ପ୍ରମୂଖ ଖବର
  • କଟକ : ଶୈଳବାଳା ମହିଳା ମହାବିଦ୍ୟାଳୟରେ ଅଘଟଣ , ନିର୍ମାଣାଧୀନ କୋଠାରୁ ପଡି ଶ୍ରମିକ ମୃତ
  • ||
  • କଟକ : ମାହାଙ୍ଗା ବ୍ଲକ ଖନ୍ଦୋଳ ଗ୍ରାମରେ ବନ୍ଦ ଘରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣା; KSCA ସମ୍ପାଦକ ଏ. ଶଙ୍କର ଓ କୋଷାଧ୍ୟକ୍ଷ ଏଇ ଜୟରାମଙ୍କ ଇସ୍ତଫା
  • ||
  • ମିଠି ନଦୀ ଦୁର୍ନୀତି ମାମଲା: ଅଭିନେତା ଡିନୋ ମୋରିଆଙ୍କୁ ଇଡି ସମନ୍
  • ||
  • ସରଣ୍ଡା ଜଙ୍ଗଲରୁ ୧ କୁଇଣ୍ଟାଲ ବିସ୍ଫୋରକ ଜବତ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଫୁଲବାଣୀ : ଫୁଲବାଣୀ ମେଡିକାଲ କଲେଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଚଳିତ ଶିକ୍ଷା ବର୍ଷରୁ ଆରମ୍ଭ ହେବ ପାଠପଢା
  • ||
  • French Open 2025: 'ବୋଧ ହୁଏ ଏହା ମୋର ଶେଷ ମ୍ୟାଚ ଥିଲା', ଫ୍ରେଞ୍ଚ ଓପନ୍ ହାରିବା ପରେ ଅବସର ନେଲେ କି ନୋଭାକ ?
  • ||
  • ଭଦ୍ରକ : ଜାତିଆଣ ବିବାଦରୁ କଙ୍ଗାରୁ କୋର୍ଟ, ଗାଁରୁ ନିଆଁପାଣି ବନ୍ଦ ଚିନ୍ତାରେ ଚାଲିଗଲା ଜୀବନ !
  • ||
  • ବରଗଡ଼ ପଞ୍ଚାୟତ କଲେଜ ପଛପଟୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଚାନ୍ଦବାଲି : ରୋଗୀଙ୍କ ମୁହଁରୁ ଅକ୍ସିଜେନ କାଢିନେବାରୁ ମୃତ୍ୟୁ ଅଭିଯୋଗ, ଚାନ୍ଦବାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା
  • ||
  • ଶନିବାର ମୁଖ୍ୟମନ୍ତ୍ରୀଙ୍କ ଫୁଲବାଣୀ ଗସ୍ତ : ୪୨ ପ୍ରକଳ୍ପର ଉଦ୍‌ଘାଟନ ସହ ୬୫ ନୂଆ ପ୍ରକଳ୍ପର କରିବେ ଶିଳାନ୍ୟାସ
  • ||
  • 'ଅପରେସନ୍ ସିନ୍ଦୂର ପାକ୍ ସହ ଡିଲ ଥିଲା'; ଟିଏମ୍‌ସି ବିଧାୟକଙ୍କ ବୟାନକୁ ନେଇ ବିବାଦ, ଦୂରରେ ରହିଲା ଦଳ
  • ||
  • ଯୋଗେଶ ଗୌଡ଼ା ହତ୍ୟା ମାମଲା; କଂଗ୍ରେସ ବିଧାୟକ ବିନୟ କୁଲକର୍ଣ୍ଣିଙ୍କୁ ସୁପ୍ରିମ ଝଟକା, ଜାମିନ ଆବେଦନ ଖାରଜ
  • ||
  • କଟକ : ରାସ୍ତାରେ ପଡ଼ିଛି ମାନସିକ ବିକାରଗ୍ରସ୍ତ ମହିଳାଙ୍କ ମୃତଦେହ, ଅଜଣା ଗାଡ଼ି ଧକ୍କା ଦେଇଥିବା ସନ୍ଦେହ
  • ||
  • ଇଂଲଣ୍ଡରେ କେଏଲ ରାହୁଲଙ୍କ ବିସ୍ଫୋରକ ଶତକ, ଭାରତ ଏ'- ୩୧୯/୭
  • ||
  • କଟକ : ହୋଟେଲ ଭିତରକୁ ମାଡିଗଲା ଟ୍ରେଲର, ଜଣେ ମୃତ
  • ||
  • ଦେବଗଡ଼ : ଅଜଣା ଗାଡ଼ି ଧକ୍କାରେ ଚାଷୀ ସହ ବଳଦ ମୃତ
  • ||
  • ଆହୁରି ୫ ଦିନ ଅସହ୍ୟ ଗୁଳୁଗୁଳି, ଉପକୂଳବର୍ତ୍ତୀ ୧୧ ଜିଲ୍ଲାରେ କଲବଲ କରିବ ତାତି, ୧୦ ଯାଏ ନିସ୍ତାର ନାହିଁ
  • ||

ବୈଜ୍ଞାନିକଙ୍କ ଚମତ୍କାର ଆବିଷ୍କାର, ପାଣିରୁ ବାହାରବ ହାଇଡ୍ରୋଜେନ୍ ଇନ୍ଧନ

Published By : Swapna Ray | June 7, 2025 3:45 PM

ନୂଆଦିଲ୍ଲୀ, ୭।୬: ନିକଟରେ ବୈଜ୍ଞାନିକ ଏକ ଚମତ୍କାର ଆବିଷ୍କାର କରିଛନ୍ତି । ନୂତନ ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ ପାଣିରୁ ହାଇଡ୍ରୋଜେନ୍ ଇନ୍ଧନ ବାହାର କରାଯିବ । ଲୁଣ ଅପସାରଣ ବା ବାହାର ନକରି ସିଧାସଳଖ ଉତ୍ପାଦନ ହେବ ହାଇଡ୍ରୋଜେନ୍ । ସଂଯୁକ୍ତ ଆରବ ଏମିରାତର ଶାରଜାହା ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏଭଳି ଅନନ୍ୟ ପ୍ରଯୁକ୍ତିବିଦ୍ୟା ବିକଶିତ କରିଛନ୍ତି । ଏବେ ସିଧାସଳଖ ସମୁଦ୍ର ପାଣିରୁ ସ୍ୱଚ୍ଛ ହାଇଡ୍ରୋଜେନ୍ ଇନ୍ଧନ ବାହାର କରିହେବ । କୌଣସି ରାସାୟନିକ ପଦାର୍ଥ କିମ୍ବା ମହଙ୍ଗା ଡିସାଲିନେସନ୍ (ଲୁଣ ବାହାର କରି) ପ୍ରକ୍ରିୟା ବିନା ଏହା ସମ୍ଭବ ହେବ । ଏହି ପ୍ରଯୁକ୍ତିବିଦ୍ୟା ଖଣିଜ ଲବଣ ଅପସାରଣ ନକରି ସମୁଦ୍ରର ଲୁଣିଆ ପାଣିରୁ ଶିଳ୍ପ ସ୍ତରରେ ହାଇଡ୍ରୋଜେନ୍ ଉତ୍ପାଦନ ସମ୍ଭବ କରିଥାଏ । 

ସାଧାରଣତଃ, ହାଇଡ୍ରୋଜେନ୍ ତିଆରି କରିବା ପାଇଁ ବିଶୁଦ୍ଧ ପାଣି ଆବଶ୍ୟକ, ଯାହା ଅନେକ ଦେଶରେ ଉପଲବ୍ଧ ନୁହେଁ, କିନ୍ତୁ ଏହି ନୂତନ ଆବିଷ୍କାର ସେହି ଆବଶ୍ୟକତାକୁ ଦୂର କରିଛି । ଏହି ଗବେଷଣାର ପ୍ରମୁଖ ବୈଜ୍ଞାନିକ ଡକ୍ଟର ତନବୀର ଉଲ୍ ହଙ୍କଙ୍କ ଅନୁଯାୟୀ, ଦଳ ଏକ ବହୁସ୍ତରୀୟ ଇଲେକ୍ଟ୍ରୋଡ୍ ପ୍ରସ୍ତୁତ କରିଛି, ଯାହା ସମୁଦ୍ର ପାଣିରେ କ୍ଲୋରାଇଡ୍ ଆୟନ ଦ୍ୱାରା ହେଉଥିବା କ୍ଷୟ ଏବଂ ଅବକ୍ଷୟରୁ ନିଜକୁ ରକ୍ଷା କରେ । ଏହି ଇଲେକ୍ଟ୍ରୋଡ୍ ଏକ ସୂକ୍ଷ୍ମ-ପରିବେଶ ସୃଷ୍ଟି କରେ ଯାହା ହାଇଡ୍ରୋଜେନ୍ ଉତ୍ପାଦନକୁ ତ୍ୱରାନ୍ୱିତ କରେ ଏବଂ ଡିଭାଇସକୁ ଦୀର୍ଘ ସମୟ ପାଇଁ ସ୍ଥାୟୀ କରିଥାଏ ବା ଠିକ ରଖିଥାଏ । ଏହି ସିଷ୍ଟମରେ କୌଣସି ରାସାୟନିକ ପଦାର୍ଥ ବ୍ୟବହାର କରାଯିବ ନାହିଁ ଏବଂ ଏହା କୌଣସି କାର୍ଯ୍ୟଦକ୍ଷତା କ୍ଷତି ବିନା ୩୦୦ ଘଣ୍ଟା ପର୍ଯ୍ୟନ୍ତ କାମ କରେ ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.