ପ୍ରମୂଖ ଖବର
  • କ୍ରିକେଟର ସବୁ ଫର୍ମାଟକୁ ବାଏ ବାଏ କହିଲେ ପିୟୂଷ ଚାୱଲା
  • ||
  • ଭୁବନେଶ୍ୱର ରେଳ ଭବନ ଠାରେ ଆୟୋଜିତ ନିଯୁକ୍ତି ମେଳାରେ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଅଗଷ୍ଟ ୩ରେ NEET PG, ନୂଆ ତାରିଖ ନେଇ NBEକୁ ସମୟ ଦେଲେ ସୁପ୍ରିମକୋର୍ଟ
  • ||
  • ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ସବୁ ଋତୁରେ ସହଜ ହେବ ଜମ୍ମୁରୁ ଶ୍ରୀନଗର ଯାତ୍ରା
  • ||
  • RBIର ବଡ଼ ଉପହାର; ଶସ୍ତା ହେବ ଘର-ଗାଡି EMI ,୦.୫୦% କମିଲା ରେପୋ ରେଟ୍
  • ||
  • ବ୍ରହ୍ମପୁର: ବଡ଼ବଜାରର ଥାନା ହରିଡ଼ାଖଣ୍ଡି ପୋଖରୀରୁ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଅନୁଗୁଳ: ଜନ୍ତୁ ଶିକାର ବେଳେ ମାଡି ବସିଲା ବନ ବିଭାଗ, ଜଣେ ଗିରଫ, ୩ କିଲୋ ଜିଆଇ ତାର ଜବତ
  • ||
  • ବାରଙ୍ଗ ଷଣ୍ଢପୁର ନିକଟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ରାସ୍ତାରେ ଏକ ଟ୍ରକ୍ ସହ ଧକ୍କା
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ବଡ଼ ଆକ୍ସନ, ଏୟାରପୋର୍ଟରୁ RCB ମାର୍କେଟିଂ ହେଡ୍ ଗିରଫ
  • ||
  • ଅଦିନିଆ ବର୍ଷା କ୍ଷୟକ୍ଷତି ଦାବିରେ ରାସ୍ତା ଅବରୋଧ, କୃଷକ ସଂଗଠନର ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ୯ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲରେ କରିବାକୁ ପଡ଼ିବ ପଞ୍ଜୀକରଣ
  • ||
  • ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ, ଶୁଭମନଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍, ବୁମରା ଖେଳିବେ ୩ଟି ଟେଷ୍ଟ
  • ||
  • ବଡ଼ଦେଉଳରେ ରୁକ୍ମିଣୀ ହରଣ ଏକାଦଶୀ ନୀତି, ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ଟା ଦର୍ଶନ କଟକଣା
  • ||
  • ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଢିଲା ଟ୍ରମ୍ପ-ମସ୍କ କଳି ; ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାହାନ୍ତି ମସ୍କ, କହିଲେ ଜେଡି ଭାନ୍ସଙ୍କୁ ମିଳୁ ରାଷ୍ଟ୍ରପତି ପଦ
  • ||
  • ଜୁନ୍‌ ୧୨ ଆଗରୁ ଫେରିବନି ମୌସୁମୀ : ଆଗକୁ ଆହୁରି ସିଝାଇବ, ଛଟପଟ କରିବ ତାତି, ଲଘୁଚାପ ହିଁଁ ଭରସା
  • ||

ୟୁକ୍ରେନ୍‌ ଓ ଇରାନ୍‌ ପ୍ରସଙ୍ଗକୁ ନେଇ ଫୋନ୍‌ରେ କଥା ହେଲେ ଟ୍ରମ୍ପ୍‌- ପୁଟିନ୍‌, ୟୁକ୍ରେନ୍‌କୁ ଜବାବ ଦିଆଯିବ କହିଲେ ରୁଷ ରାଷ୍ଟ୍ରପତି

Published By : Prameya | June 5, 2025 11:48 AM

ୱାଶିଂଟନ ଡିସି,୦୫/୦୬:  ଆମେରିକା ରାଷ୍ଟ୍ରପତି  ଡୋନାଲ୍ଡ ଟ୍ରମ୍ପ୍‌ ବୁଧବାର ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ  ସହ ୟୁକ୍ରେନ୍‌ ଓ ଇରାନ୍‌ ପ୍ରସଙ୍ଗରେ ପ୍ରାୟ ୭୫ ମିନିଟ୍‌ ଧରି  ଫୋନ୍‌ରେ କଥା ହୋଇଛନ୍ତି । ଟ୍ରମ୍ପ୍‌ ସୋସିଆଲ ମିଡିଆରେ ଏ  ନେଇ ସୂଚନା ଦେଇଛନ୍ତି ।

ତେବେ ଉଭୟ ନେତାଙ୍କ ମଧ୍ୟରେ  ଗଠନମୂଳକ ଆଲୋଚନା ହୋଇଛି ସତ । କିନ୍ତୁ ତତ୍କାଳ ଶାନ୍ତି ପ୍ରତିଷ୍ଠା ନେଇ ଆଲୋଚନା ହୋଇନାହିଁ । ଚର୍ଚ୍ଚା ବେଳେ ପୁଟିନ୍‌ ସିଧାସଳଖ ଭାବେ ୟୁକ୍ରେନ୍‌ ଉପରେ ପ୍ରତିଶୋଧ ନେବା  କଥା କହିଥିଲେ । କିଛିଦିନ ତଳେ ରୁଷ୍‌ ଉପରେ ୟୁକ୍ରେନ୍‌ ସାଙ୍ଘାତିକ ଡ୍ରୋନ୍‌ ଆକ୍ରମଣ କରିଥିଲା । ଏଥିରେ ରୁଷ୍‌ର  ୪୧ଟି ବିମାନ ଧ୍ୱଂସ ହୋଇଯାଇଥିଲା । ତେଣୁ ୟୁକ୍ରେନ୍‌କୁ  ଏହାର ଜବାବ ଦିଆଯିବା ନେଇ ଟ୍ରମ୍ପ୍‌ଙ୍କୁ ସିଧାସଳଖ ଭାବେ  କହିଛନ୍ତି ପୁଟିନ୍‌ । ଏ କଥା ଟ୍ରମ୍ପ୍‌ ସୋସିଆଲ ମିଡିଆରେ  କହିଛନ୍ତି । 

ଟ୍ରମ୍ପ୍‌ କହିଛନ୍ତି, ମୁଁ ପୁଟିନ୍‌ଙ୍କ ସହ ଇରାନର ପରମାଣୁ କାର୍ଯ୍ୟକ୍ରମ ବାବଦରେ ବି କଥା ହୋଇଛି । ଏହି  କାର୍ଯ୍ୟକ୍ରମକୁ ତୁରନ୍ତ ରୋକାଯିବା ଉଚିତ ବୋଲି ମୁଁ ତାଙ୍କୁ  କହିଥିଲି । ଏ ନେଇ ଇରାନ ସହ ରୁଷ୍‌ ଆଲୋଚନା କରିବ  ବୋଲି ପୁଟିନ୍‌ ପ୍ରତିଶ୍ରୁତି ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.