ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ପାଇଁ ଟିମ୍ ଇଣ୍ଡିଆ ଖୁବଶୀଘ୍ର ଇଂଲଣ୍ଡ ପହଞ୍ଚିବ । ଏବେ ଭାରତ- A ଦଳ ସେଠାରେ ଅଛି । ଇଂଲଣ୍ଡ ଗସ୍ତ ଲାଗି ପୂର୍ବରୁ BCCI ଭାରତୀୟ ଦଳ ଘୋଷଣା କରିସାରିଛି । ଏବେ ଇଂଲଣ୍ଡ ନିଜ ଦଳ ଘୋଷଣା କରିଛି। ଦଳର କମାଣ୍ଡ ବେନ୍ ଷ୍ଟୋକ୍ସଙ୍କ ହାତରେ ରହିବ। ଭାରତ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଇଂଲଣ୍ଡ ଓ ଓ୍ଵେଲ୍ସ କ୍ରିକେଟ୍ ବୋର୍ଡ ଗୁରୁବାର ପ୍ରଥମ ଟେଷ୍ଟ ମ୍ୟାଚ୍ ପାଇଁ ଦଳ ଘୋଷଣା କରିଛି। ଏଥିରେ ୧୪ ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି। ସିରିଜର ପ୍ରଥମ ମ୍ୟାଚ୍ ଜୁନ ୨୦ରୁ ଆରମ୍ଭ ହେବ। ଏହି ମୁକାବିଲା ଲିଡ୍ସର ହେଣ୍ଡିଙ୍ଗଲେରେ ଖେଳାଯିବ।
ଦଳରେ ଦ୍ରୁତ ବୋଲର ଅଲରାଉଣ୍ଡର ଜେମି ଓଭରଟନଙ୍କ ପ୍ରତ୍ୟାବର୍ତ୍ତନ ହୋଇ ଛି। ଆହତ ଗସ ଏଟିଙ୍କସନଙ୍କ ସ୍ଥାନରେ ତାଙ୍କୁ ସାମିଲ କରାଯାଇଛି। ଜେମି ୨୦୨୨ ଜୁନରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବେନ ଷ୍ଟୋକ୍ସ ଦଳର ନେତୃତ୍ଵ ନେବେ। ଜୋ ରୁଟ୍, ଜ୍ୟାକ କ୍ରାଉଲି ଏବଂ ଓଲି ପୋପ୍ ବ୍ୟାଟିଂ ଦାୟିତ୍ଵ ସମ୍ଭାଳିବେ। ଯୁବ ଖେଳାଳି ଶୋଏବ ବଶିର, ଜ୍ୟାକବ ବେଥେଲ ଓ ଜେମି ସ୍ମିଥଙ୍କୁ ଦଳରେ ସାମିଲ କରାଯାଇଛି।
ପ୍ରଥମ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ
ବେନ ଷ୍ଟୋକ୍ସ(ଅଧିନାୟକ), ଶୋଏବ ବଶିର, ଜ୍ୟାକବ ବେଥେଲ, ହ୍ୟାରି ବ୍ରୁକ, ବ୍ରାଏଡନ କର୍ସ, ସାମ କୁକ, ଜ୍ୟାକ କ୍ରାଉଲି, ବେନ ଡକେଟ୍, ଜେମି ଓଭରଟନ, ଓଲି ପୋପ୍, ଜୋ ରୁଟ୍, ଜେମି ସ୍ମିଥ, କ୍ରିସ ଓ୍ଵକ୍ସ।
ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ
ଶୁଭମନ ଗିଲ୍(ଅଧିନାୟକ), ଋଷଭ ପନ୍ତ(ଉପଅଧିନାୟକ/ଓ୍ଵିକେଟ୍ କିପର), ଯଶସ୍ଵୀ ଜୟସ୍ଵାଲ, କେଏଲ ରାହୁଲ, ସାଇ ସୁଦର୍ଶନ, ଅଭିମନ୍ୟୁ ଈଶ୍ଵରନ, କରୁଣ ନାୟର, ନୀତିଶ ରେଡ୍ଡୀ, ରବୀନ୍ଦ୍ର ଜାଡ଼େଜା, ଧ୍ରୁବ ଜୁରେଲ(ଓ୍ଵିକେଟ୍ କିପର), ଓ୍ଵାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା, ଆକାଶ ଦୀପ, ଅର୍ଶଦୀପ ସିଂ, କୁଲଦୀପ ଯାଦବ।