ପ୍ରମୂଖ ଖବର
  • କଟକ : ଶୈଳବାଳା ମହିଳା ମହାବିଦ୍ୟାଳୟରେ ଅଘଟଣ , ନିର୍ମାଣାଧୀନ କୋଠାରୁ ପଡି ଶ୍ରମିକ ମୃତ
  • ||
  • କଟକ : ମାହାଙ୍ଗା ବ୍ଲକ ଖନ୍ଦୋଳ ଗ୍ରାମରେ ବନ୍ଦ ଘରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣା; KSCA ସମ୍ପାଦକ ଏ. ଶଙ୍କର ଓ କୋଷାଧ୍ୟକ୍ଷ ଏଇ ଜୟରାମଙ୍କ ଇସ୍ତଫା
  • ||
  • ମିଠି ନଦୀ ଦୁର୍ନୀତି ମାମଲା: ଅଭିନେତା ଡିନୋ ମୋରିଆଙ୍କୁ ଇଡି ସମନ୍
  • ||
  • ସରଣ୍ଡା ଜଙ୍ଗଲରୁ ୧ କୁଇଣ୍ଟାଲ ବିସ୍ଫୋରକ ଜବତ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଫୁଲବାଣୀ : ଫୁଲବାଣୀ ମେଡିକାଲ କଲେଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଚଳିତ ଶିକ୍ଷା ବର୍ଷରୁ ଆରମ୍ଭ ହେବ ପାଠପଢା
  • ||
  • French Open 2025: 'ବୋଧ ହୁଏ ଏହା ମୋର ଶେଷ ମ୍ୟାଚ ଥିଲା', ଫ୍ରେଞ୍ଚ ଓପନ୍ ହାରିବା ପରେ ଅବସର ନେଲେ କି ନୋଭାକ ?
  • ||
  • ଭଦ୍ରକ : ଜାତିଆଣ ବିବାଦରୁ କଙ୍ଗାରୁ କୋର୍ଟ, ଗାଁରୁ ନିଆଁପାଣି ବନ୍ଦ ଚିନ୍ତାରେ ଚାଲିଗଲା ଜୀବନ !
  • ||
  • ବରଗଡ଼ ପଞ୍ଚାୟତ କଲେଜ ପଛପଟୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଚାନ୍ଦବାଲି : ରୋଗୀଙ୍କ ମୁହଁରୁ ଅକ୍ସିଜେନ କାଢିନେବାରୁ ମୃତ୍ୟୁ ଅଭିଯୋଗ, ଚାନ୍ଦବାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା
  • ||
  • ଶନିବାର ମୁଖ୍ୟମନ୍ତ୍ରୀଙ୍କ ଫୁଲବାଣୀ ଗସ୍ତ : ୪୨ ପ୍ରକଳ୍ପର ଉଦ୍‌ଘାଟନ ସହ ୬୫ ନୂଆ ପ୍ରକଳ୍ପର କରିବେ ଶିଳାନ୍ୟାସ
  • ||
  • 'ଅପରେସନ୍ ସିନ୍ଦୂର ପାକ୍ ସହ ଡିଲ ଥିଲା'; ଟିଏମ୍‌ସି ବିଧାୟକଙ୍କ ବୟାନକୁ ନେଇ ବିବାଦ, ଦୂରରେ ରହିଲା ଦଳ
  • ||
  • ଯୋଗେଶ ଗୌଡ଼ା ହତ୍ୟା ମାମଲା; କଂଗ୍ରେସ ବିଧାୟକ ବିନୟ କୁଲକର୍ଣ୍ଣିଙ୍କୁ ସୁପ୍ରିମ ଝଟକା, ଜାମିନ ଆବେଦନ ଖାରଜ
  • ||
  • କଟକ : ରାସ୍ତାରେ ପଡ଼ିଛି ମାନସିକ ବିକାରଗ୍ରସ୍ତ ମହିଳାଙ୍କ ମୃତଦେହ, ଅଜଣା ଗାଡ଼ି ଧକ୍କା ଦେଇଥିବା ସନ୍ଦେହ
  • ||
  • ଇଂଲଣ୍ଡରେ କେଏଲ ରାହୁଲଙ୍କ ବିସ୍ଫୋରକ ଶତକ, ଭାରତ ଏ'- ୩୧୯/୭
  • ||
  • କଟକ : ହୋଟେଲ ଭିତରକୁ ମାଡିଗଲା ଟ୍ରେଲର, ଜଣେ ମୃତ
  • ||
  • ଦେବଗଡ଼ : ଅଜଣା ଗାଡ଼ି ଧକ୍କାରେ ଚାଷୀ ସହ ବଳଦ ମୃତ
  • ||
  • ଆହୁରି ୫ ଦିନ ଅସହ୍ୟ ଗୁଳୁଗୁଳି, ଉପକୂଳବର୍ତ୍ତୀ ୧୧ ଜିଲ୍ଲାରେ କଲବଲ କରିବ ତାତି, ୧୦ ଯାଏ ନିସ୍ତାର ନାହିଁ
  • ||

ୟୁକ୍ରେନ୍ ଉପରେ ଋଷର ଜବରଦସ୍ତ ହମଲା; ୪୦୦ରୁ ଅଧିକ ଡ୍ରୋନ୍ ଏବଂ ୪୦ରୁ ଅଧିକ ମିସାଇଲ୍ ମାଡ଼

Published By : Anindita Ratha | June 7, 2025 9:31 AM

ନୂଆଦିଲ୍ଲୀ,୭/୦୬: ୟୁକ୍ରେନ୍ ଉପରେ ଋଷର ସବୁଠୁ ବଡ଼ ଆଟାକ୍ । ଅପରେସନ୍‌ ସ୍ପାଇଡରଓ୍ୱେବ୍‌ର ଜବାବ ମିସାଇଲରେ ଦେଇଛି  ଋଷିଆ।  ୟୁକ୍ରେନର ପ୍ରାୟ ସମସ୍ତ ପ୍ରମୁଖ ଅଞ୍ଚଳ ଉପରେ ୪୦୦ରୁ ଅଧିକ ଡ୍ରୋନ୍ ଏବଂ ୪୦ରୁ ଅଧିକ ମିସାଇଲ ମାଡ଼ କରିଛି ଋଷ  । ଯେଉଁଥିରେ ଅତିକମରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି।

ୟୁକ୍ରେନର ରାଷ୍ଟ୍ରପତି ଜେଲେନ୍ସକି  ଏନେଇ ସୋସିଆଲ ମିଡ଼ିଆ ଏକ୍ସରେ ସୂଚନା ଦେଇ କହିଛନ୍ତି ଯେ,    ‘ଆଜି ଆମ ଦେଶର ବିଭିନ୍ନ ଅଞ୍ଚଳ ଏବଂ ସହରଗୁଡ଼ିକରେ ଦିନସାରା ଉଦ୍ଧାର ଏବଂ ଜରୁରୀକାଳୀନ କାର୍ଯ୍ୟ ଜାରି ରହିଛି । ଋଷ ଦ୍ୱାରା ୪୦୦ରୁ ଅଧିକ ଡ୍ରୋନ୍, ୪୦ରୁ ଅଧିକ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଛି । ଏଥିରେ ୮୦ ଜଣ ଆହତ ହୋଇଛନ୍ତି ଏବଂ କିଛି ଏବେ ବି ଭଗ୍ନାବଶେଷ ତଳେ ଥାଇପାରନ୍ତି’ । ସେ ଆହୁରି କହିଛନ୍ତି ‘ଦୁର୍ଭାଗ୍ୟବଶତଃ, ବିଶ୍ୱର କେହି ବି ଏପରି ଆକ୍ରମଣକୁ ନିନ୍ଦା କରନ୍ତିନି। ପୁଟିନ୍ ଏହାର ସୁଯୋଗ ନିଅନ୍ତି। ସେ ଯୁଦ୍ଧ ଜାରି ରଖିବା ପାଇଁ ନିଜକୁ ସମୟ ଦେଉଛନ୍ତି’ ।  ୟୁକ୍ରେନୀୟ ରାଜ୍ୟ ଜରୁରୀକାଳୀନ ସେବାର ସୂଚନା ଅନୁଯାୟୀ, କିଭରେ ୩ ଜଣ ଅଗ୍ନିଶମ କର୍ମଚାରୀ, ଲୁସ୍କରେ ଦୁଇଜଣ ସାଧାରଣ ନାଗରିକ ଏବଂ ଚେର୍ନିହିଭରେ ଆଉ ଜଣେ ବ୍ୟକ୍ତି ନିହତ ହୋଇଛନ୍ତି । ମୋଟାମୋଟି ଅତିକମରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି।

ସେପଟେ ଆକ୍ରମଣ ପରେ,ତେବେ ଆକ୍ରମଣକୁ ନେଇ ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଏହା କିଭ୍‌ର ‘ଆତଙ୍କବାଦୀ କାମ’ର ଜବାବରେ ଥିଲା । ଋଷ ଗତ ସପ୍ତାହରେ ୟୁକ୍ରେନ୍‌ କରିଥିବା ଅପରେସନ୍ ସ୍ପାଇଡରଓ୍ୱେବ୍‌କୁ ଉଲ୍ଲେଖ କରିଛି । ଯେଉଁଥିରେ ରୁଷର ଏକ ତୃତୀୟାଂଶ କ୍ରୁଜ୍ ମିସାଇଲ୍ ବାହକଙ୍କୁ ୟୁକ୍ରେନ୍‌ ସେନା ଟାର୍ଗେଟ କରିଥିଲା । ଋଷର ଏହି ସାମରିକ ଆକ୍ରମଣ ୩ ବର୍ଷ ଧରି ଚାଲିଥିବା ଯୁଦ୍ଧରେ ୟୁକ୍ରେନ୍ ଉପରେ ହୋଇଥିବା ସବୁଠାରୁ ବଡ଼ ଆକ୍ରମଣ। ଏଥିରେ ପୁରା ୟୁକ୍ରେନ୍‌କୁ ଟାର୍ଗେଟ କରାଯାଇଥିଲା । ଯେଉଁଥିରେ କିଭ୍, ଲ୍ଭିଭ୍ ଏବଂ ସୁମି ସମେତ ୯ଟି ଅଞ୍ଚଳ ପ୍ରଭାବିତ ହୋଇଥିଲା।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.