ପ୍ରମୂଖ ଖବର
  • କଟକ : ଶୈଳବାଳା ମହିଳା ମହାବିଦ୍ୟାଳୟରେ ଅଘଟଣ , ନିର୍ମାଣାଧୀନ କୋଠାରୁ ପଡି ଶ୍ରମିକ ମୃତ
  • ||
  • କଟକ : ମାହାଙ୍ଗା ବ୍ଲକ ଖନ୍ଦୋଳ ଗ୍ରାମରେ ବନ୍ଦ ଘରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣା; KSCA ସମ୍ପାଦକ ଏ. ଶଙ୍କର ଓ କୋଷାଧ୍ୟକ୍ଷ ଏଇ ଜୟରାମଙ୍କ ଇସ୍ତଫା
  • ||
  • ମିଠି ନଦୀ ଦୁର୍ନୀତି ମାମଲା: ଅଭିନେତା ଡିନୋ ମୋରିଆଙ୍କୁ ଇଡି ସମନ୍
  • ||
  • ସରଣ୍ଡା ଜଙ୍ଗଲରୁ ୧ କୁଇଣ୍ଟାଲ ବିସ୍ଫୋରକ ଜବତ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଫୁଲବାଣୀ : ଫୁଲବାଣୀ ମେଡିକାଲ କଲେଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଚଳିତ ଶିକ୍ଷା ବର୍ଷରୁ ଆରମ୍ଭ ହେବ ପାଠପଢା
  • ||
  • French Open 2025: 'ବୋଧ ହୁଏ ଏହା ମୋର ଶେଷ ମ୍ୟାଚ ଥିଲା', ଫ୍ରେଞ୍ଚ ଓପନ୍ ହାରିବା ପରେ ଅବସର ନେଲେ କି ନୋଭାକ ?
  • ||
  • ଭଦ୍ରକ : ଜାତିଆଣ ବିବାଦରୁ କଙ୍ଗାରୁ କୋର୍ଟ, ଗାଁରୁ ନିଆଁପାଣି ବନ୍ଦ ଚିନ୍ତାରେ ଚାଲିଗଲା ଜୀବନ !
  • ||
  • ବରଗଡ଼ ପଞ୍ଚାୟତ କଲେଜ ପଛପଟୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଚାନ୍ଦବାଲି : ରୋଗୀଙ୍କ ମୁହଁରୁ ଅକ୍ସିଜେନ କାଢିନେବାରୁ ମୃତ୍ୟୁ ଅଭିଯୋଗ, ଚାନ୍ଦବାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା
  • ||
  • ଶନିବାର ମୁଖ୍ୟମନ୍ତ୍ରୀଙ୍କ ଫୁଲବାଣୀ ଗସ୍ତ : ୪୨ ପ୍ରକଳ୍ପର ଉଦ୍‌ଘାଟନ ସହ ୬୫ ନୂଆ ପ୍ରକଳ୍ପର କରିବେ ଶିଳାନ୍ୟାସ
  • ||
  • 'ଅପରେସନ୍ ସିନ୍ଦୂର ପାକ୍ ସହ ଡିଲ ଥିଲା'; ଟିଏମ୍‌ସି ବିଧାୟକଙ୍କ ବୟାନକୁ ନେଇ ବିବାଦ, ଦୂରରେ ରହିଲା ଦଳ
  • ||
  • ଯୋଗେଶ ଗୌଡ଼ା ହତ୍ୟା ମାମଲା; କଂଗ୍ରେସ ବିଧାୟକ ବିନୟ କୁଲକର୍ଣ୍ଣିଙ୍କୁ ସୁପ୍ରିମ ଝଟକା, ଜାମିନ ଆବେଦନ ଖାରଜ
  • ||
  • କଟକ : ରାସ୍ତାରେ ପଡ଼ିଛି ମାନସିକ ବିକାରଗ୍ରସ୍ତ ମହିଳାଙ୍କ ମୃତଦେହ, ଅଜଣା ଗାଡ଼ି ଧକ୍କା ଦେଇଥିବା ସନ୍ଦେହ
  • ||
  • ଇଂଲଣ୍ଡରେ କେଏଲ ରାହୁଲଙ୍କ ବିସ୍ଫୋରକ ଶତକ, ଭାରତ ଏ'- ୩୧୯/୭
  • ||
  • କଟକ : ହୋଟେଲ ଭିତରକୁ ମାଡିଗଲା ଟ୍ରେଲର, ଜଣେ ମୃତ
  • ||
  • ଦେବଗଡ଼ : ଅଜଣା ଗାଡ଼ି ଧକ୍କାରେ ଚାଷୀ ସହ ବଳଦ ମୃତ
  • ||
  • ଆହୁରି ୫ ଦିନ ଅସହ୍ୟ ଗୁଳୁଗୁଳି, ଉପକୂଳବର୍ତ୍ତୀ ୧୧ ଜିଲ୍ଲାରେ କଲବଲ କରିବ ତାତି, ୧୦ ଯାଏ ନିସ୍ତାର ନାହିଁ
  • ||

ଇଂଲଣ୍ଡରେ କେଏଲ ରାହୁଲଙ୍କ ବିସ୍ଫୋରକ ଶତକ, ଭାରତ ଏ'- ୩୧୯/୭

Published By : Ankita S | June 7, 2025 8:02 AM

ନୂଆଦିଲ୍ଲୀ,୦୭/୦୬: ଇଂଲଣ୍ଡରେ ଭାରତୀୟ କ୍ରିକେଟ ଦଳର ଜବରଦସ୍ତ ହୁଙ୍କାର ଦେଖିବାକୁ ମିଳିଛି । ଘରୋଇ ଇଂଲଣ୍ଡ ଲାୟନ୍ସ ଓ ଭାରତ ଏ’ମଧ୍ୟରେ ଶୁକ୍ରବାରଠୁ ଆରମ୍ଭ ହୋଇଛି ଦ୍ୱିତୀୟ ଅନଫିସିଆଲ୍‌ ଟେଷ୍ଟ । ପ୍ରଥମ ଦିବସରେ ଲୋକେଶ ରାହୁଲ ବିସ୍ଫୋରକ ଶତକ ହାସଲ କରିଛନ୍ତି । ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ବଳରେ ଭାରତ ଏ’ ୭ ୱିକେଟ୍‌ ହରାଇ ୩୧୯ରନ୍‌ ସଂଗ୍ରହ କରିଛି ।

ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ ଲାଏନ୍ସ । ଭାରତ ଏ’କୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା । ଯଶସ୍ୱୀ ଜୈସ୍ୱାଲଙ୍କ ସହ ଓପନ କରିଥିଲେ କେଏଲ ରାହୁଲ । ଉଭୟ ୨୮ରନ୍‌ ସଂଗ୍ରହ କରିବା ପରେ ଜୈସ୍ୱାଲ (୧୭ରନ୍‌) ଆଉଟ୍‌ ହୋଇଥିଲେ । ଅଧିନାୟକ ଅଭିମନ୍ୟୁ ଈଶ୍ୱରନ (୧୧) ମଧ୍ୟ ନିରାଶ କରିଥିଲେ । ୪୦ରନ୍‌ରେ ୨ଟି ୱିକେଟ୍‌ ହରାଇଥିଲା ଭାରତ ଏ’ । ଏହାପରେ କରୁଣ ନାଏର ଯୋଗଦେଇ ରାହୁଲଙ୍କ ସହ ମିଶି ଦୃଢ଼ ବ୍ୟାଟିଂ କରିଥିଲେ । ତୃତୀୟ ୱିକେଟ୍‌ରେ ସଂଗୃହୀତ ହୋଇଥିଲା ୮୬ ରନ୍‌ । ଦଳୀୟ ସ୍କୋର ୧୨୬ରେ ବ୍ୟକ୍ତିଗତ ୪୦ (୪ଚୌକା) ରନ୍‌ କରି ଆଉଟ୍‌ ହୋଇଥିଲେ ନାଏର । ପେସ୍‌ ବୋଲର କ୍ରିସ୍‌ ୱକ୍ସ ତାଙ୍କୁ ନିଜର ଦ୍ୱିତୀୟ ଶିକାର ବନାଇଥିଲେ । ମଧ୍ୟ ଭାଗରେ ଧ୍ରୁବ ଜୁରେଲ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । 

ଅନ୍ୟ ପଟରେ ରାହୁଲ ଦର୍ଶନୀୟ ସଟ୍‌ମାନ ଖେଳି ଅର୍ଦ୍ଧଶତକ ପୂରଣ କରିଥିଲେ । ଉଭୟଙ୍କ ମଧ୍ୟରେ ୧୨୧ରନ୍‌ର ଭାଗିଦାରୀ ଗଠନ ହୋଇଥିଲା । ଜୁରେଲ ୬୬ଟି ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ଦଳୀୟ ସ୍କୋର ୨୪୭ରେ ବ୍ୟକ୍ତିଗତ ୫୨ (୭ଚୌକା) ରନ୍‌ କରି ଆଉଟ୍‌ ହୋଇଥିଲେ ଜୁରେଲ । ପରେ ପରେ ରାହୁଲ ୧୫୧ ବଲ୍‌ରେ ଶତକ ଅର୍ଜନ କରିଥିଲେ । ରାହୁଲ ଆଗାମୀ ଇଂଲଣ୍ଡ ବିପକ୍ଷ ୫ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ପୂର୍ବରୁ ଫର୍ମରେ ଥିବା ପ୍ରମାଣିତ କରିଛନ୍ତି । ୧୬୮ ବଲରେ ବ୍ୟକ୍ତିଗତ ୧୧୬ (୧୫ଚୌକା, ୧ଛକା) କରି ଆଉଟ୍‌ ହୋଇଥିଲେ । ଅଲରାଉଣ୍ଡର ନୀତିଶ ରେଡ୍ଡୀ ୩୪ ଓ ସର୍ଦୁଲ ଠାକୁର ୧୯ରନ୍‌ ଯୋଗ କରିବା ଫଳରେ ସ୍କୋର ୩୦୦ ଅତିକ୍ରମ କରିଥିଲା । ଇଂଲଣ୍ଡ ଲାୟନ୍ସ ପକ୍ଷରୁ ୱକ୍ସ ୩ଟି ଓ ଜର୍ଜ ହିଲ୍‌ ୨ଟି ୱିକେଟ୍‌ ନେଇଥିଲେ । ଷ୍ଟମ୍ପ ଅପସାରଣ ସୁଦ୍ଧା ତନୁଶ କୋଟିଆନ ୫ ଓ ଅଂଶୁଲ କାମ୍ବୋଜ ୧ରନ୍‌ କରି ଅପରାଜିତ ଅଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.