ନୂଆଦିଲ୍ଲୀ,୦୭/୦୬: ସନ୍ନ୍ୟାସ ନେବେ କି ନୋଭାକ ଜୋକୋଭିକ । ବୋଧହୁଏ ଏହା ମୋର ଶେଷ ମ୍ୟାଚ ଥିଲା ବୋଲି ସେ କହିଛନ୍ତି । ଫ୍ରେଞ୍ଚ ଓପନ୍ ୨୦୨୫ରେ ଜୈନିକ ସିନରଙ୍କଠୁ ହାରିବା ପରେ କିଛି ଏମିତି ସଙ୍କେତ ଦେଇଛନ୍ତି ନୋଭାକ । ଏଥିରୁ ଅନୁମାନ କରାଯାଉଛି କି ଖୁବଶୀଘ୍ର ଟେନିସ୍ରୁ ବିଧିବଦ୍ଧ ଭାବେ ଅଲବିଦା କହିପାରନ୍ତି ନୋଭାକ୍ ।
'ବୋଧହୁଏ ଏହା ମୋର ଶେଷ ମ୍ୟାଚ' - ସେମିଫାଇନାଲ ମ୍ୟାଚ ସରିବା ପରେ ପ୍ରେସମିଟ୍ରେ ଜୋକୋଭିତ ଟିକେ ଭାବବିହ୍ୱଳ ହୋଇଥିବା ଦେଖିବାକୁ ମିଳିଥିଲା । ସେ କହିଥିଲେ'' ଆଜିର ମ୍ୟାଚ ବୋଧହୁଏ ମୋର ଶେଷ ମ୍ୟାଚ ଥିଲା ଯାହା ମୁଁ ଏଠାରେ ଖେଳିଲି । ତେଣୁ ଶେଷ ସମୟରେ ଟିକେ ଭାବୁକ ହୋଇଛି । ଯଦି ଏହା ମୋର ଶେଷ ମ୍ୟାଚ ଥିଲା ତେବେ ଏଠାକାର ମାହୋଲ ଫ୍ୟାନ୍ସଙ୍କ ଭଲପାଇବା ପାଇଁ ବହୁତ ସୁନ୍ଦର ହୋଇଛି ।''
Legend. #RolandGarros pic.twitter.com/YtlMVCxpzJ
— Roland-Garros (@rolandgarros) June 6, 2025
ଟେନିସ୍ ଜଗତରେ ନୋଭାକ ଜୋକୋଭିକଙ୍କୁ ଜଣେ ମହାନ ଖେଳାଳି ଭାବେ ଗଣନା କରାଯାଏ । ଫ୍ରେଞ୍ଚ ଓପନ୍ ୨୦୨୫ ୩ ଘଣ୍ଟା ୧୬ ମିନିଟ ଧରି ଚାଲିଥିବା ସେମିଫାଇନାଲରେ ନୋଭାକ ଜୈନିକ ସିନରଙ୍କଠୁ ପରାସ୍ତ ହୋଇଥିଲେ । ଏହା ପରେ ସେ କହିଥିଲେ, ଏହା ବୋଧ ହୁଏ ମୋର ଶେଷ ମ୍ୟାଚ । ତାଙ୍କର ଏହି କଥାରୁ ଅନୁମାନ କରାଯାଉଛି କି ହୁଏତ ଟେନିସ୍ରୁ ସନ୍ନ୍ୟାସ ନେଇ ବିଧିବଦ୍ଧ ଭାବେ ଘୋଷଣା କରିପାରନ୍ତି । ୩୮ ବର୍ଷୀୟ ସର୍ବିଆ ଖେଳାଳି ପ୍ୟାରିସର ଫିଲିପ ଶୋଟ୍ରିୟର କୋର୍ଟରେ ଖେଳାଯାଇଥିବା ସେମିଫାଇନାଲରେ ସିନରଙ୍କଠୁ ୪-୬,୫-୭, ୬-୭ ସେଟ୍ରେ ପରାସ୍ତ ହୋଇଥିଲେ ।
ଫ୍ରେଞ୍ଚ ଓପନ ସେମି ଫାଇନାଲରେ ପରାସ୍ତ ହେବା ପରେ ବି ସନ୍ତୁଷ୍ଟ ଥିଲେ ନୋଭାକ । ଚେହେରାରେ ନିରାଶ ନଥିଲା । ସିନରଙ୍କଠୁ ହାରିବା ପରେ ପ୍ରେସ କନଫରେନ୍ସରେ କହିଥିଲେ କି, ''ହାରିଥିଲେ ବି ମୁକାବିଲାରେ ଟକ୍କର ଦେଇଛି । ସିନରଙ୍କୁ ଶେଷ ସଟ୍ ଯାଏ ଲଢିବାକୁ ବାଧ୍ୟ କରିଥିଲି । ଖେଳରେ ମୁଁ ମୋର ଶ୍ରେଷ୍ଠ ଦେଇଛି । ଖେଳର ପରିଭାଷା ଏହା କି ପରାସ୍ତ ହେବା ପରେ ନିଜଠୁ ଉନ୍ନତ ଖେଳାଳିଙ୍କ ସହ ହାତ ମିଳାଇ ଆଗକୁ ବଢିବା ହୋଇଥାଏ । ସନିରଙ୍କ ଫିଟନେସ ଏତେ ଭଲ ଯେ ଦ୍ରୁତ ଗତିରେ ମ୍ୟାଚ ଖେଳନ୍ତି । ତାଙ୍କ ସଟ୍ ଟାଇମିଂ ବହୁତ ଭଲ । ସେ ତାଙ୍କ କ୍ୟାରିୟରର ସବୁଠୁ ଭଲ ଟେନିସ ଖେଳୁଛନ୍ତି ।'' ରୋନାଲ୍ଡ ଗାରରୋସରେ ୨୦୧୬, ୨୦୨୧ ଓ ୨୦୨୧ ଚାମ୍ପିଅନସିପରେ ନୋଭାକ ଜୋକୋଭିକ୍ ଲଗାତାର ୨୧ଥର ଖେଳି ଇତିହାସ ରଚିଛନ୍ତି । ଏହା ସହିତ ଗତ ଗ୍ରୀଷ୍ମରେ ଅଲମ୍ପିକରେ ଗୋଲ୍ଡ ମେଡାଲ ଜିତିଥିଲେ ନୋଭାକ ।