ପ୍ରମୂଖ ଖବର
  • କଳିଙ୍ଗନଗର : ମଝିଆଁ ଭାଇର ଖଣ୍ଡା ଚୋଟରେ ବଡ଼ ଭାଇ ଗୁରୁତର
  • ||
  • ପାଟଣାଗଡ଼ : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • ହୃତଘାତରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପତ୍ନୀ ବିୟୋଗ, ଚାରୁଶୀଳା ଆଚାର୍ଯ୍ୟଙ୍କ କରାଯିବ ଚକ୍ଷୁଦାନ
  • ||
  • ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • ଭୁବନେଶ୍ୱର : ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • କଟକ : ପିଇବା ପାଣି ପାଇଁ ରାସ୍ତାରୋକ; ଗରା ଓ ବାଲଟି ଧରି ରାସ୍ତାରେ ବସିଲେ ମହିଳା
  • ||
  • ଗୁରୁବାର ସୁଦଶା ବ୍ରତ: ଜାଣନ୍ତୁ ସୁଦଶା ବ୍ରତର ମାହାତ୍ମ୍ୟ, ପୂଜା ବିଧି
  • ||
  • ଗଞ୍ଜାମ : ଅଜଣା ଗାଡି ଧକ୍କାରେ ଆଇନଜୀବୀ ମୃତ, ଥାନାରେ ମାମଲା ରୁଜୁ
  • ||
  • ବିଶିଷ୍ଟ ପରିବେଶବିତ୍ ମେଧା ପାଟେକର ଅଟକ,କାଶୀପୁର ବ୍ଲକରେ ହେବାକୁ ଥିବା ଜନ ସମାବେଶରେ ହୋଇଥାନ୍ତେ ସାମିଲ
  • ||
  • ରଥ ଖଳା ହାଲ୍‌ଚାଲ୍‌: ପଡ଼ିଲା ରଥର ପ୍ରଥମ ଫ୍ରେମ୍, ଆଗକୁ ଦଣ୍ଡା କଣ୍ଟା ଅନୁକୂଳ
  • ||
  • କଟକ : ମହୁମାଛି ଆକ୍ରମଣରେ ବୃଦ୍ଧା ମୃତ, ଜଣେ ଗୁରୁତର
  • ||
  • ଆଗକୁ ବଢ଼ିବାର ନାଁ ନେଉନି ମୌସୁମୀ: ଭୀଷଣ ଗ୍ରୀଷ୍ମପ୍ରବାହ ଆଲର୍ଟ, ୭ରେ କିଛି ସ୍ଥାନରେ ୪୨ ଡିଗ୍ରୀ ଟପିବ ତାତି
  • ||
  • କଳାହାଣ୍ଡି : ଟ୍ରକ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍‌; ଜଣେ ମୃତ, ୫ ଗୁରୁତର
  • ||

ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପାଇଁ ବଡ଼ ଯୋଜନା କରୁଛି କ୍ରିକେଟ ଅଷ୍ଟ୍ରେଲିଆ

Published By : Tapas Panda | June 3, 2025 8:09 PM

Image Courtesy: tv9hindi

ନୂଆଦିଲ୍ଲୀ: ଗତବର୍ଷ ଟି-୨୦ ଏବଂ ନିକଟରେ ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଏବେ କେବଳ ଦିନିକିଆ କ୍ରିକେଟରେ ନଜର ଆସିବେ। ଇଂଲଣ୍ଡ ଗସ୍ତର ଠିକ୍ ପୂର୍ବରୁ ଏହି ଦୁଇ ଖେଳାଳି ଟେଷ୍ଟ କ୍ରିକେଟରୁ ଅବସର ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଶୁଭମନ ଗିଲଙ୍କ ନେତୃତ୍ୱରେ ଏକ ଯୁବ ଦଳ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ଏହି ସିରିଜ୍‌  ଜୁନ ୨୦ରୁ ଆରମ୍ଭ ହେବ। ଏବେ ପ୍ରଶଂସକମାନେ ଚିନ୍ତିତ ଯେ, ବିରାଟ ଏବଂ ରୋହିତଙ୍କୁ କେବେ ପଡ଼ିଆରେ ଦେଖିବାକୁ ମିଳିବ । ବାଂଲାଦେଶ ଗସ୍ତରେ ଏହି ଦୁଇ ବଡ଼ କ୍ରିକେଟରଙ୍କୁ ଦେଖିବାକୁ ମିଳିପାରେ । କିନ୍ତୁ ଏହି ଗସ୍ତ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ ।

 ଏହାରି ମଧ୍ୟରେ କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ଏହି ଦୁଇ ଖେଳାଳିଙ୍କ ପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି। ଇଂଲଣ୍ଡ ଗସ୍ତ ପରେ, ଟିମ୍ ଇଣ୍ଡିଆ ଅଗଷ୍ଟରେ ବାଂଲାଦେଶ ଗସ୍ତ କରିବ। ଏହି ସମୟରେ ଭାରତୀୟ ଦଳ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ। ହୁଏତ ବିରାଟ କୋହଲି ଏବଂ ରୋହିତ ଶର୍ମା ଏହି ସିରିଜରେ ଖେଳିପାରନ୍ତି । ଏହା ପରେ, ଟିମ୍ ଇଣ୍ଡିଆ ଅକ୍ଟୋବରରେ ଦିନିକିଆ ସିରିଜ୍ ଖେଳିବା ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିବ । ଏହି ଗସ୍ତ ସମୟରେ କ୍ରିକେଟ୍ ଅଷ୍ଟ୍ରେଲିଆ ଏହି ଖେଳାଳିମାନଙ୍କ ପାଇଁ କିଛି ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି । କ୍ରିକେଟ ଅଷ୍ଟ୍ରେଲିଆ ବିରାଟ ଏବଂ ରୋହିତଙ୍କ  ପାଇଁ ଏକ ବିଦାୟକାଳୀନ ସମାରୋହର ଆୟୋଜନ କରିବାକୁ ଯୋଜନା କରୁଛି । କ୍ରିକେଟ୍ ଅଷ୍ଟ୍ରେଲିଆର ସିଇଓ ଟଡ୍ ଗ୍ରୀନବର୍ଗ କହିଛନ୍ତି, ‘ଆମ ଦେଶରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଶେଷ ଥର ପାଇଁ ଖେଳିପାରନ୍ତି । ଯଦି ଏଭଳି ହୁଏ, ତେବେ ଆମେ ଏହି ଖେଳାଳିମାନଙ୍କ ପାଇଁ କିଛି ସ୍ୱତନ୍ତ୍ର ଯୋଜନା କରିବୁ । ଯଦି ବିରାଟ ଏବଂ ରୋହିତ ODIରୁ ଅବସର ନିଅନ୍ତି, ତେବେ ଏହା 'ଏକ ଯୁଗର ଅନ୍ତ' ହେବ।’

 ସେପଟେ ବିରାଟ କୋହଲି ଏବଂ ରୋହିତ ଶର୍ମା ୨୦୨୭ ODI ବିଶ୍ୱକପ୍ ଖେଳିବାକୁ ଯୋଜନା କରୁଛନ୍ତି, କିନ୍ତୁ ଏଥିରେ କୌଣସି ସ୍ପଷ୍ଟତା ନାହିଁ । କ୍ରିକେଟ୍ ଅଷ୍ଟ୍ରେଲିଆର ସିଇଓ କହିଛନ୍ତି ଯେ, ଆମେ ଏଥର ବିରାଟ କୋହଲିଙ୍କୁ ବିଗ୍ ବ୍ୟାଶ୍ ଲିଗ୍ (ବିବିଏଲ୍)ରେ ଖେଳିବାର ଦେଖିବାକୁ ଚାହୁଁଛୁ। ଏଥିପାଇଁ ଆମେ ବିସିସିଆଇ ସହ କଥା ହେବୁ। ଆମେ ବିରାଟଙ୍କୁ BBLରେ ଖେଳିବାର ଦେଖିବାକୁ ଚାହୁଁଛୁ। ଯଦିଓ ବିସିସିଆଇ ଭାରତୀୟ ଖେଳାଳିମାନଙ୍କୁ କୌଣସି ବିଦେଶୀ ଲିଗରେ ଖେଳିବାକୁ ଅନୁମତି ଦିଏ ନାହିଁ, ତଥାପି କ୍ରିକେଟ୍ ଅଷ୍ଟ୍ରେଲିଆର ସିଇଓ ଏଥିପାଇଁ ବେଶ ଆଶାବାଦୀ ଅଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.