ପ୍ରମୂଖ ଖବର
  • କ୍ରିକେଟର ସବୁ ଫର୍ମାଟକୁ ବାଏ ବାଏ କହିଲେ ପିୟୂଷ ଚାୱଲା
  • ||
  • ଭୁବନେଶ୍ୱର ରେଳ ଭବନ ଠାରେ ଆୟୋଜିତ ନିଯୁକ୍ତି ମେଳାରେ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଅଗଷ୍ଟ ୩ରେ NEET PG, ନୂଆ ତାରିଖ ନେଇ NBEକୁ ସମୟ ଦେଲେ ସୁପ୍ରିମକୋର୍ଟ
  • ||
  • ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ସବୁ ଋତୁରେ ସହଜ ହେବ ଜମ୍ମୁରୁ ଶ୍ରୀନଗର ଯାତ୍ରା
  • ||
  • RBIର ବଡ଼ ଉପହାର; ଶସ୍ତା ହେବ ଘର-ଗାଡି EMI ,୦.୫୦% କମିଲା ରେପୋ ରେଟ୍
  • ||
  • ବ୍ରହ୍ମପୁର: ବଡ଼ବଜାରର ଥାନା ହରିଡ଼ାଖଣ୍ଡି ପୋଖରୀରୁ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଅନୁଗୁଳ: ଜନ୍ତୁ ଶିକାର ବେଳେ ମାଡି ବସିଲା ବନ ବିଭାଗ, ଜଣେ ଗିରଫ, ୩ କିଲୋ ଜିଆଇ ତାର ଜବତ
  • ||
  • ବାରଙ୍ଗ ଷଣ୍ଢପୁର ନିକଟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ରାସ୍ତାରେ ଏକ ଟ୍ରକ୍ ସହ ଧକ୍କା
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ବଡ଼ ଆକ୍ସନ, ଏୟାରପୋର୍ଟରୁ RCB ମାର୍କେଟିଂ ହେଡ୍ ଗିରଫ
  • ||
  • ଅଦିନିଆ ବର୍ଷା କ୍ଷୟକ୍ଷତି ଦାବିରେ ରାସ୍ତା ଅବରୋଧ, କୃଷକ ସଂଗଠନର ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ୯ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲରେ କରିବାକୁ ପଡ଼ିବ ପଞ୍ଜୀକରଣ
  • ||
  • ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ, ଶୁଭମନଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍, ବୁମରା ଖେଳିବେ ୩ଟି ଟେଷ୍ଟ
  • ||
  • ବଡ଼ଦେଉଳରେ ରୁକ୍ମିଣୀ ହରଣ ଏକାଦଶୀ ନୀତି, ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ଟା ଦର୍ଶନ କଟକଣା
  • ||
  • ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଢିଲା ଟ୍ରମ୍ପ-ମସ୍କ କଳି ; ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାହାନ୍ତି ମସ୍କ, କହିଲେ ଜେଡି ଭାନ୍ସଙ୍କୁ ମିଳୁ ରାଷ୍ଟ୍ରପତି ପଦ
  • ||
  • ଜୁନ୍‌ ୧୨ ଆଗରୁ ଫେରିବନି ମୌସୁମୀ : ଆଗକୁ ଆହୁରି ସିଝାଇବ, ଛଟପଟ କରିବ ତାତି, ଲଘୁଚାପ ହିଁଁ ଭରସା
  • ||

ପ୍ରତି ୫ ଦିନରେ ଗୋଟିଏ ପରମାଣୁ ବୋମା ତିଆରି କରୁଛି ଚୀନ୍‌, ଜିନପିଙ୍ଗଙ୍କ ପୋଲ୍‌ ଖୋଲିଲା ଏହି ରିପୋର୍ଟ

Published By : Tapas Panda | June 5, 2025 6:59 PM

Image Courtesy: nikkei.com

ନୂଆଦିଲ୍ଲୀ: ଚୀନ୍ ପ୍ରତି ୫ ଦିନରେ ଗୋଟିଏ ପରମାଣୁ ଅସ୍ତ୍ର ତିଆରି କରୁଛି। ଏକ ଜାପାନୀ ଥିଙ୍କ୍ ଟ୍ୟାଙ୍କ୍ ରିପୋର୍ଟରେ ଏହା ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁଯାୟୀ, ଗତ ୫ ବର୍ଷ ମଧ୍ୟରେ ଚୀନ୍ ଗୁପ୍ତ ଭାବରେ ୩୬୦ଟି ପରମାଣୁ ଅସ୍ତ୍ର ତିଆରି କରିଛି । ଏହା ସହ ଚୀନ୍ର ପରମାଣୁ ଅସ୍ତ୍ର ସଂଖ୍ୟା ୬୦୦ ଅତିକ୍ରମ କରିଛି। ବିଶ୍ୱର ବିଭିନ୍ନ ଦେଶ ସେମାନଙ୍କର ପରମାଣୁ ଶକ୍ତି ବୃଦ୍ଧି କରିବାରେ ଲାଗିପଡ଼ିଛନ୍ତି। ଇରାନ ଏକ ନୂତନ ପରମାଣୁ ଶକ୍ତି ହେବାକୁ ପ୍ରସ୍ତୁତ ଥିବା ବେଳେ, ପୂର୍ବରୁ ପରମାଣୁ ଶକ୍ତି ସମ୍ପନ୍ନ ଦେଶଗୁଡ଼ିକ ଦିନକୁ ଦିନ ସେମାନଙ୍କର ପରମାଣୁ ଭଣ୍ଡାର ବୃଦ୍ଧି କରୁଛନ୍ତି ବୋଲି ରିପୋର୍ଟରେ ଦାର୍ଶାଯାଇଛି । 

ଏକ ଜାପାନୀ ଥିଙ୍କ ଟ୍ୟାଙ୍କର ଆକଳନ ଅନୁଯାୟୀ, ଗତ ବର୍ଷ ତୁଳନାରେ ନଅଟି ଦେଶର ପ୍ରସ୍ତୁତ ପରମାଣୁ ଅସ୍ତ୍ରଶସ୍ତ୍ର ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇ ୯,୬୦୦ ରୁ ଅଧିକ ହୋଇଛି। ରୁଷ, ଆମେରିକା ଏବଂ ଚୀନ୍ ଦ୍ରୁତ ଗତିରେ ସେମାନଙ୍କର ପରମାଣୁ ଶକ୍ତି ବୃଦ୍ଧି କରୁଛନ୍ତି ଏବଂ ପରମାଣୁ ଅସ୍ତ୍ରର ପରିମାଣ ଦୃଷ୍ଟିରୁ ବିଶ୍ୱର ତିନୋଟି ବୃହତ୍ତମ ଦେଶରେ ପରିଣତ ହୋଇଛନ୍ତି । 

ମାନବ ଇତିହାସରେ ପ୍ରଥମ ପରମାଣୁ ଅସ୍ତ୍ର ବ୍ୟବହାରକୁ ଏହି ବର୍ଷ ୮୦ ବର୍ଷ ପୂରଣ ହେଉଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଏପରି ବିନାଶକାରୀ ଅସ୍ତ୍ର ଅନ୍ୟ କୌଣସି ଦେଶ ବିରୁଦ୍ଧରେ ବ୍ୟବହାର କରାଯାଇ ନାହିଁ । କିନ୍ତୁ ଦକ୍ଷିଣ ଏସିଆର ଦୁଇ ପରମାଣୁ ପ୍ରତିଦ୍ୱନ୍ଦ୍ୱୀ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ବଢ଼ିଛି । ଗତ ମାସରେ ଦୁଇ ଦେଶ ମଧ୍ୟରେ ବଢ଼ିଥିବା ଉତ୍ତେଜନା ଲାଗି ପରମାଣୁ ଆକ୍ରମଣ ଆଶଙ୍କା ବି ବଢ଼ିଥିଲା । ତେବେ ପରମାଣୁ ଅସ୍ତ୍ରଶସ୍ତ୍ର ସମ୍ପନ୍ନ ଦେଶଗୁଡ଼ିକ ନିଜର ପରମାଣୁ ଭଣ୍ଡାର ବୃଦ୍ଧି କରୁଥିବାରୁ ବିପଦ ବଢ଼ିବାରେ ଲାଗିଛି । ଚୀନ୍ ସବୁଠାରୁ ଦ୍ରୁତ ଗତିରେ ତାର ଅସ୍ତ୍ରଶସ୍ତ୍ର ବୃଦ୍ଧି କରିଛି । ବର୍ତ୍ତମାନ ରୁଷ ପାଖରେ ସର୍ବାଧିକ ୪,୩୧୦ଟି ପରମାଣୁ ଅସ୍ତ୍ରା ରହିଛି, ଯାହା ୨୦୧୮ ତୁଳନାରେ ୦.୮ ପ୍ରତିଶତ ହ୍ରାସ ପାଇଛି । 

ସେହିଭଳି ଆମେରିକା ପାଖରେ ୩,୭୦୦ ପରମାଣୁ ଅସ୍ତ୍ର ଥିଲା । ଚୀନର ଅସ୍ତ୍ରାଗାର ୧୫୦ ପ୍ରତିଶତ ବୃଦ୍ଧି ପାଇଛି। ସମସ୍ତ ପରମାଣୁ ଅସ୍ତ୍ରଶସ୍ତ୍ର ସମ୍ପନ୍ନ ଦେଶମାନଙ୍କ ମଧ୍ୟରେ, ଚୀନ୍ ତା'ର ଅସ୍ତ୍ରଶସ୍ତ୍ର ସଂଖ୍ୟା ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି କରିଛି । ମାତ୍ର ୫ ବର୍ଷ ମଧ୍ୟରେ ତା'ର ଅସ୍ତ୍ରାଗାରରେ ୩୬୦ଟି ନୂତନ ପରମାଣୁ ଅସ୍ତ୍ର ଯୋଡିଛି। ଚୀନ୍ ଏପରି କରିବା ଭାରତ ପାଇଁ ଏକ ବଡ଼ ବିପଦ । କାରଣ ଦୁଇ ଦେଶ ମଧ୍ୟରେ ସୀମା ବିବାଦ ଲାଗି ରହିଛି । ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଦେଶରେ ପରମାଣୁ ଶକ୍ତି ନିର୍ମାଣକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । 

ରୁଷ, ଆମେରିକା ଏବଂ ଚୀନ୍ ବ୍ୟତୀତ ଫ୍ରାନ୍ସ, ୟୁକେ, ଇସ୍ରାଏଲ, ଭାରତ, ପାକିସ୍ତାନ ଏବଂ ଉତ୍ତର କୋରିଆ ପାଖରେ ପରମାଣୁ ଅସ୍ତ୍ର ରହିଛି । ଖବର ଅନୁସାରେ, ଉତ୍ତର କୋରିଆ ମଧ୍ୟ ଏହି ଅସ୍ତ୍ରଗୁଡ଼ିକୁ ଦ୍ରୁତ ଗତିରେ ବୃଦ୍ଧି କରୁଛି । ଏହାକୁ ନେଇ ଆମେରିକା ସମେତ ୟୁରୋପର ଅନେକ ଦେଶ ଚିନ୍ତିତ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.