ପ୍ରମୂଖ ଖବର
  • ମିଠି ନଦୀ ଦୁର୍ନୀତି ମାମଲା: ଅଭିନେତା ଡିନୋ ମୋରିଆଙ୍କୁ ଇଡି ସମନ୍
  • ||
  • ସରଣ୍ଡା ଜଙ୍ଗଲରୁ ୧ କୁଇଣ୍ଟାଲ ବିସ୍ଫୋରକ ଜବତ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଫୁଲବାଣୀ : ଫୁଲବାଣୀ ମେଡିକାଲ କଲେଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଚଳିତ ଶିକ୍ଷା ବର୍ଷରୁ ଆରମ୍ଭ ହେବ ପାଠପଢା
  • ||
  • French Open 2025: 'ବୋଧ ହୁଏ ଏହା ମୋର ଶେଷ ମ୍ୟାଚ ଥିଲା', ଫ୍ରେଞ୍ଚ ଓପନ୍ ହାରିବା ପରେ ଅବସର ନେଲେ କି ନୋଭାକ ?
  • ||
  • ଭଦ୍ରକ : ଜାତିଆଣ ବିବାଦରୁ କଙ୍ଗାରୁ କୋର୍ଟ, ଗାଁରୁ ନିଆଁପାଣି ବନ୍ଦ ଚିନ୍ତାରେ ଚାଲିଗଲା ଜୀବନ !
  • ||
  • ବରଗଡ଼ ପଞ୍ଚାୟତ କଲେଜ ପଛପଟୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଚାନ୍ଦବାଲି : ରୋଗୀଙ୍କ ମୁହଁରୁ ଅକ୍ସିଜେନ କାଢିନେବାରୁ ମୃତ୍ୟୁ ଅଭିଯୋଗ, ଚାନ୍ଦବାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା
  • ||
  • ଶନିବାର ମୁଖ୍ୟମନ୍ତ୍ରୀଙ୍କ ଫୁଲବାଣୀ ଗସ୍ତ : ୪୨ ପ୍ରକଳ୍ପର ଉଦ୍‌ଘାଟନ ସହ ୬୫ ନୂଆ ପ୍ରକଳ୍ପର କରିବେ ଶିଳାନ୍ୟାସ
  • ||
  • 'ଅପରେସନ୍ ସିନ୍ଦୂର ପାକ୍ ସହ ଡିଲ ଥିଲା'; ଟିଏମ୍‌ସି ବିଧାୟକଙ୍କ ବୟାନକୁ ନେଇ ବିବାଦ, ଦୂରରେ ରହିଲା ଦଳ
  • ||
  • ଯୋଗେଶ ଗୌଡ଼ା ହତ୍ୟା ମାମଲା; କଂଗ୍ରେସ ବିଧାୟକ ବିନୟ କୁଲକର୍ଣ୍ଣିଙ୍କୁ ସୁପ୍ରିମ ଝଟକା, ଜାମିନ ଆବେଦନ ଖାରଜ
  • ||
  • କଟକ : ରାସ୍ତାରେ ପଡ଼ିଛି ମାନସିକ ବିକାରଗ୍ରସ୍ତ ମହିଳାଙ୍କ ମୃତଦେହ, ଅଜଣା ଗାଡ଼ି ଧକ୍କା ଦେଇଥିବା ସନ୍ଦେହ
  • ||
  • ଇଂଲଣ୍ଡରେ କେଏଲ ରାହୁଲଙ୍କ ବିସ୍ଫୋରକ ଶତକ, ଭାରତ ଏ'- ୩୧୯/୭
  • ||
  • କଟକ : ହୋଟେଲ ଭିତରକୁ ମାଡିଗଲା ଟ୍ରେଲର, ଜଣେ ମୃତ
  • ||
  • ଦେବଗଡ଼ : ଅଜଣା ଗାଡ଼ି ଧକ୍କାରେ ଚାଷୀ ସହ ବଳଦ ମୃତ
  • ||
  • ଆହୁରି ୫ ଦିନ ଅସହ୍ୟ ଗୁଳୁଗୁଳି, ଉପକୂଳବର୍ତ୍ତୀ ୧୧ ଜିଲ୍ଲାରେ କଲବଲ କରିବ ତାତି, ୧୦ ଯାଏ ନିସ୍ତାର ନାହିଁ
  • ||

IND vs ENG; ଇଂଲଣ୍ଡ ଗସ୍ତରେ ଶୁବମନ ସେନା, ଜୁନ୍‌ ୨୦ରୁ ହେଡିଂଲେରେ ପ୍ରଥମ ମ୍ୟାଚ

Published By : Ankita S | June 6, 2025 2:44 PM

ନୂଆଦିଲ୍ଲୀ,୦୬/୦୬: ଶୁବମନଙ୍କ ସହ ଶୁଭାରମ୍ଭ ହେବାକୁ ଯାଉଛି ଏକ ନୂଆ ଅଧ୍ୟାୟ । ଷ୍ଟାର ଖେଳାଳି ଶୁବମନ ଗିଳଙ୍କ ନେତୃତ୍ବରେ ଭାରତ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ଏ ନେଇ ମୁମ୍ବାଇ ଏୟାପୋର୍ଟରୁ ଟିମ୍ ଇଣ୍ଡିଆ ଇଂଲଣ୍ଡ ଗସ୍ତରେ ବାହାରିଛି । ଆସନ୍ତା ଜୁନ ୨୦ରୁ ହେଡିଂଲରେ ପ୍ରଥମ ମ୍ୟାଚ ଆରମ୍ଭ ହେବ । 

ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅବସର ପରେ ଶୁବମନ ଗିଲ ଟେଷ୍ଟ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି । ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ୨୦୨୫-୨୭ ଚକ୍ରରେ ଇଂଲଣ୍ଡ ବିପକ୍ଷରେ ଭାରତ ଅଭିଯାନ ଆରମ୍ଭ କରିବ । ଇଂଲଣ୍ଡରେ ଭାରତୀୟ ଦଳ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ଆସନ୍ତା ୨୦ ତାରିଖରୁ ହେଡିଂଲେରେ ପ୍ରଥମ ମ୍ୟାଚ୍‌ ଆରମ୍ଭ ହେବ । ବିରାଟ କୋହଲି, ରୋହିତ ଶର୍ମା ଏହି ଗସ୍ତରେ ନାହାନ୍ତି । ଦଳ ଘୋଷଣା ପୂର୍ବରୁ ସେମାନେ ଟେଷ୍ଟରୁ ସନ୍ନ୍ୟାସ ନେଇ ସାରିଛନ୍ତି । ରୋ-କୋଙ୍କ ବିନା ଇଂଲଣ୍ଡ ବିପକ୍ଷରେ ଲଢେଇ କରିବ ଶୁବମନ ସେନା ।

ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀର ଏବଂ ଗିଲ୍‌ ଯୋଡ଼ି ଭାରତୀୟ ଟେଷ୍ଟରେ ନୂଆ ଯୁଗ ଆରମ୍ଭ କରିବାକୁ ଯାଉଛି । ଭାରତୀୟ ଦଳ ମୁମ୍ବାଇରୁ ଲଣ୍ଡନ ଯାତ୍ରା କରିଛନ୍ତି । କେଏଲ ରାହୁଲଙ୍କ ସମେତ ଅନ୍ୟ ଖେଳାଳି ପୂର୍ବରୁ ଇଂଲଣ୍ଡରେ ରହିଛନ୍ତି । ଗତବର୍ଷ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜରେ ପରାସ୍ତ ହୋଇଥିଲା । ଏହାପରେ ଅଷ୍ଟ୍ରେଲିଆରେ ବି ହାରିଥିଲା । ଟେଷ୍ଟ କ୍ରିକେଟରେ ଟିମ୍‌ ଇଣ୍ଡିଆର ପୂର୍ବ ପ୍ରଦର୍ଶନ ଭଲ ନଥିଲା । ଏବେ କିଛି ଯୁବ ପ୍ଲେୟାର ଇଂଲଣ୍ଡ  ବିପକ୍ଷରେ ଖେଳିବେ । ଅଧିନାକ ଶୁବମନ ଗିଲଙ୍କ ପାଇଁ ଏହା ଚ୍ୟାଲେଞ୍ଜ ହେବ । ତେଣୁ ଇଂଲଣ୍ଡ ଗସ୍ତ ପୂର୍ବରୁ ପ୍ରେସ୍‌ମିଟରେ ଶୁବମନ ଆତ୍ମବିଶ୍ୱାସ ଭରା ଥିବା ଦେଖିବାକୁ ମିଳିଥିଲା ।

ଭାରତୀୟ ସ୍କ୍ୱାଡ - ଶୁବମନ ଗିଲ (ଅଧିନାୟକ), ଋଷବ ପନ୍ତ (ଉପଅଧିନାୟକ), ଯଶସ୍ୱୀ ଜୈସ୍ୱାଲ, କଏଲ ରାହୁଲ, ସାଇ ସୁଦର୍ଶନ, ଅଭିମନ୍ୟୁ ଇଶ୍ୱରନ୍‌, କରୁଣ ନାୟର, ନୀତିଶ ରେଡ୍ଡୀ, ରବୀନ୍ଦ୍ର ଜାଡେଜା, ଦ୍ରୁବ ଜୁଏଲ (ୱିକେଟକିପର), ୱାସିଂଟନ ସୁନ୍ଦର, ସାର୍ଦୁଳ ଠାକୁର,ଯଶପ୍ରୀତ ବୁମରା, ପ୍ରସିଦ୍ଧ କ୍ରିଷ୍ଣା, ଆକାଶ ଦୀପ, ଅର୍ଶଦୀପ ସିଂହ ଓ କୁଳଦୀପ ଯାଦବ ।




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.