ପ୍ରମୂଖ ଖବର
  • ଚମକିଲା ଭାଗ୍ୟ; ରାତାରାତି ଶ୍ରମିକରୁ କୋଟିପତି ହେଲେ ହୀରାକୁଦର ଶିବ ସୁନ୍ଦର
  • ||
  • ଅପରେସନ୍ 'ସିନ୍ଦୂର' ; ୬ ନୁହେଁ ପାକିସ୍ତାନର ୯ବିମାନକୁ ମାଟିରେ ମିଶାଇଛି ଭାରତ
  • ||
  • ସଂସଦ ମୌସୁମୀ ଅଧିବେଶନ; ୨୧ ଜୁଲାଇରୁ ୧୨ ଅଗଷ୍ଟ ଯାଏ ଚାଲିବ
  • ||
  • ଜଗତସିଂହପୁର : ପାରାଦୀପ ଆଇସ୍ ଫ୍ୟାକ୍ଟ୍ରିରୁ ଲିକ୍‌ ହେଲା ଆମୋନିଆ ଗ୍ୟାସ୍, ୪ ଅସୁସ୍ଥ
  • ||
  • ବାଲେଶ୍ୱର : ମିନତୀ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟରେ ପୁଲିସର ଚଢାଉ,୧୦ ଯୁବତୀ ଅଟକ
  • ||
  • ବାଲେଶ୍ୱର : ପୋଖରୀରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • ବଢିଲା କରୋନା ଭୟ; ୨୪ ଘଣ୍ଟାରେ ୨୭୬ ଆକ୍ଟିଭ କେସ୍‌, ୭ମୃତ
  • ||
  • ବ୍ରହ୍ମପୁର : ଲାଞ୍ଚ ନେଇ ଧରାପଡ଼ିଲେ ମହିଳା ଏଏସ୍‌ଆଇ,୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ
  • ||
  • ମୟୂରଭଞ୍ଜ : ୪ଟି ଥାନାର ଅଧିକାରୀଙ୍କୁ ନେଇ ଗୋବିନ୍ଦରାୟପୁର ଓ ତାଳପଦାରେ ମିଳିତ ଚଢ଼ାଉ,ପାଖାପାଖି ୪ଶହ ଗାଈଗୋରୁ ଉଦ୍ଧାର
  • ||
  • ସରଣ୍ଡା ଜଙ୍ଗଲରୁ ଆଉ ୭୦୦ କିଲୋ ବିସ୍ଫୋରକ ଜବତ, ମାଟି ତଳେ ଲୁଚାଇ ରଖିଥିଲେ ମାଓବାଦୀ
  • ||
  • କାର୍ ଉପରେ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍, ୯ ମୃତ
  • ||
  • ଆମେରିକାରେ କୃଷି ଆତଙ୍କବାଦ ଖେଳାଉଛି ଡ୍ରାଗନ୍ ! ସାଙ୍ଘାତିକ 'ବାୟୋ ଅସ୍ତ୍ର' ସହ ଧରାପଡ଼ିଲେ ଚୀନ୍ ନାଗରିକ
  • ||
  • କଟକ : ନକଲି ମୋବିଲ ତିଆରି କାରଖାନାରେ ଚଢାଉ, ୨ ଅଟକ
  • ||
  • ଆନନ୍ଦପୁର ପୌର ଉପାଧ୍ୟକ୍ଷ ଦୁର୍ଗା ଚରଣ ଦଳେଇଙ୍କ ଦେହାନ୍ତ
  • ||
  • ମାଲକାନଗିରି : ଟିପର ଧକ୍କାରେ ବାଇକ ଆରୋହୀ ମୃତ, ଘଟଣାସ୍ଥଳରେ ଚାପା ଉତ୍ତେଜନା
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ଲୁହା ପ୍ଲେଟ୍ ବୋଝେଇ ଟ୍ରେଲର୍‌, ଡ୍ରାଇଭର ଗୁରୁତର
  • ||
  • ଜଗତସିଂହପୁର : ଶଙ୍ଖ ନଦୀ କୂଳରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ମାଲକାନଗିରି : ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ, ଘର ସାମ୍ନାରୁ ସୁନା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ ମେଡିକାଲରେ ଅଭାବନୀୟ ଘଟଣା, ଭୁଲ୍ ଇଞ୍ଜେକ୍ସନ୍‌ ନେଲା ୬ ରୋଗୀଙ୍କ ଜୀବନ!
  • ||
  • ଭୁବନେଶ୍ଵର : ଆସନ୍ତା ତିନି ଦିନ ଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ତାତିରୁ ମିଳିବନି ନିସ୍ତାର
  • ||
  • ମୟୂରଭଞ୍ଜ : ବେଆଇନ ବନ୍ଧୁକ ଗୁଳି କାରବାରର ମାଷ୍ଟର ମାଇଣ୍ଡ ଗିରଫ, ଲାଇସେନ୍ସ ବନ୍ଧୁକ ପାଇଁ କିଣି ଶିକାରୀଙ୍କୁ ବିକୁଥିଲା ଗୁଳି
  • ||

ପାକିସ୍ତାନ-ଅଧିକୃତ କାଶ୍ମୀରରେ ଗଣ ବିକ୍ଷୋଭ; ଚୀନ-ପାକିସ୍ତାନ କରାକୋରମ ହାଇୱେ ଅବରୋଧ କଲେ ଲୋକ

Published By : Bijay Swain | June 2, 2025 5:21 PM

ନୂଆଦିଲ୍ଲୀ: ପାକିସ୍ତାନ-ଅଧିକୃତ ଗିଲଗିଟ-ବାଲ୍ଟିସ୍ତାନରେ ହଜାର ହଜାର ଲୋକ ଶେହବାଜ ଶରିଫ ସରକାରଙ୍କ ବାଣିଜ୍ୟ ନୀତିକୁ ବିରୋଧ କରି ଚୀନ-ପାକିସ୍ତାନ ଅର୍ଥନୈତିକ କରିଡର (CPEC) ର ପ୍ରମୁଖ ସଂଯୋଗ ପଥ କରାକୋରମ ହାଇୱେକୁ ତିନି ଦିନ ଧରି ଅବରୋଧ କରି ରଖିଛନ୍ତି। ଏହି ବିକ୍ଷୋଭ ଗୁଲମାଟ ନଗରରେ ଚାଲିଛି। ଯେଉଁଠାରେ ବ୍ୟବସାୟୀ ଓ ବିଭିନ୍ନ ରାଜନୈତିକ ଦଳଙ୍କ ସମେତ ଖୋଦ ଶାସକ ଦଳ ପିଏମଏଲ(ଏନ)ର ନେତାମାନେ ସରକାରଙ୍କ ନୀତିକୁ "ଶୋଷଣକାରୀ" ଓ "ଆର୍ଥିକ ହତ୍ୟା" ବୋଲି ଅଭିଯୋଗ କରି ରାସ୍ତାକୁ ଓହ୍ଲାଇଛନ୍ତି।

ବ୍ୟବସାୟୀ ଓ ସ୍ଥାନୀୟ ନେତାମାନେ ଅଭିଯୋଗ କରିଛନ୍ତି ଯେ ଫେଡେରାଲ ଟ୍ୟାକ୍ସ ବୋର୍ଡ (FBR) ସେମାନେ ଦେଇ ସାରିଥିବା ୨୫୦ଟି ଟିକସ ଚାଲାଣର କ୍ଲିୟାରାନ୍ସ ଦେଉନାହିଁ। ଯାହା ଦ୍ୱାରା ସ୍ଥାନୀୟ ବ୍ୟବସାୟୀଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡୁଛି। ଶାସକ ଦଳର ଜଣେ ନେତା ଜାଭେଦ ହୁସେନ କହିଛନ୍ତି, "ସରକାର ଆତଙ୍କବାଦୀଙ୍କ ସହ ଆଲୋଚନା କରୁଛନ୍ତି, କିନ୍ତୁ ବ୍ୟବସାୟୀଙ୍କ ସମସ୍ୟା ପ୍ରତି ଧ୍ୟାନ ଦେଉନାହାନ୍ତି।" ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଗିଲଗିଟ-ବାଲ୍ଟିସ୍ତାନ ପାର୍ଲାମେଣ୍ଟରେ ପ୍ରତିନିଧିତ୍ୱର ଅଭାବ ହେତୁ ମଧ୍ୟ ଭେଦଭାବର ଶିକାର ହେଉଛି। ପାକିସ୍ତାନ ସରକାର ପଞ୍ଜାବ ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେଉଥିଲା ବେଳେ ଆମକୁ ସମ୍ପୂର୍ଣ୍ଣ ଅଣଦେଖା କରୁଛନ୍ତି।

ଏହି ଅବରୋଧ ଯୋଗୁଁ କରାକୋରମ ହାଇୱେରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଯାହା ଚୀନ ଓ ପାକିସ୍ତାନ ମଧ୍ୟରେ ବାଣିଜ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାର୍ଗ ଭାବେ ପରିଗଣିତ ହୋଇଥାଏ। ବିକ୍ଷୋଭକାରୀମାନେ ସରକାର ସେମାନଙ୍କ ଦାବି ପୂରଣ ନକରିବା ପର୍ଯ୍ୟନ୍ତ ଏହି ଅବରୋଧ ଜାରି ରଖିବେ ବୋଲି ଦାବି କରିଛନ୍ତି।

ଏହା ପୂର୍ବରୁ ଗିଲଗିଟ-ବାଲ୍ଟିସ୍ତାନରେ ଭୂମି ଓ ଖଣିଜ ଦଖଲ ଏବଂ ଦୀର୍ଘ ସମୟ ବିଦ୍ୟୁତ ବିଚ୍ଛେଦ ନେଇ ମଧ୍ୟ ବିକ୍ଷୋଭ ହୋଇଥିଲା। ଗତ ମାସରେ ଏକ ପ୍ରସ୍ତାବିତ ବିଲ୍ ବିରୁଦ୍ଧରେ ଲୋକେ ରାସ୍ତାକୁ ଓହ୍ଲାଇଥିଲେ। ଯାହାକୁ ସେମାନେ ଭୂମି ଓ ଖଣିଜ ହଡପ କରିବାର ଉଦ୍ୟମ ବୋଲି ଦାବି କରିଥିଲେ। ସେହିପରି ୨୦୨୩ ଅକ୍ଟୋବରରେ ସ୍କାରଦୁ ଜିଲ୍ଲାରେ ମଧ୍ୟ ଭାରତର କାର୍ଗିଲ ସେକ୍ଟର ଅଞ୍ଚଳକୁ ରାସ୍ତା ଖୋଲିବା ସମର୍ଥନରେ ପ୍ରତିବାଦ ହୋଇଥିଲା।

ଗିଲଗିଟ-ବାଲ୍ଟିସ୍ତାନର ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟକ ମହମ୍ମଦ ଅଲି କ୍ୱାଇଦ ଏନେଇ କହିଛନ୍ତି ଯେ ସେମି-ପ୍ରାଦେଶିକ ସରକାରଙ୍କ ପାଖରେ ବିକ୍ଷୋଭକାରୀଙ୍କ ଦାବି ପୂରଣ କରିବାର କ୍ଷମତା ନାହିଁ। ଏନେଇ ସମସ୍ତ ଦାୟିତ୍ୱ କେବେଳ ଫେଡେରାଲ(କେନ୍ଦ୍ର) ସରକାରଙ୍କ ପାଖରେ ରହିଛି।

ଏହି ବିକ୍ଷୋଭ ପାକିସ୍ତାନ ସରକାରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଯାହା କେବଳ ସ୍ଥାନୀୟ ଅସନ୍ତୋଷକୁ ହିଁ ନୁହେଁ, ବରଂ ସିପିଇସି ପରି ଏକ ରଣନୀତିକ ପ୍ରୋଜେକ୍ଟରେ ମଧ୍ୟ ଗୁରୁତର ପ୍ରଭାବ ପକାଇଛି। ଏହି ଆନ୍ଦୋଳନ ପାଇଁ ଚୀନ ପାକିସ୍ତାନ ଉପରେ ଖପ୍ପା ହୋଇଯାଇଛି। ତେମୁ ପାକିସ୍ତାନ ସରକାର କୌଣସି ବି ଉପାୟରେ ଏହି ଆନ୍ଦୋଳନକୁ ବନ୍ଦ କରିବାକୁ ଉଦ୍ୟମ ଚଳାଇଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.