ପ୍ରମୂଖ ଖବର
  • ବ୍ରହ୍ମପୁର: ବଡ଼ବଜାରର ଥାନା ହରିଡ଼ାଖଣ୍ଡି ପୋଖରୀରୁ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଅନୁଗୁଳ: ଜନ୍ତୁ ଶିକାର ବେଳେ ମାଡି ବସିଲା ବନ ବିଭାଗ, ଜଣେ ଗିରଫ, ୩ କିଲୋ ଜିଆଇ ତାର ଜବତ
  • ||
  • ବାରଙ୍ଗ ଷଣ୍ଢପୁର ନିକଟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ରାସ୍ତାରେ ଏକ ଟ୍ରକ୍ ସହ ଧକ୍କା
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ବଡ଼ ଆକ୍ସନ, ଏୟାରପୋର୍ଟରୁ RCB ମାର୍କେଟିଂ ହେଡ୍ ଗିରଫ
  • ||
  • ଅଦିନିଆ ବର୍ଷା କ୍ଷୟକ୍ଷତି ଦାବିରେ ରାସ୍ତା ଅବରୋଧ, କୃଷକ ସଂଗଠନର ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ୯ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲରେ କରିବାକୁ ପଡ଼ିବ ପଞ୍ଜୀକରଣ
  • ||
  • ଆଜି ଆସିବ ମୁଦ୍ରାନୀତି ବୈଠକ ଫଳାଫଳ, ସାଧାରଣ ଲୋକଙ୍କ ମିଳିପାରେ ଆଶ୍ୱସ୍ତି,ଶସ୍ତା ହୋଇପାରେ ଗୃହ, ଗାଡ଼ି ଋଣ
  • ||
  • ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ, ଶୁଭମନଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍, ବୁମରା ଖେଳିବେ ୩ଟି ଟେଷ୍ଟ
  • ||
  • ବଡ଼ଦେଉଳରେ ରୁକ୍ମିଣୀ ହରଣ ଏକାଦଶୀ ନୀତି, ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ଟା ଦର୍ଶନ କଟକଣା
  • ||
  • ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଢିଲା ଟ୍ରମ୍ପ-ମସ୍କ କଳି ; ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାହାନ୍ତି ମସ୍କ, କହିଲେ ଜେଡି ଭାନ୍ସଙ୍କୁ ମିଳୁ ରାଷ୍ଟ୍ରପତି ପଦ
  • ||
  • ଜୁନ୍‌ ୧୨ ଆଗରୁ ଫେରିବନି ମୌସୁମୀ : ଆଗକୁ ଆହୁରି ସିଝାଇବ, ଛଟପଟ କରିବ ତାତି, ଲଘୁଚାପ ହିଁଁ ଭରସା
  • ||

ପରିବାର ସହ ଅଯୋଧ୍ୟାରେ ପହଁଞ୍ଚିଲେ ଏଲନ୍ ମସ୍କଙ୍କ ବାପା ଏରୋଲ ମସ୍କ, ରାମଲଲାଙ୍କୁ କଲେ ଦର୍ଶନ

Published By : Harapriya Biswal | June 4, 2025 5:31 PM

ନୂଆଦିଲ୍ଲୀ,୪।୬: ଭାରତ ଗସ୍ତରେ ଆସିଥିବା ଆମେରିକାର ଉଦ୍ୟୋଗପତି ଏଲନ୍ ମସ୍କଙ୍କ ବାପା ଏରୋଲ ମସ୍କ ବୁଧବାର ରାମନଗରୀ ଅଯୋଧ୍ୟାରେ ପହଁଞ୍ଚିଛନ୍ତି। ଏହାପରେ ସେ ରାମଲଲାଙ୍କ ଦର୍ଶନ ପାଇଁ ରାମ ମନ୍ଦିରରେ ପହଁଞ୍ଚିଥିଲେ। ମଧ୍ୟାହ୍ନ ୨ଟା ୧୫ ମିନିଟ୍‌ରେ ମହର୍ଷି ବାଲ୍ମିକୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ତାଙ୍କର ଚାଟାର୍ଡ ପ୍ଲେନ୍ ଓହ୍ଲାଇଥିଲା। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମସ୍କଙ୍କୁ ରାମଲାଲାଙ୍କ ଦର୍ଶନ ପାଇଁ ନିଆଯଇଥିଲା। 

ଏୟାରପୋର୍ଟରେ ଓହ୍ଲାଇବା ପରେ ଏରୋଲ ମସ୍କ ଗଣମାଧ୍ୟମ ଆଗରେ ଭାରତୀୟ ପୋଷାକରେ ଦେଖିବାକୁ ମିଳିଥିଲେ। ହନୁମାନଗଡିର ମହନ୍ତ ହେମନ୍ତ ଦାସଙ୍କ ଉପସ୍ଥିତିରେ ସେ ଜୟ ଶ୍ରୀରାମ କହି ନିଜର ଯାତ୍ରା ଆରମ୍ଭ କରିଥିଲେ। ଭାରତରେ ନିବେଶ ଯୋଜନା ସମ୍ପର୍କରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ କହିଛନ୍ତି, ନିବେଶ କରିବା ନେଇ ହିଁ ମୋର ଏହି ଭ୍ରମଣ। ଭାରତୀୟ ସଂସ୍କୃତିର ପ୍ରଶଂସା କରି ସେ କହିଛନ୍ତି ଭାରତୀୟ ସଂସ୍କୃତି ଓ ପରମ୍ପରାର ଏକ ଗୌରବଶାଳୀ ଇତିହାସ ରହିଛି। ମୁଁ ଏହାର ସମ୍ମାନ କରୁଛି। 

ତୀର୍ଥ କ୍ଷେତ୍ରର କୋଷାଧ୍ୟକ୍ଷ ମହନ୍ତ ଶ୍ରୀ ଗିରି କହିଛନ୍ତି, ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ଦେଶର ବିଭିନ୍ନ ସ୍ଥାନର ବିଶିଷ୍ଠ ବ୍ୟକ୍ତି ବିଶେଷଙ୍କ ଆଗମନ ହୋଇଛି। ଏହାଛଡା ଦେଶ-ବିଦେଶର ରାଷ୍ଟ୍ରଦୂତ ଓ ସେଠାର ପ୍ରଭାବଶାଳୀ ନେତାଙ୍କର ମଧ୍ୟ ଆଗମନ ହୋଇଛି। ଏବେ ରାଜା ରାମଙ୍କ ପ୍ରତିଷ୍ଠା ହେଉଛି। ତେଣୁ ଦୁନିଆର ସବୁଠାରୁ ଧନୀ ଆମେରିକାର ଉଦ୍ୟୋଗପତି ଏଲନ୍ ମସ୍କଙ୍କ ବାପା ଏରୋଲ ମସ୍କ ମଧ୍ୟ ବୁଧବାର ଅଯୋଧ୍ୟାରେ ପହଁଞ୍ଚିଛନ୍ତି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.