ପ୍ରମୂଖ ଖବର
  • ଆହୁରି ୫ ଦିନ ଅସହ୍ୟ ଗୁଳୁଗୁଳି, ଉପକୂଳବର୍ତ୍ତୀ ୧୧ ଜିଲ୍ଲାରେ କଲବଲ କରିବ ତାତି, ୧୦ ଯାଏ ନିସ୍ତାର ନାହିଁ
  • ||

ଦୁଇ ଦିନ ଘୁଞ୍ଚିଲା ‘ଆକ୍ସିଓମ୍‌-୪’ ମିଶନ,ପାଣିପାଗରେ ପରିବର୍ତ୍ତନ ବିଳମ୍ବର କାରଣ ବୋଲି ନାସାର ସୂଚନା

Published By : Prameya | June 5, 2025 8:51 AM

ନୂଆଦିଲ୍ଲୀ,୦୫/୦୬: ଆକ୍ସିଓମ୍‌-୪ ମିଶନ୍‌ ଦୁଇ ଦିନ ଆଗକୁ ଘୁଞ୍ଚିଛି । ଆସନ୍ତା ୧୦ ତାରିଖ ସନ୍ଧ୍ୟା  ୫.୫୨ରେ ଏହି ମିଶନ୍‌ ଲଞ୍ଚ୍‌ ହେବ ବୋଲି ଆକ୍ସିଓମ୍‌ ସ୍ପେସ୍‌ ଘୋଷଣା କରିଛି । ଏହାକୁ ମିଶାଇ ୩ୟ ଥର ମିଶନ ଘୁଞ୍ଚିଛି । ମିଶନ ଲଞ୍ଚ୍‌ ପୂର୍ବରୁ ଯାନର ପରିବହନ ଓ  ଚୂଡ଼ାନ୍ତ ପ୍ରକ୍ରିୟା ସମ୍ପନ୍ନ କରିବା ସମୟରେ ପାଣିପାଗରେ  ପରିବର୍ତ୍ତନ ବିଳମ୍ବର କାରଣ ବୋଲି ନାସା ସ୍ପଷ୍ଟ କରିଛି ।  

ଆକ୍ସିଓମ୍‌ ମିଶନରେ ମହାକାଶ କେନ୍ଦ୍ର ଯାଉଛନ୍ତି ଭାରତୀୟ ଗ୍ରୁପ୍‌ କ୍ୟାପ୍ଟେନ୍‌ ଶୁଭାଂଶୁ ଶୁକ୍ଲା । ଫ୍ଲୋରିଡାର କେନେଡି ସ୍ପେସ୍‌ ସେଣ୍ଟର୍‌ରେ ମିଶନର ପ୍ରି-ଲଞ୍ଚ୍‌ କ୍ୱାରେଣ୍ଟିନ୍‌ରେ ସେ  ଉପସ୍ଥିତ ଥିଲେ ।ମିଶନ୍‌ ବିଷୟରେ ସେ କହିଛନ୍ତି, ଗତ  ୧ ବର୍ଷ ହେଲା ମୁଁ ଏଥିପାଇଁ କଠିନ ତାଲିମ ନେଉଛି ।  ଏହାର ସଫଳତା ଉପରେ ମୋର ପୂର୍ଣ୍ଣ ଭରସା ଅଛି ।  ମିଶନ୍‌ର ଭିନ୍ନ ଭିନ୍ନ ଦିଗର ଅନୁଭବ ଆମେ ହାସଲ  କରିଛୁ । ଏଥିପାଇଁ ତଥ୍ୟାତ୍ମକ ଅଧ୍ୟୟନ, ସିମୁଲେଟର  ଟ୍ରେନିଂ ଓ ପାଣିତଳେ ଜୀବିତ ରହିବା ଓ ଆପାତକାଳରୁ  ବାହାରିବାର ବିଭିନ୍ନ ପ୍ରୋଟୋକଲ୍‌ ଆମେ ଶିଖୁଛୁ । ଗତ  କିଛି ମାସ ହେଲା ଏହିସବୁ କାର୍ଯ୍ୟକଳାପର ଅଭ୍ୟାସ  ବାରମ୍ବାର କରାଯାଉଛି । ମିଶନ୍‌କୁ ସଫଳ କରିବା ପାଇଁ  କେବଳ ନିଜ ସାମର୍ଥ୍ୟରେ ନୁହେଁ, ମୋ ଟିମ୍‌ର ସାମର୍ଥ୍ୟ ଉପରେ ମୋର ପୂରା ଭରସା ଅଛି ।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.