ପ୍ରମୂଖ ଖବର
  • RBIର ବଡ଼ ଉପହାର; ଶସ୍ତା ହେବ ଘର-ଗାଡି EMI ,୦.୫୦% କମିଲା ରେପୋ ରେଟ୍
  • ||
  • ବ୍ରହ୍ମପୁର: ବଡ଼ବଜାରର ଥାନା ହରିଡ଼ାଖଣ୍ଡି ପୋଖରୀରୁ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଅନୁଗୁଳ: ଜନ୍ତୁ ଶିକାର ବେଳେ ମାଡି ବସିଲା ବନ ବିଭାଗ, ଜଣେ ଗିରଫ, ୩ କିଲୋ ଜିଆଇ ତାର ଜବତ
  • ||
  • ବାରଙ୍ଗ ଷଣ୍ଢପୁର ନିକଟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ରାସ୍ତାରେ ଏକ ଟ୍ରକ୍ ସହ ଧକ୍କା
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ବଡ଼ ଆକ୍ସନ, ଏୟାରପୋର୍ଟରୁ RCB ମାର୍କେଟିଂ ହେଡ୍ ଗିରଫ
  • ||
  • ଅଦିନିଆ ବର୍ଷା କ୍ଷୟକ୍ଷତି ଦାବିରେ ରାସ୍ତା ଅବରୋଧ, କୃଷକ ସଂଗଠନର ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ୯ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲରେ କରିବାକୁ ପଡ଼ିବ ପଞ୍ଜୀକରଣ
  • ||
  • ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ, ଶୁଭମନଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍, ବୁମରା ଖେଳିବେ ୩ଟି ଟେଷ୍ଟ
  • ||
  • ବଡ଼ଦେଉଳରେ ରୁକ୍ମିଣୀ ହରଣ ଏକାଦଶୀ ନୀତି, ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ଟା ଦର୍ଶନ କଟକଣା
  • ||
  • ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଢିଲା ଟ୍ରମ୍ପ-ମସ୍କ କଳି ; ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାହାନ୍ତି ମସ୍କ, କହିଲେ ଜେଡି ଭାନ୍ସଙ୍କୁ ମିଳୁ ରାଷ୍ଟ୍ରପତି ପଦ
  • ||
  • ଜୁନ୍‌ ୧୨ ଆଗରୁ ଫେରିବନି ମୌସୁମୀ : ଆଗକୁ ଆହୁରି ସିଝାଇବ, ଛଟପଟ କରିବ ତାତି, ଲଘୁଚାପ ହିଁଁ ଭରସା
  • ||

ପୁଟିନଙ୍କୁ ଲାଗିପାରେ ଝଟକା, ନାଟୋ ବୈଠକରେ ଯୋଗ ଦେବାକୁ ଜେଲେନସ୍କିଙ୍କୁ ନିମନ୍ତ୍ରଣ

Published By : Tapas Panda | June 3, 2025 9:50 PM

Image Courtesy: france24

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ୟୁକ୍ରେନ୍‌ ଯୁଦ୍ଧର ତୀବ୍ରତା ବଢ଼ୁଛି ଏବଂ ଆଉ ଏକ ବିଶ୍ବଯୁଦ୍ଧର ଆଶଙ୍କା ସୃଷ୍ଟି କରିଛି । ଏବେ ଏହି ଯୁଦ୍ଧ ଭିନ୍ନ ମୋଡ ନେବାରେ ଲାଗିଛି । ତୁର୍କୀରେ ଦୁଇ ଦେଶର ପ୍ରତିନିଧି ଯୁଦ୍ଧ ବିରାମ ନେଇ ବାରମ୍ବାର ଆଲୋଚନା କରୁଥିଲେ ବି କିଛି ସୁଫଳ ମିଳିପାରୁନି । ଏହାରି ମଧ୍ୟରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ନାଟୋ ପକ୍ଷରୁ ଆୟୋଜିତ ଏକ ବୈଠକରେ ଯୋଗ ଦେବାକୁ ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କୁ ଆମନ୍ତ୍ରଣ କରାଯାଇଛି । ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ନାଟୋର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୈଠକ, ଲିଡର୍ସ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଏକ ଆନୁଷ୍ଠାନିକ ନିମନ୍ତ୍ରଣ ମିଳିଛି। ଏହି ଶିଖର ସମ୍ମିଳନୀ ଜୁନ୍ ୨୪-୨୫ରେ ନେଦରଲ୍ୟାଣ୍ଡସରେ ଅନୁଷ୍ଠିତ ହେବାକୁ ଯାଉଛି। 

 ଲିଥୁୟାନିଆର ରାଜଧାନୀ ଭିଲନିୟସରେ ଏକ ନାଟୋ କାର୍ଯ୍ୟକ୍ରମ ସମୟରେ ଜେଲେନସ୍କି ଏହି ନିମନ୍ତ୍ରଣ ସଂପର୍କରେ କହିଥିଲେ । ସେ କହିଥିଲେ ଯେ, ନାଟୋର ସେକ୍ରେଟାରୀ ଜେନେରାଲ ମାର୍କ ରୁଟ୍ ତାଙ୍କୁ ବ୍ୟକ୍ତିଗତ ଭାବରେ ଫୋନ୍ କରି ବୈଠକରେ ଯୋଗ ଦେବାକୁ କହିଛନ୍ତି। ଅନ୍ୟପଟେ ଆମେରିକୀୟ ଗଣମାଧ୍ୟମରେ ରିପୋର୍ଟ ଅନୁସାରେ, ୟୁକ୍ରେନ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ମିଳିବାକୁ ନେଇ ଆମେରିକା ବିଚଳିତ ହୋଇପଡ଼ିଛି । ନାଟୋ ବୈଠକରେ ୟୁକ୍ରେନ୍‌ ସାମିଲ ହେଲେ ପରିସ୍ଥିତି ବିଗିଡ଼ିପାରେ ବୋଲି ବିଶ୍ବାସ କରୁଛି ଆମେରିକା ।

 ୟୁକ୍ରେନ୍‌ରେ ନାଟୋରେ ସାମିଲ ହେବାକୁ ଦାବି କରିଆସିଛି । ଏହାକୁ ନେଇ ରୁଷ ଉତକ୍ଷିପ୍ତ ହୋଇଉଠିଛି ଏବଂ ଏକ ବଡ଼ ଯୁଦ୍ଧର ସୂତ୍ରପାତ ଘଟିଛି । ରୁଷ ଅନେକ ଥର କହିଛି ଯେ, ୟୁକ୍ରେନକୁ ନାଟୋରେ ସାମିଲ କରିବା ପ୍ରୟାସ ଏହି ଯୁଦ୍ଧର ସବୁଠାରୁ ବଡ଼ କାରଣ ମଧ୍ୟରୁ ଗୋଟିଏ। ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେଲେନସ୍କିଙ୍କୁ ନେଇ ଉତ୍ସାହିତ ନାହାଁନ୍ତି। ଏଭଳି ପରିସ୍ଥିତିରେ ଶିଖର ସମ୍ମିଳନୀରେ ଜେଲେନସ୍କିଙ୍କ ଉପସ୍ଥିତି ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶକୁ ପ୍ରଭାବିତ କରିପାରେ। 

ଫେବୃଆରୀ ୨୦୨୫ରେ, ଆମେରିକା ଗସ୍ତ ସମୟରେ ଟ୍ରମ୍ପ ଏବଂ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ସହ ଜେଲେନସ୍କିଙ୍କ ବିତର୍କ ହୋଇଥିଲା। ଶିଖର ସମ୍ମିଳନୀର ପ୍ରକୃତ ବିଷୟବସ୍ତୁ ଅଲଗା ରହିଛି । ଆମେରିକା ସମସ୍ତ ସଦସ୍ୟ ଦେଶଙ୍କୁ ସେମାନଙ୍କର ପ୍ରତିରକ୍ଷା ବଜେଟ ବୃଦ୍ଧି କରିବାକୁ ଦାବି କରୁଛି। ଏହି ଏଜେଣ୍ଡା ଯୋଗୁଁ, NATO ଏଥର କାର୍ଯ୍ୟକ୍ରମକୁ ବହୁତ ଛୋଟ ଏବଂ ସରଳ ରଖିଛି । ଏହା ଦ୍ଵାରା କୌଣସି ବିବାଦକୁ ଏଡ଼ାଇବା ସହଜ ହେବ ।  ଏବେ ଦେଖିବାକୁ ବାକି ରହିଲା ଯେ, ଏହି ବୈଠକ ଶାନ୍ତି ପାଇଁ ପଥ ପ୍ରଶସ୍ତ କରିବ ନା ବିବାଦକୁ ଆହୁରି ବଢ଼ାଇବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.