ପ୍ରମୂଖ ଖବର
  • କ୍ରିକେଟର ସବୁ ଫର୍ମାଟକୁ ବାଏ ବାଏ କହିଲେ ପିୟୂଷ ଚାୱଲା
  • ||
  • ଭୁବନେଶ୍ୱର ରେଳ ଭବନ ଠାରେ ଆୟୋଜିତ ନିଯୁକ୍ତି ମେଳାରେ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଅଗଷ୍ଟ ୩ରେ NEET PG, ନୂଆ ତାରିଖ ନେଇ NBEକୁ ସମୟ ଦେଲେ ସୁପ୍ରିମକୋର୍ଟ
  • ||
  • ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ସବୁ ଋତୁରେ ସହଜ ହେବ ଜମ୍ମୁରୁ ଶ୍ରୀନଗର ଯାତ୍ରା
  • ||
  • RBIର ବଡ଼ ଉପହାର; ଶସ୍ତା ହେବ ଘର-ଗାଡି EMI ,୦.୫୦% କମିଲା ରେପୋ ରେଟ୍
  • ||
  • ବ୍ରହ୍ମପୁର: ବଡ଼ବଜାରର ଥାନା ହରିଡ଼ାଖଣ୍ଡି ପୋଖରୀରୁ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଅନୁଗୁଳ: ଜନ୍ତୁ ଶିକାର ବେଳେ ମାଡି ବସିଲା ବନ ବିଭାଗ, ଜଣେ ଗିରଫ, ୩ କିଲୋ ଜିଆଇ ତାର ଜବତ
  • ||
  • ବାରଙ୍ଗ ଷଣ୍ଢପୁର ନିକଟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ରାସ୍ତାରେ ଏକ ଟ୍ରକ୍ ସହ ଧକ୍କା
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ବଡ଼ ଆକ୍ସନ, ଏୟାରପୋର୍ଟରୁ RCB ମାର୍କେଟିଂ ହେଡ୍ ଗିରଫ
  • ||
  • ଅଦିନିଆ ବର୍ଷା କ୍ଷୟକ୍ଷତି ଦାବିରେ ରାସ୍ତା ଅବରୋଧ, କୃଷକ ସଂଗଠନର ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ୯ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲରେ କରିବାକୁ ପଡ଼ିବ ପଞ୍ଜୀକରଣ
  • ||
  • ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ, ଶୁଭମନଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍, ବୁମରା ଖେଳିବେ ୩ଟି ଟେଷ୍ଟ
  • ||
  • ବଡ଼ଦେଉଳରେ ରୁକ୍ମିଣୀ ହରଣ ଏକାଦଶୀ ନୀତି, ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ଟା ଦର୍ଶନ କଟକଣା
  • ||
  • ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଢିଲା ଟ୍ରମ୍ପ-ମସ୍କ କଳି ; ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାହାନ୍ତି ମସ୍କ, କହିଲେ ଜେଡି ଭାନ୍ସଙ୍କୁ ମିଳୁ ରାଷ୍ଟ୍ରପତି ପଦ
  • ||
  • ଜୁନ୍‌ ୧୨ ଆଗରୁ ଫେରିବନି ମୌସୁମୀ : ଆଗକୁ ଆହୁରି ସିଝାଇବ, ଛଟପଟ କରିବ ତାତି, ଲଘୁଚାପ ହିଁଁ ଭରସା
  • ||

ଭାରତ ସହ ବିବାଦ ଭିତରେ ଜାତିସଂଘରେ ପାକିସ୍ତାନର ସ୍ଥିତି ସୁଦୃଢ, ଆତଙ୍କବାଦ ବିରୋଧି କମିଟିରେ ପାଇଲା ସ୍ଥାନ

Published By : Harapriya Biswal | June 5, 2025 1:49 PM

ନୂଆଦିଲ୍ଲୀ,୫।୬: ପହଲଗାମ୍‌ ଆକ୍ରମଣ ପରେ ‘ଅପରେସନ୍ ସିନ୍ଦୂର’କୁ ନେଇ ଭାରତ ଓ ପାକିସ୍ତାନ ସମ୍ପର୍କରେ  ଅଧିକ ତିକ୍ତତା ବଢିଛି। ଭାରତ ଦୁନିଆର ବହୁ ଦେଶରେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନର ମୁଖା ଖୋଲିବାକୁ ଚେଷ୍ଟା କରୁଛି। ତେବେ ଏ ସବୁ ଭିତରେ ଜାତିସଂଘର ସୁରକ୍ଷା ପରିଷଦ(ୟୁଏନ୍‌ଏସ୍‌ସି)ରେ ପାକିସ୍ତାନକୁ ମିଳିଛି ବଡ଼ ଦାୟିତ୍ବ। ପାକିସ୍ତାନ ୟୁଏନ୍‌ଏସ୍‌ସିରେ ୨୦୨୫ ପାଇଁ ତାଲିବାନ କଟକଣା କମିଟିର ଅଧ୍ୟକ୍ଷତା କରିବ। ଏହାଛଡା ଆତଙ୍କବାଦକୁ ସୁରକ୍ଷା ଦେଉଥିବା ପାକିସ୍ତାନକୁ ଆତଙ୍କ ନିରୋଧି କମିଟିର ଉପାଧ୍ୟକ୍ଷ ମଧ୍ୟ କରାଯାଇଛି। ଏହି ନିଷ୍ପତ୍ତି ଜାତିସଂଘର ସୁରକ୍ଷା ପରିଷଦ ସଂସ୍ଥା ଦ୍ବାରା ନିଆଯାଇଛି।  

ଜାତିସଂଘର ୧୯୮୮ ତାଲିବାନ କଟକଣା କମିଟି ସେହି ବ୍ୟକ୍ତି, ସଂଗଠନ ଓ ୟୁନିଟ୍ ଉପରେ ଆର୍ଥିକ କଟକଣା, ଯାତ୍ରା କଟକଣା ଓ ହତିଆରର ଯୋଗାଣ ଉପରେ ରୋକ ଲଗାଉଛି। ଯିଏକି ତାଲିବାନ ସହ ଜଡିତ ଅଛନ୍ତି। ସେମାନଙ୍କୁ ଆଫଗାନିସ୍ତାନର ଶାନ୍ତି, ସ୍ଥିରତା ଓ ସୁରକ୍ଷା ପାଇଁ ବିପଦ କୁହାଯାଉଛି। ଏହି କମିଟିରେ ପାକିସ୍ତାନର ଅଧ୍ୟକ୍ଷ ହୋଇଛି। ସେଭଳି ଗୁଏନା ଓ ରୁଷ ଉପାଧ୍ୟକ୍ଷ ରହିବେ। ପାକିସ୍ତାନ ବ୍ୟତୀତ ଡେନମାର୍କକୁ ISIS ଓ ଅଲକାଏଦା କମିଟିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ସେଭଳି ରୁଷ, ସିଏରା ଲିଓନ ଉପାଧ୍ୟକ୍ଷ ରହିବେ। ଅଲଜେରିଆକୁ ଆତଙ୍କବାଦୀ ନିରୋଧି କମିଟିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ଯେଉଁଥିରେ ଫ୍ରାନ୍ସ, ପାକିସ୍ତାନ ଓ ରୁଷ ମଧ୍ୟ ଉପାଧ୍ୟକ୍ଷ ରହିବେ। ପାକିସ୍ତାନ ୨୦୨୫-୨୬ ପର୍ଯ୍ୟନ୍ତ ଜାତିସଂଘର ସୁରକ୍ଷା ପରିଷଦରେ ଅସ୍ଥାୟୀ ସଦସ୍ୟ ରହିଛି। ପରିଷଦର ସବୁ କଟକଣା କମିଟି ୧୫ ସଦସ୍ୟ ଦେଶକୁ ନେଇ ତିଆରି ହୋଇଛି। ତାଙ୍କର ନିଷ୍ପତ୍ତି ସର୍ବ ସମ୍ମତିରେ ନିଆଯାଏ। 

ଭାରତ ଲଗାତାର ଅନ୍ତର୍ଜାତୀୟ ସମୁଦାୟକୁ ଏହା କହୁଛି ଯେ, ପାକିସ୍ତାନ ଆତଙ୍କବାଦର ଗଡ। ଅଲକାଏଦା ମୁଖ୍ୟ ଓସମା ବିନ୍ ଲାଡେନ ବହୁ ବର୍ଷ ପାକିସ୍ତାନର ଏବୋଟାବାଦରେ ଲୁଚି ରହିଥିଲା। ୨୦୧୧ରେ ଆମେରିକା ନୌସେନାର ସିଲ୍ କମାଣ୍ଡୋ ଦ୍ବାରା ସେ ନିହତ ହୋଇଥିଲା। ବାରମ୍ବାର ଭାରତ ଦାବି କରିବା ପରେ ମଧ୍ୟ ୟୁଏନ୍‌ଏସ୍‌ସିରେ ଏବେ ପାକିସ୍ତାନକୁ ଏଭଳି ବଡ ଦାୟିତ୍ବ ମିଳିଛି।    ଭାରତ ୨୦୨୧-୨୨ କାର୍ଯ୍ୟକାଳରେ ୟୁଏନ୍‌ଏସସିର ଆତଙ୍କ ନିରୋଧି କମିଟିର ଅଧ୍ୟକ୍ଷତା ମଧ୍ୟ କରିଥିଲା।  ବର୍ତ୍ତମାନ ଜାତିସଂଘର ସୁରକ୍ଷା ପରିଷଦରେ ୫ ଜଣ ସଦସ୍ୟ ରହିଛି। ଚୀନ୍, ଫ୍ରାନ୍ସ, ବ୍ରିଟେନ୍ ଓ ଆମେରିକାକୁ ଏହି ସମ୍ମାନ ମିଳିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.