୍ମୁରୁ ଶ୍ରୀନଗର ଯାତ୍ରା
  • ||
  • RBIର ବଡ଼ ଉପହାର; ଶସ୍ତା ହେବ ଘର-ଗାଡି EMI ,୦.୫୦% କମିଲା ରେପୋ ରେଟ୍
  • ||
  • ବ୍ରହ୍ମପୁର: ବଡ଼ବଜାରର ଥାନା ହରିଡ଼ାଖଣ୍ଡି ପୋଖରୀରୁ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଅନୁଗୁଳ: ଜନ୍ତୁ ଶିକାର ବେଳେ ମାଡି ବସିଲା ବନ ବିଭାଗ, ଜଣେ ଗିରଫ, ୩ କିଲୋ ଜିଆଇ ତାର ଜବତ
  • ||
  • ବାରଙ୍ଗ ଷଣ୍ଢପୁର ନିକଟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ରାସ୍ତାରେ ଏକ ଟ୍ରକ୍ ସହ ଧକ୍କା
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ବଡ଼ ଆକ୍ସନ, ଏୟାରପୋର୍ଟରୁ RCB ମାର୍କେଟିଂ ହେଡ୍ ଗିରଫ
  • ||
  • ଅଦିନିଆ ବର୍ଷା କ୍ଷୟକ୍ଷତି ଦାବିରେ ରାସ୍ତା ଅବରୋଧ, କୃଷକ ସଂଗଠନର ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ୯ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲରେ କରିବାକୁ ପଡ଼ିବ ପଞ୍ଜୀକରଣ
  • ||
  • ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ, ଶୁଭମନଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍, ବୁମରା ଖେଳିବେ ୩ଟି ଟେଷ୍ଟ
  • ||
  • ବଡ଼ଦେଉଳରେ ରୁକ୍ମିଣୀ ହରଣ ଏକାଦଶୀ ନୀତି, ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ଟା ଦର୍ଶନ କଟକଣା
  • ||
  • ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଢିଲା ଟ୍ରମ୍ପ-ମସ୍କ କଳି ; ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାହାନ୍ତି ମସ୍କ, କହିଲେ ଜେଡି ଭାନ୍ସଙ୍କୁ ମିଳୁ ରାଷ୍ଟ୍ରପତି ପଦ
  • ||
  • ଜୁନ୍‌ ୧୨ ଆଗରୁ ଫେରିବନି ମୌସୁମୀ : ଆଗକୁ ଆହୁରି ସିଝାଇବ, ଛଟପଟ କରିବ ତାତି, ଲଘୁଚାପ ହିଁଁ ଭରସା
  • ||

ତୁର୍କୀ ପାଇଁ ଯୁଦ୍ଧଠାରୁ ବି ବଡ଼ ବିପଦ ଜନସଂଖ୍ୟା ହ୍ରାସ, ଜାଣନ୍ତୁ କାହାକୁ ଦାୟୀ କଲେ ରାଷ୍ଟ୍ରପତି ଏର୍ଦୋଗାନ

Published By : Harapriya Biswal | June 5, 2025 6:38 PM

ନୂଆଦିଳ୍ଲୀ,୫।୬: ବହୁ ଏସୀୟ ଦେଶ ଭଳି ତୁର୍କୀରେ ଏବେ ଜନ୍ମହାର ଦ୍ରୁତ ଗତିରେ ହ୍ରାସ ପାଉଛି। ଏହା ଭିତରେ ତୁର୍କୀ ରାଷ୍ଟ୍ରପତି ରେସେପ୍ ତୈୟପ ଏର୍ଦୋଗାନ୍ ଜନ୍ମହାରରେ ହ୍ରାସକୁ ଯୁଦ୍ଧଠାରୁ ବି ବଡ଼ ବିପଦ ବୋଲି କହିଛନ୍ତି। ଏକ ରିପୋର୍ଟ ଅନୁସାରେ, ଏର୍ଦୋଗାନ୍ ଏଠାର ମହିଳାଙ୍କୁ କମ୍ ସନ୍ତାନ ଜନ୍ମ କରିବାର ନିଷ୍ପତ୍ତିକୁ ନେଇ ଚିନ୍ତିତ ଅଛନ୍ତି। ଦେଶରେ ସ୍ଥିତି ଲଗାତାର ଗମ୍ଭୀର ହେବାରେ ଲାଗିଛି। ଏବେ ଏର୍ଦୋଗାନ୍‌ ଜନ୍ମହାରକୁ ବଢାଇବା ପାଇଁ ନୂଆ ନୀତି ଘୋଷଣା କରିଛନ୍ତି।

ତୁର୍କୀରେ ୨୦୨୫ କୁ ପରିବାର ବର୍ଷ, ଅର୍ଥାତ ଫ୍ୟାମିଲି ଇୟର ଭାବରେ ଘୋଷିତ କରାଯାଇଛି। ଏହା ପୂର୍ବରୁ ଏର୍ଦୋଗାନ କହିଥିଲେ, ୨୦୨୬ରୁ ଆରମ୍ଭ ହେବାକୁ ଥିବା ଦଶକକୁ ‘ପରିବାରର ଦଶକ’ ନାମ ଦିଆଯିବ। ରାଷ୍ଟ୍ରପତି ଏଠାର ମହିଳାଙ୍କୁ ଅତି କମ୍‌ରେ ତିନୋଟି ସନ୍ତାନ ଜନ୍ମ କରିବାର ଅପିଲ କରିଛନ୍ତି। ଏହାଛଡା ନବବିବାହିତଙ୍କ ସନ୍ତାନ ଜନ୍ମ କରିବା ପାଇଁ ଆର୍ଥିକ ପ୍ରୋତ୍ସାହନ ମଧ୍ୟ ଦିଆଯିବ। 

ତେବେ ତୁର୍କୀ ସରକାରଙ୍କ ଏହି ପଦକ୍ଷେପ ଦ୍ବାରା ଦେଶର ସ୍ଥିତି ସୁଧୁରିବାର ଆଶା ନାହିଁ। ତୁର୍କୀ ବର୍ତ୍ତମାନ ସମୟରେ ଭୀଷଣ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ସେଠାର ଦରଦାମ୍ ବୃଦ୍ଧି ଚରମ ସୀମାରେ ପହଁଞ୍ଚିଛି। ଯାହାଫଳରେ ଲୋକେ ସନ୍ତାନ ଜନ୍ମ ପାଇଁ ବିଶେଷ ଇଚ୍ଛା କରୁନାହାନ୍ତି। ଜନ୍ମହାର ୨୦୦୧ ରେ ପ୍ରତି ମହିଳାଙ୍କ ମଧ୍ୟରେ ୨.୩୮ରୁ ହ୍ରାସ ପାଇ ୨୦୨୫ ରେ ୧.୪୮ ହୋଇଯାଇଛି। ଏହି ସଂଖ୍ୟା ଫ୍ରାନ୍ସ, ବ୍ରିଟେନ୍‌ ଓ ଆମେରିକା ଭଳି ଦେଶରେ ମଧ୍ୟ କମ୍ ରହିଛି। ଏର୍ଦୋଗାନ ଏହାକୁ ବଡ଼ ବିପଦ ବୋଲି କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.