ପ୍ରମୂଖ ଖବର
  • ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ବଡ଼ ଆକ୍ସନ, ଏୟାରପୋର୍ଟରୁ RCB ମାର୍କେଟିଂ ହେଡ୍ ଗିରଫ
  • ||
  • ଅଦିନିଆ ବର୍ଷା କ୍ଷୟକ୍ଷତି ଦାବିରେ ରାସ୍ତା ଅବରୋଧ, କୃଷକ ସଂଗଠନର ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ୯ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲରେ କରିବାକୁ ପଡ଼ିବ ପଞ୍ଜୀକରଣ
  • ||
  • ଆଜି ଆସିବ ମୁଦ୍ରାନୀତି ବୈଠକ ଫଳାଫଳ, ସାଧାରଣ ଲୋକଙ୍କ ମିଳିପାରେ ଆଶ୍ୱସ୍ତି,ଶସ୍ତା ହୋଇପାରେ ଗୃହ, ଗାଡ଼ି ଋଣ
  • ||
  • ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ, ଶୁଭମନଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍, ବୁମରା ଖେଳିବେ ୩ଟି ଟେଷ୍ଟ
  • ||
  • ବଡ଼ଦେଉଳରେ ରୁକ୍ମିଣୀ ହରଣ ଏକାଦଶୀ ନୀତି, ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ଟା ଦର୍ଶନ କଟକଣା
  • ||
  • ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଢିଲା ଟ୍ରମ୍ପ-ମସ୍କ କଳି ; ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାହାନ୍ତି ମସ୍କ, କହିଲେ ଜେଡି ଭାନ୍ସଙ୍କୁ ମିଳୁ ରାଷ୍ଟ୍ରପତି ପଦ
  • ||
  • ଜୁନ୍‌ ୧୨ ଆଗରୁ ଫେରିବନି ମୌସୁମୀ : ଆଗକୁ ଆହୁରି ସିଝାଇବ, ଛଟପଟ କରିବ ତାତି, ଲଘୁଚାପ ହିଁଁ ଭରସା
  • ||

ଆମେରିକାରେ କୃଷି ଆତଙ୍କବାଦ ଖେଳାଉଛି ଡ୍ରାଗନ୍ ! ସାଙ୍ଘାତିକ 'ବାୟୋ ଅସ୍ତ୍ର' ସହ ଧରାପଡ଼ିଲେ ଚୀନ୍ ନାଗରିକ

Published By : Rasmita Pradhan | June 4, 2025 11:20 AM

ନୂଆଦିଲ୍ଲୀ, ୦୪/୦୬ : ଚୀନ୍‌ର ସାଙ୍ଘାତିକ ଷଡ଼ଯନ୍ତ୍ର। ଆମେରିକାରେ ଖେଳାଇବାକୁ ଚାହୁଁଛି କୃଷି ଆତଙ୍କବାଦ ! ଜୈବିକ ଜୀବାଣୁ ପ୍ରୟୋଗ କରି ଆତଙ୍କ ଖେଳାଇବାକୁ ଚାହୁଁଛି ଆତଙ୍କୀସ୍ତାନର ଭାଇ ଚୀନ। ଆମେରିକାରୁ ସାଙ୍ଘାତିକ ବାୟୋ ଅସ୍ତ୍ର ସହ ଧରାପଡ଼ିଲେ ଚୀନ ନାଗରିକ। ଫସଲ ନଷ୍ଟ କରିବାକୁ କରୁଥିଲେ ବଡ଼ ପ୍ଲାନିଂ। ଏବେ ଏଫବିଆଇ ରାଡାର୍‌ରେ ଚୀନ ପ୍ରେମୀଯୁଗଳ। ଏନେଇ ସୂଚନା ଦେଇଛନ୍ତି ଏଫବିଆଇ ନିର୍ଦ୍ଦେଶକ କାଶ ପଟେଲ। 

ଏଫବିଆଇ ଅଧିକାରୀଙ୍କ ସୂଚନା ଅନୁଯାୟୀ, ୨୦୨୪ ଜୁଲାଇ ମାସରେ ଜୁନୟୋଙ୍ଗ ଲିୟୁ ନାମକ ଜଣେ ଚୀନ ଯୁବକ ଏକ ବିଷାକ୍ତ କବକ ଆଣି ଆମେରିକା ଆସିଥିଲେ। ଡେଟ୍ରୋଏଟ୍ ବିମାନ ବନ୍ଦରରେ ତାଙ୍କ ବ୍ୟାଗ୍‌ରୁ ଏହି କବକ ଜବତ ହୋଇଥିଲା। ପଚରାଉଚରାରୁ ଜଣାପଡ଼ିଥିଲା ଯେ, ସେ ଏହାକୁ ମିଶିଗନ ୟୁନିଭରସିଟିର ଏକ ପ୍ରୟୋଗଶାଳାରେ କାମ କରୁଥିବା ତାଙ୍କ ପ୍ରେମିକା ୟୁନକିଙ୍ଗ ଜିୟାନଙ୍କୁ ଦେବାକୁ ଆଣିଥିଲେ। ଏହାପରେ ଲିୟୁଙ୍କୁ ବିମାନ ବନ୍ଦରରୁ ଚୀନ ପଠାଇ ଦିଆଯାଇଥିଲା। ଏଫବିଆଇ ମାମଲାର ତଦନ୍ତ ଆରମ୍ଭ କରିଥିଲା। ଦୁଇ ପ୍ରେମୀଯୁଗଳଙ୍କ ବିରୋଧରେ ଷଡ଼ଯନ୍ତ୍ର, ଜୀବାଣୁ ତସ୍କରୀ, ମିଥ୍ୟା ବୟାନ ଏବଂ ଫର୍ଜି ଭିସା ଅଭିଯୋଗ ଆଣିଥିଲା। ଏହି ମାମଲାର ତଦନ୍ତ ବେଳେ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଥିଲା। ଉକ୍ତ ମହିଳା ଜଣଙ୍କ ଚୀନର କମ୍ୟୁନିଷ୍ଟ ପାର୍ଟି ସହ ଜଡ଼ିତ ଥିଲେ। ଏହି ଜୀବାଣୁ ଉପରେ କାମ କରିବାକୁ ଚୀନ ସରକାର ଫଣ୍ଡିଂ ଦେଉଥିଲେ। ଖାଲି ସେତିକି ନୁହେଁ ଲିୟୁଙ୍କ ଫୋନରୁ ଏକ ମେସେଜ୍ ମିଳିଥିଲା। ଯାହାର ଶୀର୍ଷକ ଥିଲା ଜଳବାୟୁ ପରିବର୍ତ୍ତନ ପରିସ୍ଥିତିରେ ପାଦପ ରୋଗଜନିତ ଯୁଦ୍ଧ। ତେଣୁ ଚୀନର ଏହା ସମ୍ଭାବ୍ୟ କୃଷି ଆତଙ୍କବାଦ ଅସ୍ତ୍ର ବୋଲି ସନ୍ଦେହ ବଢିଛି। ସେପଟେ ଚୀନ୍ ସରକାର ଆମେରିକୀୟ ପ୍ରତିଷ୍ଠାନଗୁଡ଼ିକରେ ଅନୁପ୍ରବେଶ କରିବାକୁ ଏବଂ ଖାଦ୍ୟ ଯୋଗାଣକୁ ପ୍ରଭାବିତ କରିବାକୁ ତାର ଏଜେଣ୍ଟ ଏବଂ ଗବେଷକମାନଙ୍କୁ ନିୟୋଜିତ କରୁଥିବା ନେଇ ଏଫବିଆଇ ନିର୍ଦ୍ଦେଶକ ଚେତାବନୀ ଦେଇଛନ୍ତି।  

ଏହି ଜୀବାଣୁର ନାମ ଫ୍ୟୁଜେରିୟମ ଗ୍ରେମିନିରମ୍। ଏହା ଗହମ, ମକା ଏବଂ ଧାନ ଫସଲରେ ହେଡ ବ୍ଲାଇଟ୍ ରୋଗ ସୃଷ୍ଟି କରିପାରେ। ଏହା ମଣିଷ ଏବଂ ଜୀବଜନ୍ତୁଙ୍କ ମଧ୍ୟରେ ବି ରୋଗ ସୃଷ୍ଟି କରିପାରେ। ଏହି ଜୀବାଣୁ ବ୍ୟାପିଲେ ପ୍ରତିବର୍ଷ ଅରବ ଡଲାରର ଆର୍ଥିକ କ୍ଷତି ହେବ। ଯାହାକି ଆମେରିକା ନାଗରିକ ଏବଂ ଅର୍ଥବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଭାବ ପକାଇବ। ତେବେ ଚୀନର ଏଭଳି ଷଡ଼ଜନ୍ତ୍ରର ଖୁଲାସା ହେବା ପରେ ଏବେ ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜିୟାନକୁ ଜେଲ୍ ପଠାଇ ଦିଆଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.