ପ୍ରମୂଖ ଖବର
  • ବ୍ରହ୍ମପୁର: ବଡ଼ବଜାରର ଥାନା ହରିଡ଼ାଖଣ୍ଡି ପୋଖରୀରୁ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଅନୁଗୁଳ: ଜନ୍ତୁ ଶିକାର ବେଳେ ମାଡି ବସିଲା ବନ ବିଭାଗ, ଜଣେ ଗିରଫ, ୩ କିଲୋ ଜିଆଇ ତାର ଜବତ
  • ||
  • ବାରଙ୍ଗ ଷଣ୍ଢପୁର ନିକଟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ରାସ୍ତାରେ ଏକ ଟ୍ରକ୍ ସହ ଧକ୍କା
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ବଡ଼ ଆକ୍ସନ, ଏୟାରପୋର୍ଟରୁ RCB ମାର୍କେଟିଂ ହେଡ୍ ଗିରଫ
  • ||
  • ଅଦିନିଆ ବର୍ଷା କ୍ଷୟକ୍ଷତି ଦାବିରେ ରାସ୍ତା ଅବରୋଧ, କୃଷକ ସଂଗଠନର ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ୯ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲରେ କରିବାକୁ ପଡ଼ିବ ପଞ୍ଜୀକରଣ
  • ||
  • ଆଜି ଆସିବ ମୁଦ୍ରାନୀତି ବୈଠକ ଫଳାଫଳ, ସାଧାରଣ ଲୋକଙ୍କ ମିଳିପାରେ ଆଶ୍ୱସ୍ତି,ଶସ୍ତା ହୋଇପାରେ ଗୃହ, ଗାଡ଼ି ଋଣ
  • ||
  • ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ, ଶୁଭମନଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍, ବୁମରା ଖେଳିବେ ୩ଟି ଟେଷ୍ଟ
  • ||
  • ବଡ଼ଦେଉଳରେ ରୁକ୍ମିଣୀ ହରଣ ଏକାଦଶୀ ନୀତି, ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ଟା ଦର୍ଶନ କଟକଣା
  • ||
  • ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଢିଲା ଟ୍ରମ୍ପ-ମସ୍କ କଳି ; ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାହାନ୍ତି ମସ୍କ, କହିଲେ ଜେଡି ଭାନ୍ସଙ୍କୁ ମିଳୁ ରାଷ୍ଟ୍ରପତି ପଦ
  • ||
  • ଜୁନ୍‌ ୧୨ ଆଗରୁ ଫେରିବନି ମୌସୁମୀ : ଆଗକୁ ଆହୁରି ସିଝାଇବ, ଛଟପଟ କରିବ ତାତି, ଲଘୁଚାପ ହିଁଁ ଭରସା
  • ||

IPL 2025; 'ଏ ଦଳକୁ ମୋର ଯୁବାବସ୍ଥା ଓ ଅଭିଜ୍ଞତା ଦେଇଛି', ମୁକୁଟ ବିହୀନ ଚାମ୍ପିଅନ କୋହଲିଙ୍କ କଥା

Published By : Ankita S | June 4, 2025 7:50 AM

ନୂଆଦିଲ୍ଲୀ,୦୪/ ୦୬: ୧୮ ବର୍ଷ ପରେ ଯେବେ ସ୍ୱପ୍ନ ସାକାର ହୁଏ ତେବେ ଆଖିରେ ବିଜୟର ଲୁହ ଆସିଯାଏ । ଠିକ୍ ଯେମିତି ବିରାଟ କୋହଲିଙ୍କ ଆଖି ହଳକରେ ଥିଲା । ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି । ଶେଷରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ଚାମ୍ପିଅନ ହୋଇଛି । ୧୭ଟି ସିଜିନ ଖେଳିବା ପରେ ପ୍ରଥମ ଥର ଟ୍ରଫି ଉଠାଇବାର ସ୍ୱପ୍ନ ସତ ହୋଇଛି । ଏଥି ସହ ବିରାଟ କୋହଲିଙ୍କ ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି । କୋହଲିଙ୍କର ବିରାଟ ସ୍ୱପ୍ନ ପୂରଣ ହୋଇଛି । ଆଇପିଏଲ ଟ୍ରଫି ତୋଳି ଧରିବାର ସେ ଗୌରବ ଲାଭ କରିଛନ୍ତି ।

ଦିନିକିଆ,ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ସାଙ୍ଗକୁ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିଛନ୍ତି । କୋହଲି ଆଇପିଏଲ୍‌ ଆରମ୍ଭରୁ ବେଙ୍ଗାଲୁରୁ ଦଳରେ ରହିଥିଲେ । ହେଲେ ଚାମ୍ପିଅନ ହୋଇ ପାରିନଥିଲେ । ଯାହା ତାଙ୍କର ବଡ଼ ଅବସୋସ ରହିଥିଲା । ଦୀର୍ଘ ବର୍ଷ ଧରି ସେ ଦଳର ନେତୃତ୍ୱ ନେଇଛନ୍ତି, ଦଳ ଫାଇନାଲ ବି ଖେଳିଛି କିନ୍ତୁ ଚାମ୍ପିଅନ ହୋଇପାରି ନଥିଲା । ଆଜି ହୁଏତ ବିରାଟଙ୍କ ମୁଣ୍ଡରେ ଅଧିନାୟକର ମୁକୁଟ ନାହିଁ କିନ୍ତୁ ସେ ଚାମ୍ପିଅନ, ମୁକୁଟ ବିହୀନ ଚାମ୍ପିଅନ । ଦଳ ବିଜୟର ଅତି ନିକଟତର ହେବା ପରେ ଭେଟେରାନ କୋହଲିଙ୍କ ଆଖିରେ ଲୁହ ଜକେଇ ଆସିଥିଲା । ଦଳ ଜିତିବା ପରେ ସେ ନିଜର ଭାବପ୍ରବଣତାକୁ ଲୁଚାଇ ପାରିନଥିଲେ । ମୁହଁରେ ହାତ ଦେଇ ସେ ଆଣ୍ଠୁ ମାଡ଼ି ପଡ଼ିଆରେ ବସି ପଡ଼ିଥିଲେ । ସାଥି ଖେଳାଳିମାନେ ଆସି ତାଙ୍କୁ ସାନ୍ତ୍ୱନା ଦେଇଥିଲେ । 

ମ୍ୟାଚ୍‌ ଶେଷ ହେବା ପରେ କୋହଲି କହିଥିଲେ, ‘ଦୀର୍ଘ ୧୮ ବର୍ଷ ଅପେକ୍ଷାର ଅନ୍ତ ଘଟିଲା । ଏଭଳି ଦିନ ଆସିବ ବୋଲି ଭାବି ନଥିଲି । ଏ ଦଳକୁ ମୋ ଯୁବାବସ୍ଥା, ମୋର ଶ୍ରେଷ୍ଠ ଏବଂ ଅଭିଜ୍ଞତା ଦେଇଛି । ପ୍ରତ୍ୟେକ ସିଜନରେ ଦଳକୁ ଜିତାଇବା ନେଇ ପ୍ରୟାସ କରି ଆସିଛି, ମୁଁ ମୋର ଶ୍ରେଷ୍ଠ ପ୍ରଦର୍ଶନ ଦେଇଛି । ଶେଷରେ ଆମେ ଜିତିଲୁ । ଯାହା ଏକ ଅବିଶ୍ୱସନୀୟ ଅନୁଭବ । ଦୀର୍ଘ ୧୮ ବର୍ଷରେ ଦଳକୁ ମୋର ସବୁ କିଛି ଦେଇଛି । ଏହି ଗୋଟିଏ ଦଳରେ ହିଁ ରହି ଆସିଛି । ମୁଁ ଦଳ ପଛରେ ରହିଛି, ଦଳ ମଧ୍ୟ ମୋ ପଛରେ ଛିଡ଼ା ହୋଇଛି । ସବୁବେଳେ ଏହି ଦଳ ସହ ଚାମ୍ପିଅନ ହେବାକୁ ସ୍ୱପ୍ନ ଦେଖି ଆସିଛି । ତେଣୁ ଏହି ଦଳ ସହ ଟ୍ରଫି ଜିତି ବହୁତ ଖୁସି । ବେଙ୍ଗାଲୁରୁ ସହ ମୋର ହୃଦୟ ଓ ଆତ୍ମା ରହିଛି । ମୋର ଆଇପିଏଲ ଖେଳ ଶେଷ ହେବା ପର୍ଯ୍ୟନ୍ତ ଏହି ଦଳ ସହ ରହିବି ।’

'ପିଲାଙ୍କ ପରି ଶୋଇବି'- ଯେବେ କୋହିଲଙ୍କୁ ପଚରା ଯାଇଥିଲା ଏହି ବିଜୟ ତୁମ ପାଇଁ କେତେ ଗୁରୁତ୍ୱ ବହନ କରୁଛି । ସେ କହିଥିଲେ, ''ଏହା ମୋର ବଡ଼ ବିଜୟ । ୧୮ ବର୍ଷ ଏହି ଫ୍ରାଞ୍ଚାଇଜ ପ୍ରତି ନିଷ୍ଠାବାନ ରହିଥିଲି । ସେ ବି ମୋ ପ୍ରତି ରହିଥିଲେ । ଅନେକ ଥର ମନ ବଦଳିଥିଲା ହେଲେ ଟିମ୍‌ ସହ ଯୋଡି ହୋଇ ରହିଥିଲି । ମୁଁ ସେମାନଙ୍କ ସହ ରହିଥିଲି । ସେ ବି ମୋ ସହ ରହିଥିଲେ । ମୁଁ ଏହି ଟୁର୍ଣ୍ଣାମେଣ୍ଟ ଜିତିବାକୁ ଚାହୁଁଥିଲି । ଆଜି ରାତିରେ ମୁଁ ଛୋଟ ପିଲା ପରି ଶୋଇବି ।''



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.