ପ୍ରମୂଖ ଖବର
  • ବେଙ୍ଗାଲୁରୁ ଦଳାଚକଟା ଘଟଣା; KSCA ସମ୍ପାଦକ ଏ. ଶଙ୍କର ଓ କୋଷାଧ୍ୟକ୍ଷ ଏଇ ଜୟରାମଙ୍କ ଇସ୍ତଫା
  • ||
  • ମିଠି ନଦୀ ଦୁର୍ନୀତି ମାମଲା: ଅଭିନେତା ଡିନୋ ମୋରିଆଙ୍କୁ ଇଡି ସମନ୍
  • ||
  • ସରଣ୍ଡା ଜଙ୍ଗଲରୁ ୧ କୁଇଣ୍ଟାଲ ବିସ୍ଫୋରକ ଜବତ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଫୁଲବାଣୀ : ଫୁଲବାଣୀ ମେଡିକାଲ କଲେଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଚଳିତ ଶିକ୍ଷା ବର୍ଷରୁ ଆରମ୍ଭ ହେବ ପାଠପଢା
  • ||
  • French Open 2025: 'ବୋଧ ହୁଏ ଏହା ମୋର ଶେଷ ମ୍ୟାଚ ଥିଲା', ଫ୍ରେଞ୍ଚ ଓପନ୍ ହାରିବା ପରେ ଅବସର ନେଲେ କି ନୋଭାକ ?
  • ||
  • ଭଦ୍ରକ : ଜାତିଆଣ ବିବାଦରୁ କଙ୍ଗାରୁ କୋର୍ଟ, ଗାଁରୁ ନିଆଁପାଣି ବନ୍ଦ ଚିନ୍ତାରେ ଚାଲିଗଲା ଜୀବନ !
  • ||
  • ବରଗଡ଼ ପଞ୍ଚାୟତ କଲେଜ ପଛପଟୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଚାନ୍ଦବାଲି : ରୋଗୀଙ୍କ ମୁହଁରୁ ଅକ୍ସିଜେନ କାଢିନେବାରୁ ମୃତ୍ୟୁ ଅଭିଯୋଗ, ଚାନ୍ଦବାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା
  • ||
  • ଶନିବାର ମୁଖ୍ୟମନ୍ତ୍ରୀଙ୍କ ଫୁଲବାଣୀ ଗସ୍ତ : ୪୨ ପ୍ରକଳ୍ପର ଉଦ୍‌ଘାଟନ ସହ ୬୫ ନୂଆ ପ୍ରକଳ୍ପର କରିବେ ଶିଳାନ୍ୟାସ
  • ||
  • 'ଅପରେସନ୍ ସିନ୍ଦୂର ପାକ୍ ସହ ଡିଲ ଥିଲା'; ଟିଏମ୍‌ସି ବିଧାୟକଙ୍କ ବୟାନକୁ ନେଇ ବିବାଦ, ଦୂରରେ ରହିଲା ଦଳ
  • ||
  • ଯୋଗେଶ ଗୌଡ଼ା ହତ୍ୟା ମାମଲା; କଂଗ୍ରେସ ବିଧାୟକ ବିନୟ କୁଲକର୍ଣ୍ଣିଙ୍କୁ ସୁପ୍ରିମ ଝଟକା, ଜାମିନ ଆବେଦନ ଖାରଜ
  • ||
  • କଟକ : ରାସ୍ତାରେ ପଡ଼ିଛି ମାନସିକ ବିକାରଗ୍ରସ୍ତ ମହିଳାଙ୍କ ମୃତଦେହ, ଅଜଣା ଗାଡ଼ି ଧକ୍କା ଦେଇଥିବା ସନ୍ଦେହ
  • ||
  • ଇଂଲଣ୍ଡରେ କେଏଲ ରାହୁଲଙ୍କ ବିସ୍ଫୋରକ ଶତକ, ଭାରତ ଏ'- ୩୧୯/୭
  • ||
  • କଟକ : ହୋଟେଲ ଭିତରକୁ ମାଡିଗଲା ଟ୍ରେଲର, ଜଣେ ମୃତ
  • ||
  • ଦେବଗଡ଼ : ଅଜଣା ଗାଡ଼ି ଧକ୍କାରେ ଚାଷୀ ସହ ବଳଦ ମୃତ
  • ||
  • ଆହୁରି ୫ ଦିନ ଅସହ୍ୟ ଗୁଳୁଗୁଳି, ଉପକୂଳବର୍ତ୍ତୀ ୧୧ ଜିଲ୍ଲାରେ କଲବଲ କରିବ ତାତି, ୧୦ ଯାଏ ନିସ୍ତାର ନାହିଁ
  • ||

‘ମସ୍କ ପାଗଳ ହୋଇ ଯାଇଛନ୍ତି’ 'ମୋର ତାଙ୍କ ସହ କଥା ହେବାକୁ ଇଛା ନାହିଁ': ଡୋନାଲ୍ଡ ଟ୍ରମ୍ପ

Published By : Ladu Kishor | June 6, 2025 9:59 PM

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଟେସଲା ମୁଖ୍ୟ ଏଲୋନ ମସ୍କଙ୍କ ମଧ୍ୟରେ ବିବାଦ ବଢ଼ିବା ପରେ,ଏବେ ବାକ୍ ଯୁଦ୍ଧ ମଧ୍ୟ ତୀବ୍ର ହେବା ଆରମ୍ଭ ହେଲାଣି। ଆମେରିକା ରାଷ୍ଟ୍ରପତି ନିର୍ବାଚନ ସମୟରେ ଉଭୟ ପରସ୍ପରର ବହୁତ ପ୍ରଶଂସା କରୁଥିଲେ, ଏବେ ଉଭୟ ଖୋଲାଖୋଲି ଭାବେ ମୁହାଁମୁହିଁ ହୋଇଛନ୍ତି। ଟ୍ରମ୍ପ ଶୁକ୍ରବାର କହିଛନ୍ତି ଯେ, ଏଲନ ମସ୍କ ତାଙ୍କ ସହ କଥା ହେବାକୁ ଚାହାଁନ୍ତି,କିନ୍ତୁ ସେ ଆଲୋଚନା ପାଇଁ ପ୍ରସ୍ତୁତ ନୁହଁନ୍ତି।

ଏକ ଗଣମାଧ୍ୟମର ସାକ୍ଷାତକାରରେ ଟ୍ରମ୍ପ ଏଲନ ମସ୍କଙ୍କ ବିଷୟରେ କହିଛନ୍ତି ଯେ, ସେ ପାଗଳ ହୋଇଯାଇଛନ୍ତି। ଏହା ପୂର୍ବରୁ ଖବର ଆସିଥିଲା ଯେ ହ୍ୱାଇଟ୍ ହାଉସ୍ ଅଧିକାରୀ ମାନେ ବିବାଦର ଅନ୍ତ ପାଇଁ ଜୁନ୍ ୬ ରେ ଟ୍ରମ୍ପ ଏବଂ ଏଲନ ମସ୍କଙ୍କ ମଧ୍ୟରେ ଏକ ବୈଠକ ସ୍ଥିର କରିଛନ୍ତି। ଆଉ ଯେତେବେଳେ ଏବେ ଟ୍ରମ୍ପଙ୍କୁ ଏହି ବୈଠକର କାର୍ଯ୍ୟସୂଚୀ ବିଷୟରେ ପଚରାଯାଇଥିଲା, ସେ ଏଲନ ମସ୍କଙ୍କୁ ଭେଟିବାକୁ ମନା କରିଦେଇଥିଲେ।

ଟ୍ରମ୍ପ କହିଥିଲେ ଯେ, ସେ ଏଲନ ମସ୍କଙ୍କୁ ବହୁତ ସାହାଯ୍ୟ କରିଥିଲେ, କିନ୍ତୁ ଏବେ ସେ ମସ୍କଙ୍କ ଉପରେ ବହୁତ ନିରାଶ। ସେ ଦାବି କରିଛନ୍ତି ଯେ, ମସ୍କ EV ଟିକସ ପ୍ରୋତ୍ସାହନ ହଟାଇବା ଉପରେ ରାଗିଛନ୍ତି। ଏହା ଉପରେ ମସ୍କ ଦାବି କରିଛନ୍ତି ଯେ,ମୋତେ ଏହି ବିଲ୍ ବିଷୟରେ ଥରେ ମଧ୍ୟ ସୂଚନା ଦିଆଯାଇ ନଥିଲା ଏବଂ ଏହା ମଧ୍ୟରାତ୍ରିରେ ପାସ୍ ହୋଇଥିଲା। ମସ୍କ ଏପରିକି କହିଥିଲେ ଯେ ଟ୍ରମ୍ପ ମୋ ଯୋଗୁଁ ନିର୍ବାଚନ ଜିତିଛନ୍ତି। ଯଦି ମୁଁ ସେଠାରେ ନ ଥାନ୍ତି, ତେବେ ଟ୍ରମ୍ପଙ୍କ ପରାଜୟ ନିଶ୍ଚିତ ଥିଲା।

ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ଯେତେବେଳେ ମୁଁ ବୈଦ୍ୟୁତିକ ଯାନବାହନ ସମ୍ବନ୍ଧୀୟ ତାଙ୍କର ଆଇନଗତ ଆଦେଶ ପ୍ରତ୍ୟାହାର କରିନେଲି, ମସ୍କ ରାଗିଗଲେ । ଟ୍ରମ୍ପ ମସ୍କଙ୍କ କମ୍ପାନୀକୁ ଦିଆଯାଇଥିବା ସବସିଡି ବନ୍ଦ କରିବାକୁ ମଧ୍ୟ ଧମକ ଦେଇଥିଲେ, ଯାହା ପରେ ଏଲନ ମସ୍କ ମଧ୍ୟ ଖୋଲାଖୋଲି ଭାବରେ ବିବାଦକୁ ଓହ୍ଲାଇଥିଲେ। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.