ପ୍ରମୂଖ ଖବର
  • କଟକ : ଶୈଳବାଳା ମହିଳା ମହାବିଦ୍ୟାଳୟରେ ଅଘଟଣ , ନିର୍ମାଣାଧୀନ କୋଠାରୁ ପଡି ଶ୍ରମିକ ମୃତ
  • ||
  • କଟକ : ମାହାଙ୍ଗା ବ୍ଲକ ଖନ୍ଦୋଳ ଗ୍ରାମରେ ବନ୍ଦ ଘରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣା; KSCA ସମ୍ପାଦକ ଏ. ଶଙ୍କର ଓ କୋଷାଧ୍ୟକ୍ଷ ଏଇ ଜୟରାମଙ୍କ ଇସ୍ତଫା
  • ||
  • ମିଠି ନଦୀ ଦୁର୍ନୀତି ମାମଲା: ଅଭିନେତା ଡିନୋ ମୋରିଆଙ୍କୁ ଇଡି ସମନ୍
  • ||
  • ସରଣ୍ଡା ଜଙ୍ଗଲରୁ ୧ କୁଇଣ୍ଟାଲ ବିସ୍ଫୋରକ ଜବତ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଫୁଲବାଣୀ : ଫୁଲବାଣୀ ମେଡିକାଲ କଲେଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଚଳିତ ଶିକ୍ଷା ବର୍ଷରୁ ଆରମ୍ଭ ହେବ ପାଠପଢା
  • ||
  • French Open 2025: 'ବୋଧ ହୁଏ ଏହା ମୋର ଶେଷ ମ୍ୟାଚ ଥିଲା', ଫ୍ରେଞ୍ଚ ଓପନ୍ ହାରିବା ପରେ ଅବସର ନେଲେ କି ନୋଭାକ ?
  • ||
  • ଭଦ୍ରକ : ଜାତିଆଣ ବିବାଦରୁ କଙ୍ଗାରୁ କୋର୍ଟ, ଗାଁରୁ ନିଆଁପାଣି ବନ୍ଦ ଚିନ୍ତାରେ ଚାଲିଗଲା ଜୀବନ !
  • ||
  • ବରଗଡ଼ ପଞ୍ଚାୟତ କଲେଜ ପଛପଟୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଚାନ୍ଦବାଲି : ରୋଗୀଙ୍କ ମୁହଁରୁ ଅକ୍ସିଜେନ କାଢିନେବାରୁ ମୃତ୍ୟୁ ଅଭିଯୋଗ, ଚାନ୍ଦବାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା
  • ||
  • ଶନିବାର ମୁଖ୍ୟମନ୍ତ୍ରୀଙ୍କ ଫୁଲବାଣୀ ଗସ୍ତ : ୪୨ ପ୍ରକଳ୍ପର ଉଦ୍‌ଘାଟନ ସହ ୬୫ ନୂଆ ପ୍ରକଳ୍ପର କରିବେ ଶିଳାନ୍ୟାସ
  • ||
  • 'ଅପରେସନ୍ ସିନ୍ଦୂର ପାକ୍ ସହ ଡିଲ ଥିଲା'; ଟିଏମ୍‌ସି ବିଧାୟକଙ୍କ ବୟାନକୁ ନେଇ ବିବାଦ, ଦୂରରେ ରହିଲା ଦଳ
  • ||
  • ଯୋଗେଶ ଗୌଡ଼ା ହତ୍ୟା ମାମଲା; କଂଗ୍ରେସ ବିଧାୟକ ବିନୟ କୁଲକର୍ଣ୍ଣିଙ୍କୁ ସୁପ୍ରିମ ଝଟକା, ଜାମିନ ଆବେଦନ ଖାରଜ
  • ||
  • କଟକ : ରାସ୍ତାରେ ପଡ଼ିଛି ମାନସିକ ବିକାରଗ୍ରସ୍ତ ମହିଳାଙ୍କ ମୃତଦେହ, ଅଜଣା ଗାଡ଼ି ଧକ୍କା ଦେଇଥିବା ସନ୍ଦେହ
  • ||
  • ଇଂଲଣ୍ଡରେ କେଏଲ ରାହୁଲଙ୍କ ବିସ୍ଫୋରକ ଶତକ, ଭାରତ ଏ'- ୩୧୯/୭
  • ||
  • କଟକ : ହୋଟେଲ ଭିତରକୁ ମାଡିଗଲା ଟ୍ରେଲର, ଜଣେ ମୃତ
  • ||
  • ଦେବଗଡ଼ : ଅଜଣା ଗାଡ଼ି ଧକ୍କାରେ ଚାଷୀ ସହ ବଳଦ ମୃତ
  • ||
  • ଆହୁରି ୫ ଦିନ ଅସହ୍ୟ ଗୁଳୁଗୁଳି, ଉପକୂଳବର୍ତ୍ତୀ ୧୧ ଜିଲ୍ଲାରେ କଲବଲ କରିବ ତାତି, ୧୦ ଯାଏ ନିସ୍ତାର ନାହିଁ
  • ||

ବଦଳିବ ଇଣ୍ଡିଆ-ଇଂଲଣ୍ଡ ସିରିଜ ନାମ, ଏହି ଦୁଇ ଖେଳାଳିଙ୍କ ନାମରେ ହେବ ଟ୍ରଫି

Published By : Ankita S | June 7, 2025 2:21 PM

ମୁମ୍ବାଇ,୦୭/୦୬: ଇଂଲଣ୍ଡ-ଭାରତ ଟେଷ୍ଟ ସିରିଜର ନୂଆ ନାମକରଣ କରାଯିବ । ଉଭୟ ଦେଶର କ୍ରିକେଟ୍‌ ବୋର୍ଡଙ୍କ ସହମତି କ୍ରମେ ଏହାର ନାମ ଆଣ୍ଡରସନ୍‌ ଓ ସଚିନ ଟ୍ରଫି ରଖାଯିବା ନେଇ ନିଷ୍ପତ୍ତି ହୋଇଛି । ଜୁନ ୧୧ ତାରିଖରୁ ଲର୍ଡ୍ସରେ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସ ଫାଇନାଲ ସମୟରେ ଆଣ୍ଡରସନ୍‌ ଓ ସଚିନ ଟ୍ରଫିର ଉନ୍ମୋଚନ କରାଯିବାର କାର୍ଯ୍ୟକ୍ରମ ରହିଛି । 

ଆସନ୍ତା ୨୦ ତାରିଖରୁ ନୂଆ ବିଶ୍ୱ ଟେଷ୍ଟ  ଚାମ୍ପିଅନସିପ୍‌ ୨୦୨୫-୨୭ ଚକ୍ରରେ ଭାରତ ଅଭିଯାନ ଆରମ୍ଭ କରିବ । ଲିଡ୍ସରେ ପ୍ରଥମ ଟେଷ୍ଟ ଖେଳାଯିବ । ଜେମ୍ସ ଆଣ୍ଡରସନ୍‌ ଏବଂ ସଚିନ ତେନ୍ଦୁଲକରଙ୍କ ନିଜ ନିଜ ଦେଶର କ୍ରିକେଟ୍‌ ପ୍ରତି ଅବଦାନ ଅତୁଳନୀୟ । ତେଣୁ  ଉଭୟ ଖେଳାଳିଙ୍କ ସମ୍ମାନାର୍ଥେ ଟ୍ରଫିର ନାମକରଣ କରାଯାଇଛି ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି । କିନ୍ତୁ ଏ ବିଷୟରେ ବିସିସିଆଇ କିମ୍ବା ଇସିବି ପକ୍ଷରୁ କିଛି ଅଫିସିଆଲ ସୂଚନା ଦିଆଯାଇ ନାହିଁ ।

ଅଧିକ ପଢନ୍ତୁ...IND vs ENG; ଇଂଲଣ୍ଡ ଗସ୍ତରେ ଶୁବମନ ସେନା, ଜୁନ୍‌ ୨୦ରୁ ହେଡିଂଲେରେ ପ୍ରଥମ ମ୍ୟାଚ

ବର୍ତ୍ତମାନ ଏହି ସିରିଜର ନାମ ପଟୌଦି ଟ୍ରଫି ରହିଛି । ପୂର୍ବତନ ଅଧିନାୟକ ମନସୁର ଅଲି ଖାନ ପଟୌଦିଙ୍କ ନାମରେ ଏହା ନାମିତ ହୋଇଛି । ସଚିନ ତେନ୍ଦୁଲକର ୨୦୦ ଟେଷ୍ଟ  ଖେଳି ୧୫୯୨୧ ରନ୍‌ କରିଥିଲେ । ସେମିତି ଆଣ୍ଡର ସନ୍‌ ୧୮୮ଟି ମ୍ୟାଚ୍‌  ଖେଳି ୭୦୪ ୱିକେଟ୍‌ ନେଇଥିଲେ ।

କହି ରଖୁଛି କି, ୨୦୦୭ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ କ୍ରିକେଟରେ ୭୫ ବର୍ଷ ପୂରଣ କରିବାକୁ ନେଇ ସିରିଜ ନାମ ପଟୌଦି ଟ୍ରଫି ନାମ ଦିଆଯାଇଥିଲା । ଏବେ ପଟୌଦି ସ୍ଥାନରେ ଟେଷ୍ଟ ସିରିଜ ତେନ୍ଦୁଲକର-ଜେମ୍ସ ଆଣ୍ଡରସନ୍‌ଙ୍କ ନାମରେ ଖେଳାଯିବ । ଭାରତର ପୂର୍ବତନ ଅଧିନାୟକ ଇପ୍ତିଖାର ଅଲ୍ଲୀ ଖାନ ପଟୋଦି ଏବଂ ମସୁର ଅଲ୍ଲୀ ଖାନ ପଟୋଦିଙ୍କ ସମ୍ମାନରେ ଏହି ସିରଜର ନାମ ପଟୋଦି ଟ୍ରଫି ରଖାଯାଇଥିଲା ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.