ପ୍ରମୂଖ ଖବର
  • ବ୍ରହ୍ମପୁର: ବଡ଼ବଜାରର ଥାନା ହରିଡ଼ାଖଣ୍ଡି ପୋଖରୀରୁ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଅନୁଗୁଳ: ଜନ୍ତୁ ଶିକାର ବେଳେ ମାଡି ବସିଲା ବନ ବିଭାଗ, ଜଣେ ଗିରଫ, ୩ କିଲୋ ଜିଆଇ ତାର ଜବତ
  • ||
  • ବାରଙ୍ଗ ଷଣ୍ଢପୁର ନିକଟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ରାସ୍ତାରେ ଏକ ଟ୍ରକ୍ ସହ ଧକ୍କା
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ବଡ଼ ଆକ୍ସନ, ଏୟାରପୋର୍ଟରୁ RCB ମାର୍କେଟିଂ ହେଡ୍ ଗିରଫ
  • ||
  • ଅଦିନିଆ ବର୍ଷା କ୍ଷୟକ୍ଷତି ଦାବିରେ ରାସ୍ତା ଅବରୋଧ, କୃଷକ ସଂଗଠନର ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ୯ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲରେ କରିବାକୁ ପଡ଼ିବ ପଞ୍ଜୀକରଣ
  • ||
  • ଆଜି ଆସିବ ମୁଦ୍ରାନୀତି ବୈଠକ ଫଳାଫଳ, ସାଧାରଣ ଲୋକଙ୍କ ମିଳିପାରେ ଆଶ୍ୱସ୍ତି,ଶସ୍ତା ହୋଇପାରେ ଗୃହ, ଗାଡ଼ି ଋଣ
  • ||
  • ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ, ଶୁଭମନଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍, ବୁମରା ଖେଳିବେ ୩ଟି ଟେଷ୍ଟ
  • ||
  • ବଡ଼ଦେଉଳରେ ରୁକ୍ମିଣୀ ହରଣ ଏକାଦଶୀ ନୀତି, ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ଟା ଦର୍ଶନ କଟକଣା
  • ||
  • ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଢିଲା ଟ୍ରମ୍ପ-ମସ୍କ କଳି ; ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାହାନ୍ତି ମସ୍କ, କହିଲେ ଜେଡି ଭାନ୍ସଙ୍କୁ ମିଳୁ ରାଷ୍ଟ୍ରପତି ପଦ
  • ||
  • ଜୁନ୍‌ ୧୨ ଆଗରୁ ଫେରିବନି ମୌସୁମୀ : ଆଗକୁ ଆହୁରି ସିଝାଇବ, ଛଟପଟ କରିବ ତାତି, ଲଘୁଚାପ ହିଁଁ ଭରସା
  • ||

ରୁଷ ସହ ମୁକାବିଲା କରିବାକୁ ୟୁକ୍ରେନ୍‌ର ବଢିବ ଶକ୍ତି : ବ୍ରିଟେନ୍ ଦେବ ୧ ଲକ୍ଷ ଡ୍ରୋନ୍, ଜର୍ମାନୀ କରିବ ଆର୍ଥିକ ସହାୟତା

Published By : Prameya | June 4, 2025 2:25 PM

ନୂଆଦିଲ୍ଲୀ,୪।୬: ରୁଷ ସହ ଗତ ଅଢେଇ ବର୍ଷ ଧରି ଯୁଦ୍ଧ କରୁଥିବା ୟୁକ୍ରେନ୍‌ର ଶକ୍ତି ଏବେ ଆହୁରି ବଢିଛି। ଗତ ସପ୍ତାହରେ ରୁଷ ସୀମାର ୫୦୦୦ କିଲୋମିଟର ଭିତରେ ପଶି ଆକ୍ରମଣ କରିଥିଲା। ଏହା ଭିତରେ ୟୁକ୍ରେନ୍‌କୁ ମିଳିବାକୁ ଯାଉଛି ବଡ଼ ଧରଣର ସାହାଯ୍ୟ । ୧ ମାର୍ଚ୍ଚ ୨୦୨୬ ସୁଦ୍ଧା ୟୁକ୍ରେନ୍‌କୁ ୧ ଲକ୍ଷ ଡ୍ରୋନ୍ ଦେବାକୁ ଘୋଷଣା କରିଛି ବ୍ରିଟେନ୍। 

ରୁଷ ସହ ଯୁଦ୍ଧ ଭିତରେ ଏବେ ୟୁକ୍ରେନର ସାଥ୍ ଦେଲା ବ୍ରିଟେନ୍।  ୧୦ ଗୁଣା ଡ୍ରୋନ୍‌ ସପ୍ଲାଇ ବୃଦ୍ଧି କରିବାର ଦେଲା ପ୍ରତିଶୃତି।  ବ୍ରିଟେନ୍‌ର ଏହି ସାହାଯ୍ୟ ପୂର୍ବରୁ ଜର୍ମାନୀ ଘୋଷଣା କରିଛି ଯେ, ବହୁ ସଂଖ୍ୟାରେ ୟୁକ୍ରେନକୁ ଦୂରଗାମୀ ମିସାଇଲ ଦେବ। ବ୍ରିଟେନ୍ ସେହି ପାଶ୍ଚାତ୍ୟ ଦେଶ ମଧ୍ୟରେ ସାମିଲ ରହିଛି,ଯିଏକି ୟୁକ୍ରେନ୍‌କୁ ଖୋଲାଖୋଲି ସାହାଯ୍ୟ କରରେ। ଏପର୍ଯ୍ୟନ୍ତ ଯୁଦ୍ଧରେ ତୋପ, ବନ୍ଧୁକ ଓ ଗୁଳିକାଣ୍ଡରେ ୟୁକ୍ରେନ୍‌କୁ ପରାଜୟ ମିଳିଛି। କିନ୍ତୁ ଡ୍ରୋନ୍ ଓ୍ବାରଫେୟାର ସାହାର୍ଯ୍ୟରେ ସେ ରୁଷକୁ ବଡ଼ ଧରଣର କ୍ଷତି ପହଁଞ୍ଚାଇଛି। ଏପରିକି ୟୁକ୍ରେନର ଡ୍ରୋନ୍ ଆକ୍ରମଣ ପରେ ଏହା ଚର୍ଚ୍ଚା ମଧ୍ୟ ହେଉଛି ଯେ, କ’ଣ ଭବିଷ୍ୟତର ଓ୍ବାରଫେୟାର ଡ୍ରୋନ୍‌ରେ ହେବ। ଏଭଳି ସ୍ଥିତିରେ ବ୍ରିଟେନ୍‌ର ସାହାଯ୍ୟରୁ ସ୍ପଷ୍ଟ ହୋଇଛି ଯେ, ୟୁକ୍ରେନ୍‌କୁ ଖୋଲାଖୋଲି ସାହାଯ୍ୟ ଦେବା ଜାରି ରହିବ। ଐତିହାସିକ ରୂପରେ ବ୍ରିଟେନର ଆଭିମୁଖ୍ୟ ରୁଷର ବିପରୀତ ରହିଛି। 

ବ୍ରିଟିଶ ସରକାର କହିଛନ୍ତି, ଆମେ ୪.୫ ବିଲିୟନ ପାଉଣ୍ଡ ସାମରିକ ସହାୟତା ୟୁକ୍ରେନକୁ ଦେବାକୁ ଯାଉଛୁ। ଏଭଳି ଭାବରେ ଆମେ ଏହି ପ୍ୟାକେଜ ଜାରି କରିଛୁ। ଏଥିରେ ମୁଖ୍ୟ ସହାୟତା ଡ୍ରୋନକୁ ନେଇ ରହିବ। ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରୀ ଜନ୍ ହେଲି ଏହାର ଘୋଷଣା କରିବେ। ବ୍ରିଟେନ୍‌ର କହିବା ଅନୁସାରେ, ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ  ୟୁକ୍ରେନ୍‌କୁ ୧ ହଜାର ଡ୍ରୋନ୍ ସପ୍ଲାଇ କରାଯିବ। ଏହାପରେ ଆସନ୍ତା  ବର୍ଷ ଏପ୍ରିଲ ପର୍ଯ୍ୟନ୍ତ ଏକ ଲକ୍ଷ ଡ୍ରୋନ୍ ଦେବାର ଟାର୍ଗେଟ ରଖା ଯାଇଛି। ଡ୍ରୋନ୍ ବ୍ୟତୀତ ବହୁ ପରିମାଣରେ ଗୋଳା-ବାରୁଦ ମଧ୍ୟ ଦେବାର ପ୍ରସ୍ତୁତି ରହିଛି। କେବଳ ସେତିକି ନୁହେଁ ଜର୍ମାନୀ ମଧ୍ୟ ୫ ବିଲିୟନ ଡଲାର ଆର୍ଥିକ ସହାୟତା ଦେବ। ଏହାଦ୍ବାରା ୟୁକ୍ରେନ୍‌ ଦୂରଗାମୀ ମିସାଇଲ୍ ତିଆରି କରିପାରିବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.