ପ୍ରମୂଖ ଖବର
  • RBIର ବଡ଼ ଉପହାର; ଶସ୍ତା ହେବ ଘର-ଗାଡି EMI ,୦.୫୦% କମିଲା ରେପୋ ରେଟ୍
  • ||
  • ବ୍ରହ୍ମପୁର: ବଡ଼ବଜାରର ଥାନା ହରିଡ଼ାଖଣ୍ଡି ପୋଖରୀରୁ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଅନୁଗୁଳ: ଜନ୍ତୁ ଶିକାର ବେଳେ ମାଡି ବସିଲା ବନ ବିଭାଗ, ଜଣେ ଗିରଫ, ୩ କିଲୋ ଜିଆଇ ତାର ଜବତ
  • ||
  • ବାରଙ୍ଗ ଷଣ୍ଢପୁର ନିକଟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ରାସ୍ତାରେ ଏକ ଟ୍ରକ୍ ସହ ଧକ୍କା
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ବଡ଼ ଆକ୍ସନ, ଏୟାରପୋର୍ଟରୁ RCB ମାର୍କେଟିଂ ହେଡ୍ ଗିରଫ
  • ||
  • ଅଦିନିଆ ବର୍ଷା କ୍ଷୟକ୍ଷତି ଦାବିରେ ରାସ୍ତା ଅବରୋଧ, କୃଷକ ସଂଗଠନର ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ୯ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲରେ କରିବାକୁ ପଡ଼ିବ ପଞ୍ଜୀକରଣ
  • ||
  • ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ, ଶୁଭମନଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍, ବୁମରା ଖେଳିବେ ୩ଟି ଟେଷ୍ଟ
  • ||
  • ବଡ଼ଦେଉଳରେ ରୁକ୍ମିଣୀ ହରଣ ଏକାଦଶୀ ନୀତି, ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ଟା ଦର୍ଶନ କଟକଣା
  • ||
  • ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଢିଲା ଟ୍ରମ୍ପ-ମସ୍କ କଳି ; ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାହାନ୍ତି ମସ୍କ, କହିଲେ ଜେଡି ଭାନ୍ସଙ୍କୁ ମିଳୁ ରାଷ୍ଟ୍ରପତି ପଦ
  • ||
  • ଜୁନ୍‌ ୧୨ ଆଗରୁ ଫେରିବନି ମୌସୁମୀ : ଆଗକୁ ଆହୁରି ସିଝାଇବ, ଛଟପଟ କରିବ ତାତି, ଲଘୁଚାପ ହିଁଁ ଭରସା
  • ||

RCB ଗ୍ରାଣ୍ଡ ଭିକ୍ଟୋରି ସେରିମନି ପୂର୍ବରୁ ଦଳାଚକଟା; ୧୧ ମୃତ, ଏକାଧିକ ଆହତ

Published By : Bijay Swain | June 4, 2025 6:54 PM

Image courtesy: indiatoday

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଭୟଙ୍କର ଅଘଟଣ। ଦୀର୍ଘ ୧୮ ବର୍ଷର ପ୍ରତିକ୍ଷା ପରେ ଆଇପିଏଲରେ ଆରସିବି ଜିତିବା ପରେ କର୍ଣ୍ଣାଟକ ସରକାରଙ୍କ ଦ୍ୱାରା ବୁଧବାର ଆୟୋଜିତ ଗ୍ରାଣ୍ଡ ଭିକ୍ଟୋରି ସେରିମନିରେ ଦଳାଚକଟା। ଚିନ୍ନାସ୍ୱାମୀ ଷ୍ଟାଡିୟମରେ ହବାକୁ ଥିବା ଏହି ଉତ୍ସବରେ ଦଳାଚକଟା ଯୋଗୁ ଭୟଙ୍କର ସ୍ଥିତି ଉପୁଯିଛି। ଯେଉଁଥିରେ ୧୧ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି। 

ସୂଚନା ମୁତାବକ, ଚଳିତ ଆଇପିଏଲ ସିଜନରେ ଦୀର୍ଘ ୧୮ ବର୍ଷ ପରେ ଆରସିବି ଟ୍ରଫି ଜିତିଥିବାରୁ କର୍ଣ୍ଣାଟକ କ୍ରିକେଟ ବୋର୍ଡ ପ୍ରଶଂସକ ମାନଙ୍କ ପାଇଁ ବୁଧବାର ଏକ ଉତ୍ସବର ଆୟୋଜନ କରିଥିଲେ। ଏହି ଉତ୍ସବରେ ଯୋଗ ଦେବା ପାଇଁ ଲୋକମାନଙ୍କୁ ଟିକେଟ ଓ ପାସ୍ ମଧ୍ୟ ବଣ୍ଟାଯାଇଥିଲା। ହେଲେ ଅନେକ ପ୍ରଶଂସକଙ୍କ ପାଖରେ ଏହି ବିକଳ୍ପ ଉପଲବ୍ଧ ନଥିବାରୁ ସେମାନେ ନିଜ ପସନ୍ଦର ଦଳ ଓ କ୍ରିକେଟରମାନଙ୍କ ଏକ ଝଲକ ପାଇବା ପାଇଁ ଷ୍ଟାଡିୟମ ଭିତରକୁ ଧସେଇ ପସିବାକୁ ଚେଷ୍ଟା କରିଥିଲେ। ଆଉ ଏହିଠାରୁ ହିଁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। 

ସରକାର ଜାରି କରିଥିବା ପ୍ରାରମ୍ଭିକ ରିପୋର୍ଟ ମୁତାବକ ଷ୍ଟାଡିୟମ ବାହାରେ ହୋଇଥିବା ଏକ ଅସ୍ଥାୟି ସ୍ଲାବ ଉପରେ ଫ୍ୟାନମାନେ ଅହେତୁକ ଭିଡ ଜମାଇଥିଲେ। ହେଲେ ଲୋକସଂଖ୍ୟା ବେଶି ହୋଇଯିବାରୁ ଏହା ଓଜନ ସମ୍ଭାଳି ନପାରି ହଠାତ ଧସିଯାଇଥିଲା। ଯାହାପରେ ସେଠାରେ ଉପସ୍ଥିତ ଥିବା ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ଓ ଲୋକମାନେ ଏଣେତେଣେ ଦୌଡାଦୈଡି ଆରମ୍ଭ କରିଦେଇଥିଲେ। ଯେଉଁଥିପାଇଁ ଦଳାଚକଟା ସ୍ଥିତି ଉପୁଜି ଥିଲା ବୋଲି ସୂଚନା ରହିଛି। 

ଏହି ଦୁର୍ଘଟଣା ସାମ୍ନାକୁ ଆସିବା ପରେ କର୍ଣ୍ଣାଟକ ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର “ଏହି ଦୁର୍ଘଟଣାରେ ମୁଁ ଅତ୍ୟନ୍ତ ମର୍ମାହାତ” ବୋଲି ପ୍ରତିକ୍ରିୟା ଦେଇଛନ୍ତି।  ତେବେ ଏହି ଦୁର୍ଘଟଣା ସମୟର ଜାରି ହୋଇଥିବା ଭିଡିଓରେ ପୋଲିସ ଭିଡକୁ ସମ୍ଭାଳିବାରେ ବିଫଳ ହୋଇଥିବା ଦେଖିବାକୁ ମିଳିଛି। ତେବେ ଆହତ ଓ ଗୁରୁତର ଆହତ ଲୋକମାନଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.